ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ - ଗ୍ରାମବାସୀଙ୍କ ରାସ୍ତାରୋକ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ହେଲେ ମୃତା ମହିଳାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଅଧିକ ଖବର ପଢନ୍ତୁ...

_woman death
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,ଶବରଖି ଗ୍ରାମବାସୀଙ୍କ ରାସ୍ତାରୋକ
author img

By

Published : Dec 28, 2019, 1:47 AM IST

ବଲାଙ୍ଗୀର: ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାଟି ବଲାଙ୍ଗୀର ଲୋଇସିଂହା ଥାନା ତଥା ଆଗଲପୁର ଫାଣ୍ଡି ଅଧିନ ତେଲେନପାଲି ଗ୍ରାମରେ ଘଟିଛି । ତେବେ ମୃତା ମହିଳାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ମୃତଦେହ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

ଅଭିଯୋଗ ଅନୁସାରେ ଆଗଲପୁର ବ୍ଲକ ନଅଗାଁ(କ) ପଞ୍ଚାୟତ ତେଲେନପାଲି ବାସିନ୍ଦା ଟଙ୍କଧର ଗଡତ୍ୟାଙ୍କ ଝିଅ ସୀମା ଗଡ଼ତ୍ୟା (୨୫) ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଜୀବର୍ଦ୍ଧନ ପ୍ରଧାନଙ୍କୁ ବିବାହ କରିଥିଲେ। ନଅଗାଁ(କ) ଠାରେ ଚାଲିଥିବା ଧନୁଯାତ୍ରା ଦେଖିବା ପାଇଁ ସୀମାଙ୍କୁ ତାଙ୍କ ଭାଇ ଘରକୁ ଡାକିଥିଲେ ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,ଶବରଖି ଗ୍ରାମବାସୀଙ୍କ ରାସ୍ତାରୋକ

ଗୁରୁବାର ସନ୍ଧ୍ୟାରେ ସୀମା ନିଜ ସ୍ବାମୀ ଜୀବର୍ଦ୍ଧନଙ୍କ ସହିତ ଧନୁଯାତ୍ରା ଦେଖିବା ପାଇଁ ବାଇକରେ ନଅଗାଁ ଆସିଥିଲେ। ତେବେ ରାତିରେ ସୀମା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଓ ତାଙ୍କୁ ପଦ୍ମପୁର ହସ୍ପିଟାଲକୁ ନିଆଯାଇଥିବା ନେଇ ତାଙ୍କ ସ୍ବାମୀ ଜୀବର୍ଦ୍ଧନ ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ସୀମାଙ୍କ ବାପା ଟଙ୍କଧର ପଦ୍ମପୁର ପହଁଞ୍ଚିବା ବେଳକୁ ସେଠାରେ ସୀମାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।

ଶୁକ୍ରବାର ପଦ୍ମପୁର ଡାକ୍ତରଖାନାରେ ସୀମାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ତେଲେନପାଲି ଫେରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୀମାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେଉଥିବା ଅଭିଯୋଗ କରି ତାଙ୍କ ବାପ ଘର ଲୋକେ ତଥା ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି। ଏହାସହ ଉତ୍ୟକ୍ତ ଲୋକେ ସୀମାଙ୍କ ସ୍ବାମୀ ଜୀବର୍ଦ୍ଧନଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ମହିଳା ଙ୍କ ସନ୍ଦେହ ଜଣକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣି ପରିବାର ଓ ଲୋକଙ୍କ ରାସ୍ତା ରୋକBody:ବଲାଂଗୀର ଲୋଇସିଂହା ଥାନା ତଥା ଆଗଲପୁର ଫାଣ୍ଡି ଅଧିନ ତେଲେନପାଲି ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ମୃତା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଆଜି ସନ୍ଧ୍ୟାରେ ସ୍ଥାନୀୟ କଣ୍ଠିପାଳି ଛକ ନଅଗାଁ(କ)-ଗାଇସିଲେଟ ରାସ୍ତାରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରି ଛନ୍ତି। ଅଭିଯୋଗ ଅନୁସାରେ ଆଗଲପୁର ବ୍ଲକ ନଅଗାଁ(କ) ପଂଚାୟତ ତେଲେନପାଲି ବାସିନ୍ଦା ଟଂକଧର ଗଡତ୍ୟାଙ୍କ ଝିଅ ସୀମା ଗଡ଼ଟିଆ (୨୫) ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଜୀବର୍ଦ୍ଧନ ପଧାନଙ୍କୁ ବିବାହ କରିଥିଲେ । ନଅଗାଁ(କ) ଠାରେ ଚାଲିଥିବା ଧନୁଯାତ୍ରା ଦେଖିବା ପାଇଁ ସୀମାଙ୍କୁ ତାଙ୍କ ଭାଇ ଘରକୁ ଡାକିଥିଲେ । ଗୁରୁବାର ସନ୍ଧ୍ୟାରେ ସୀମା ନିଜ ସ୍ୱାମୀ ଜୀବର୍ଦ୍ଧନଙ୍କ ସହିତ ଧନୁଯାତ୍ରା ଦେଖିବା ପାଇଁ ବାଇକରେ ନଅଗାଁ ଆସିଥିଲେ । ତେବେ ରାତିରେ ସୀମା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଓ ତାଙ୍କୁ ପଦ୍ମପୁର ହସ୍ପିଟାଲକୁ ନିଆଯାଇଥିବା ନେଇ ତାଙ୍କ ସ୍ବାମୀ ଜୀବର୍ଦ୍ଧନ ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲେ । ସୀମାଙ୍କ ବାପା ଟଂକଧର ପଦ୍ମପୁର ପହଂଚିବା ବେଳକୁ ସେଠାରେ ସୀମାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଆଜି ପଦ୍ମପୁର ଡାକ୍ତରଖାନାରେ ସୀମାଙ୍କ ଶବ ବ୍ୟବଚ୍ଛେଦ ହୋଇ ତେଲେନପାଲି ଫେରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୀମାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେଉଥିବା ଅଭିଯୋଗ କରି ତାଙ୍କ ବାପ ଘର ଲୋକେ ତଥା ସ୍ଥାନୀୟ ବାସିନ୍ଦା କଣ୍ଠିପାଳି ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏଥିସହିତ ଉତ୍ୟକ୍ତ ଲୋକେ ସୀମାଙ୍କ ସ୍ୱାମୀ ଜୀବର୍ଦ୍ଧନଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.