ETV Bharat / state

ପ୍ରେମ ପାଇଁ ଯାଇଥିଲା ଯୋଗାଣ ସହାୟକଙ୍କ ଜୀବନ, 6 ହତ୍ୟାକାରୀ ଗିରଫ - 6 ହତ୍ୟାକାରୀକୁ ଗିରଫ କଲା ପୋଲିସ

ବଲାଙ୍ଗୀର ଚର୍ଚ୍ଚିତ ଯୋଗାଣ ସହାୟକ ହତ୍ୟାକାଣ୍ଡ ଘଟଣା । 6 ହତ୍ୟାକାରୀକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ହତ୍ୟାକାରୀଙ୍କୁ ଧରିଲା ବଲାଙ୍ଗୀର ପୋଲିସ
ହତ୍ୟାକାରୀଙ୍କୁ ଧରିଲା ବଲାଙ୍ଗୀର ପୋଲିସ
author img

By

Published : Jul 14, 2023, 7:30 AM IST

ହତ୍ୟାକାରୀଙ୍କୁ ଧରିଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ଚର୍ଚ୍ଚିତ ଯୋଗାଣ ସହାୟକ ହତ୍ୟାକାଣ୍ଡ ଘଟଣା । 24 ଘଣ୍ଟା ମଧ୍ୟରେ ହତ୍ୟାକାରୀ ଗିରଫ କଲା ପୋଲିସ । ମାରଣାସ୍ତ୍ର ସହ ବାଇକ ମୋବାଇଲ ଜବତ । ପ୍ରେମ ଜନିତ କାରଣରୁ ହତ୍ୟା କରାଯାଇଥିବା ସୂଚନା ଦେଲା ପୋଲିସ । ମୃତକଙ୍କ ଧନ୍ୟବାଦ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ ଦାବି କଲେ ପରିବାର ଲୋକେ । ତେବେ ଗତ ଜୁନ 24 ତାରିଖରେ ବଲାଙ୍ଗୀର ଅଇଁଲା ଚୂଆ ଗ୍ରାମର ଯୁବକ ରଜତ କୁମାର ପ୍ରଧାନ ଘରୁ ବାହାରି ନିଖୋଜ ହୋଇଥିଲେ । ଯାହା ପରେ ପରିବାର ଲୋକେ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପରଦିନ ରଜତଙ୍କ ରକ୍ତାକ୍ତ ମୃତଦେହ ବଲାଙ୍ଗୀର ଖୁଯେନ ପାଳି ଜଙ୍ଗଲ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା ।

ବଲାଙ୍ଗୀର ଜିଆରପି ପୋଲିସ ଏହାର ତଦନ୍ତ କରୁଥିଲା । ହେଲେ ତଦନ୍ତରେ ବିଳମ୍ବ ହେଉଥିବାର ଅଭିଯୋଗ ଆଣି ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ତଦନ୍ତ ଜିଲ୍ଲା ପୋଲିସ କରୁ ବୋଲି ଦାବି କରିଥିଲେ । ସେପଟେ ପୋଲିସ ଏହି ମାମଲାକୁ ନିଜ ହାତକୁ ନେବା ପରେ 24 ଘଣ୍ଟା ମଧ୍ୟରେ 6 ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ସିନ ରି-କ୍ରିଏସନ କରିବା ସହ ଏକ ପରିତ୍ୟକ୍ତ କୂଅରୁ ମାରଣାସ୍ତ୍ର ଓ ମୋବାଇଲ ତଥା ବାଇକ ପୋଲିସ ଜବତ କରିଛି । ବଲାଙ୍ଗୀର ଏସ ପି ଋଷିକେଶ ଖିଲାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ଝାରପଡା ଗୁଳିମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଏସପି ଋଷିକେଶ ଖିଲାର କହିଛନ୍ତି, ‘‘ପ୍ରେମକୁ ନେଇ ରଜତକୁ ହତ୍ୟା କାଯାଇଛି । ସେହିପରି ଏଥିରେ ଚାରିଜଣ ନାବାଳକ ଥିବା ବେଳେ ଦୁଇ ଜଣ ସିଲେଟ ପଡା ଗ୍ରାମର ସୂର୍ଯ୍ୟ କାନ୍ତ ସେଲମା ଓ ରାଜୀବ ବଗର୍ତ୍ତି । ତେବେ ଜଣେ ନାବାଳିକା ଝିଅର ପ୍ରେମକୁ ନେଇ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ଥିଲା । ଏହାପରେ ରଜତକୁ ଘରୁ ଡାକି ଆଣି ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସେହିପରି ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ବାଇକ ମୋବାଇଲ ପୋଲିସ ଜବତ କରିବା ସହ ସବୁ ସାଇଣ୍ଟିଫିକ ପ୍ରମାଣ ପୋଲିସ ସଂଗ୍ରହ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।’’

ସେପଟେ ମୃତକଙ୍କ ପରିବାର ଲୋକେ ପୋଲିସର ଏହି ତ୍ୱରିତ ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଘଟଣାରେ ସାମିଲ ଥିବା ସମସ୍ତଙ୍କୁ କଠୋର ଦଣ୍ଡ ବିଧାନ ଦାବି କରିଛନ୍ତି । ସେହିପରି ସମ୍ପୃକ୍ତ ଝିଅକୁ ମଧ୍ୟ ତଦନ୍ତ ପରିସର କରି ତା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଦାବି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.