ETV Bharat / state

ଉଜୁଡିଲା ସୁନା ସଂସାର, ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା - ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା

ବଡ଼ ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇ ଆତ୍ମହତ୍ୟା କଲା ସାନଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ପଡ଼ା ଗ୍ରାମରେ । ଅଧିକ ପଢନ୍ତୁ

ଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା

author img

By

Published : Jul 29, 2022, 4:06 PM IST

ବଲାଙ୍ଗୀର: ଉଜୁଡିଲା ସୁନା ସଂସାର । ୨ ଦିନ ମଧ୍ୟରେ ଗୋଟିଏ ଘରୁ ଉଠିଲା ଦୁଇ ଭାଇଙ୍କ କୋକେଇ । ବଡ଼ ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇ ଆତ୍ମହତ୍ୟା କଲା ସାନଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ପଡ଼ା ଗ୍ରାମରେ ।

ଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା

ସୂଚନାଅନୁସାରେ, ଗତ ବୁଧବାର ବେଲପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ପଡ଼ା ଗ୍ରାମର ଦୀପକ ପୂଟେଲ ନିଜ ସାଙ୍ଗଙ୍କ ସହ ପାଖ ଗଙ୍ଗା ଡେମକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ତେବେ ଦୀପକକୁ ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଡଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ମର୍ମାହତ ହୋଇପଡିଥିଲେ ସାନଭାଇ ବିଶ୍ୱଜିତ ।

ଏହା ମଧ୍ୟ ପଢନ୍ତୁ: ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ

ବିଶ୍ୱଜିତ ପୂଟେଲ ଭାଇର ମୃତ୍ୟୁ ଖବର ସହି ନପାରି ବିଷ ପିଇ ଦେଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ପ୍ରଥମେ ବିଶ୍ୱଜିତଙ୍କୁ ବେଲପଡ଼ା ଓ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି(ଶୁକ୍ରବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣା କୁ ନେଇ କୁମ୍ଭାର ପଡ଼ା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.