ବଲାଙ୍ଗୀର: ଜଣେ ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ । ବଲାଙ୍ଗୀର ଜାମ ଝରଣ ଗ୍ରାମର କିଛି ଯୁବକ ନିଜ ପ୍ରଚେଷ୍ଠାରେ ତାମିଲନାଡୁରୁ ଗୁରୁବାର ଫେରିଥିଲେ । ଏଠାକାର ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିବେଦନ କରିଥିଲେ ।
ହେଲେ ସରପଞ୍ଚ ଏମାନଙ୍କୁ ସାହାଯ୍ୟ ପରିବର୍ତ୍ତେ ଗାଳି ଗୁଳଜ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରିଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ଭିତ୍ତିକରି ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ଏବଂ ସରପଞ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ