ବଲାଙ୍ଗୀର: ମୃତ ବ୍ୟକ୍ତିଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକେ । ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ଯୁବକଙ୍କ ଚକ୍ଷୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବଲାଙ୍ଗୀର ବଙ୍ଗୋମୁଣ୍ଡାର ଯୁବକ ମୁନୁ ମାଝୀ ଗତ ଦୁଇ ଦିନ ତଳେ ଖରୀଆର ନିକଟରେ ଦୁର୍ଘଟଣା ରେ ଗୁରୁତର ହୋଇଥିଲେ ।
ଏହା ପରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ମାତ୍ର ସେଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କ ଆଖି ଦାନ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଭୁବନେଶ୍ବର ଦୃଷ୍ଟି ଦାନ ଆଖିବ୍ୟାଙ୍କକୁ ତାଙ୍କ ଚକ୍ଷୁ ଦାନ କରା ଯାଇଥିଲା । ତେବେ ଯୁବକର ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା ସେ ଅନ୍ୟକୁ ଆଲୋକିତ କରି ଯାଇଛନ୍ତି । ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ