ETV Bharat / state

Election Poll: ମଇଦାନରେ ଉଚ୍ଚଶିକ୍ଷିତା, କହିଲେ ବିକାଶର ପ୍ରଥମ ପାହାଚ ପଞ୍ଚାୟତ

ଚଳିତ ପଞ୍ଚାୟତ ନିର୍ବାଚନର ବଲାଙ୍ଗୀର ଚଳଚଞ୍ଚଳ । ପୁଇନ୍ତଳା ବ୍ଲକ କୁଲଥି ପାଲି ଗ୍ରାମର ଲିପିକା ପ୍ରଧାନ ଜଣେ BSC ଉତ୍ତୀର୍ଣ୍ଣ ଛାତ୍ରୀ ହୋଇଥିବା ବେଳେ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ରାଜନୀତିକୁ ଆସିଥିବା କହିଛନ୍ତି । ଅଧିକ ପଢନ୍ତୁ

Election Poll: ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

author img

By

Published : Jan 30, 2022, 10:41 PM IST

ବଲାଙ୍ଗୀର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ସବୁ ବର୍ଗର ଲୋକ ଓ ପାର୍ଥୀ ବେଶ୍ ଉତ୍ସାହର ସହିତ ରାଜନୀତିରେ ପାଦ ଦେବା ସହ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି । ତେବେ ଏହିଭଳି ବଲାଙ୍ଗୀରରେ ମଧ୍ୟ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମଧ୍ୟ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯେଉଁଥିରେ ପଛରେ ପଡ଼ିନାହାଁନ୍ତି ବଲାଙ୍ଗୀର ପୁଇନ୍ତଳା ବ୍ଲକ କୁଲଥି ପାଲି ଗ୍ରାମର ଲିପିକା ପ୍ରଧାନ । ସେ ଜଣେ ବିଏସସି ପାଠ ପଢ଼ିସାରିଥିବା ପାର୍ଥୀ ଅଟନ୍ତି । ପୂର୍ବରୁ ସେ ଜଣେ ଶିକ୍ଷୟତ୍ରୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ।

Election Poll: ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

ସେ ନିଜ ଅଞ୍ଚଳର ବିକାଶ ତଥା ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି । ସେହିପରି ସେ ନିଜେ ଉଚ୍ଚ ଶିକ୍ଷିତ ପରିବାରରୁ ଆସିଥିବା ବେଳେ ଲୋକଙ୍କ ସେବା କରିବାକୁ ହେଲେ ପଞ୍ଚାୟତସ୍ତର ହିଁ ଏହାର ପ୍ରଥମ ସୋପାନ, ଆଉ ଏହା ହିଁ ତାଙ୍କୁ ପ୍ରେରିତ କରିଛି ରାଜନୀତିରେ ଯୋଗ ଦେବାକୁ ବୋଲି ସେ କହିଛନ୍ତି । ସେହିପରି ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଶିକ୍ଷା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଏହାସହ ରାଜନୀତିରେ ଶିକ୍ଷିତ ଲୋକ ଆସିଲେ ପ୍ରଦେଶ ଓ ଦେଶର ପ୍ରକୃତ ଉନ୍ନତି ହେବ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.