ବଲାଙ୍ଗୀର: ଫସଲବୀମା ଯୋଜନାରେ ପଞ୍ଜୀକରଣ କରିବାକୁ ଯାଇ ନିଖୋଜ ଥିବା ଚାଷୀଙ୍କ ସନ୍ଦେହଜନକ ମତ୍ୟୁ । ଏକ ଧାନ ବିଲରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏକ ହତ୍ୟା ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ,ବଲାଙ୍ଗୀର ସଇଁତଳା ବ୍ଲକ୍ ନୂଆପଡ଼ା ଗ୍ରାମର ଚାଷୀ ଲେମ୍ବୁ ସାହୁ ଗତ ଦୁଇ ଦିନ ତଳେ ଘରୁ ଫସଲ ବୀମା କରିବାକୁ ଯାଇ ନିଖୋଜ ଥିଲେ । ତେବେ ଗତ କାଲି ତାଙ୍କର ରକ୍ତ ଭିଜା ଚପଲ ଓ ମୋଟର ସାଇକଲ ଘୁଂଶର୍ କଲେଜ୍ ନିକଟରୁ ଉଦ୍ଧାର ହୋଇଥିଲା ।
ଦିନକ ପରେ ତାଙ୍କ ମୃତ ଦେହ ନିକଟସ୍ଥ ବିଲ ମଧ୍ୟରୁ ଉଦ୍ଧାର ହୋଇଛି । ତେବେ ତାଙ୍କର ହତ୍ୟା ହୋଇଥିବାର ସ୍ପଷ୍ଟ ହୋଇଥିବା ବେଳେ ସଇଁତଳା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ପୋଲିସ ପଚରାଉଚୁରା କରୁଥିବା ଜଣାପଡିଛି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ