ETV Bharat / state

ଭୀମ ଭୋଇ ମେଡ଼ିକାଲ କଲେଜରେ ରୋଗୀ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା - balangir Medical tension prevailed

ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ନର୍ସ ଓ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ଯେଉଁଥିରେ ପୋଲିସ 9 ଜଣଙ୍କୁ ଅଟକ ରଖିଛି । ଅଧିକ ପଢନ୍ତୁ...

ଭୀମ ଭୋଇ ମେଡ଼ିକାଲ କଲେଜରେ ରୋଗୀ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା

author img

By

Published : Mar 8, 2021, 4:57 PM IST

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଆଜି ଜଣେ ରୋଗୀର ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଯେଉଁଥିରେ ହସ୍ପିଟାଲ ମଧ୍ୟରେ ମୃତକଙ୍କ ସମ୍ପର୍କୀୟମାନେ ବ୍ୟାପକ ଭଙ୍ଗା ରୁଜା କରିବା ସହ ଡାକ୍ତର ଓ ନର୍ସଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବଲାଙ୍ଗୀର ଭୁର୍ସି ପାଳି ଗ୍ରାମର ଜଣେ ଯୁବକ ହେମନ୍ତ ବେହେରାଙ୍କୁ ଗତକାଲି ରାତିରେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ପୁରୁଷ ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣି ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗା ରୁଜା କରିବା ସହ ଡାକ୍ତର ଓ ନର୍ସଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି ।

ଭୀମ ଭୋଇ ମେଡ଼ିକାଲ କଲେଜରେ ରୋଗୀ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା

ସେହିପରି ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବାବେଳେ ଆକ୍ରମଣକାରୀଙ୍କ ମଧ୍ୟରୁ 9 ଜଣଙ୍କୁ ଅଟକ ରଖିଛି । ସେପଟେ ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା କରିଥିବା ନର୍ସ ଓ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.