ETV Bharat / state

ଚାଉଳ ଦୁର୍ନୀତି ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଧାୟକ । ଚାଉଳ ଦୁର୍ନୀତିରେ ବଡ଼ ବଡିଆଙ୍କ ମୁଣ୍ଡ ଥିବାନେଇ କ୍ରାଇମବ୍ରାଞ୍ଚ ତଦନ୍ତ ସହ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ବିଧାୟକ । ଅଧିକ ପଢନ୍ତୁ...

author img

By

Published : Jul 7, 2021, 7:47 AM IST

ଚାଉଳ ଦୁର୍ନୀତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ ଧାରଣା

ବଲାଙ୍ଗୀର: ଜିଲ୍ଲାରେ କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତି ହେଉଥିବାର ଅଭିଯୋଗ ନେଇ ଗତକାଲି(ମଙ୍ଗଳବାର) କଣ୍ଟାବାଞ୍ଜି ବିଧାୟକ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହାର କ୍ରାଇମବ୍ରାଞ୍ଚ ଦାବି ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରିବା ନେଇ ସେ ଦାବି କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ଗରିବ ପାଇଁ ଉଦ୍ଦିଷ୍ଟ ଚାଉଳରେ ଘୋର ଦୁର୍ନୀତି ହେଉଥିବାର ଅଭିଯୋଗ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ତଥା ଦୋଷୀଙ୍କୁ ଗିରଫ ଦାବିରେ ତାଙ୍କ ସମର୍ଥକଙ୍କ ସହ ସେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ । ତେବେ ଜିଲ୍ଲାରେ ଏମ ଡି ଏମ ଚାଉଳ, PDS ଚାଉଳ ତଥା SNP ଚାଉଳ ପରିବହନ କରିବା ପାଇଁ ଜିଲ୍ଲା ପ୍ରଶାସନ ବିନା ଟେଣ୍ଡରରେ ଜଣକୁ ମାତ୍ର ନ୍ୟସ୍ତ କରି ଆସିଛି । ଜିଲ୍ଲା ପ୍ରଶାସନ ଏହି ପରିବହନ ଏଜେଣ୍ଟର ହାତ ବାରିଶି ସାଜି କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତି କରୁଥିବା ନେଇ ସାଲୁଜା ଅଭିଯୋଗ କରିଛନ୍ତି ।

ତେବେ ଜଣେ ଛୋଟ କାଟିଆ ପୂର୍ବତନ ସରକାରୀ କର୍ମଚାରୀ ଟିକେ ଲାଲ୍ ସାହୁ ଏବେ ଏଜେଣ୍ଟ ସାଜି 100 କୋଟି ଟଙ୍କାର ମାଲିକ ହୋଇଥିବା ନେଇ ସେ କହିଛନ୍ତି । ସେପଟେ ଏହି ଚାଉଳ ଦୁର୍ନୀତିରେ ବଡ଼ ବଡିଆଙ୍କ ମୁଣ୍ଡ ଥିବା ବେଳେ ଏହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଓ ଦୋଷୀ ଟିକେ ଲାଲ୍ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ସେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.