ବଲାଙ୍ଗୀର: ପୌର କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ବଲାଙ୍ଗୀର ଟିଟିଲାଗଡ ମୁଖ୍ୟ ରାସ୍ତା ଶ୍ମଶାନ ଘାଟ ନିକଟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣକ ବଲାଙ୍ଗୀର ଇଛା ପଡାର ଋଷି ସାହୁ ବୋଲି ପରିଚୟ ମିଳିଛି।
ତେବେ ଦୀର୍ଘ ବର୍ଷ ହେବ ସେ ବଲାଙ୍ଗୀର ପୌରପାଳିକାରେ ଟ୍ରାକ୍ଟର ଚାଳକ ଭାବରେ କାମ କରୁଥିଲେ । ଗୁରୁବାର ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାର ଲୋକେ ଦେଖି ବଲାଙ୍ଗୀର ଟାଉନ୍ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଟାଉନ୍ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ୍ କଲେଜକୁ ପଠାଇଛି । ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ