ETV Bharat / state

ସୁଲିଆ ଯାତ୍ରା; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

author img

By

Published : Jan 1, 2020, 11:37 PM IST

ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ଶୁଳିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଅଧିକ ଖବର ପଢନ୍ତୁ...

ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ
ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

ବଲାଙ୍ଗୀର: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ଶୁଳିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଯେଉଁଥିରେ ସାରା ପଶ୍ଚିମ ଓଡିଶାର ଆଦିବାସୀ ଏକାଠି ହୋଇଥାନ୍ତି। ରୀତି ନୀତି ପରମ୍ପରା ଅନୁସାରେ ଏହି ପର୍ବ ମିଳିତ ଭାବରେ ପାଳନ କରିଥାନ୍ତି।

ଜିଲ୍ଲାର ତୁସୁରା ଥାନା କୂଳତାପଡା ଗ୍ରାମର ମୁଖ୍ୟ ଶୁଳିଆ ପୀଠ ଖଇରଗୁଡା ଠାରେ ସବୁ ବର୍ଷ ପୌଷ ମାସ ମଙ୍ଗଳବାର ଦିନ ଶୁଳିଆ ଯାତ୍ରା ପାଳନ ହୋଇଥାଏ । ଆଦିବାସୀଙ୍କ ପୂର୍ବପୁରୁଷ ଶୁଳିଆ ବୁଢାଙ୍କୁ ସ୍ମରଣ କରି ଆଦିବାସୀ ନିଜ ଢଙ୍ଗରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରଥମେ ଗାଁ ମଧ୍ୟରୁ ପୂଜା ସାମଗ୍ରୀ ଭବ୍ୟ ସମାରୋହରେ ବିଭିନ୍ନ ବାଦ୍ୟର ତାଳେ ତାଳେ ମୁଖ୍ୟ ଶୁଳିଆ ପୀଠକୁ ନିଆଯାଏ। ସେଠାରେ ଥିବା ଆଦିବାସୀ ପୂଜକ ବା ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶୁଳିଆ ବୁଢା ପ୍ରକଟ ହୋଇଥାନ୍ତି। ଆଉ ତାଙ୍କ ଆଦେଶ ମୁତାବକ ନଡ଼ିଆ, ଧୂପ ଦୀପ ଓ ପଶୁ ବଳି ଦେଇ ତାଙ୍କ ପୂଜା କରାଯାଇଥାଏ।

ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

ଆବାହମାନ କାଳରୁ ଆଦିବାସୀ ଏହି ଯାତ୍ରା ଧୁମଧାମରେ ପାଳନ କରି ଆସୁଛନ୍ତି । ହେଲେ ଜିଲ୍ଲାର ମୋଟ ପାଞ୍ଚଟି ସ୍ଥାନ ମଧ୍ୟରୁ ଖଇରଗୁଡାରେ ବେଶ ଭିଡ଼ ଜମିଥାଏ । ପୀଠରେ ଭକ୍ତ ନିଜ ମନୋସ୍କାମନା ପୂରଣ କରିବାକୁ ବିଭିନ୍ନ ନୈବେଦ୍ୟ ସହ ପଶୁ ବଳି ସମର୍ପଣ କରିଥାନ୍ତି। ବିଶ୍ବାସ ରଖି ପଶ୍ଚିମ ଓଡ଼ିଶାର ଆଦିବାସୀ ଏଠାରେ ଏକାଠି ହେଉଥିବା ବେଳେ ବଡ ହାଟ ମଧ୍ୟ ଏହି ପର୍ବର ଆହୁରି ଗୁରୁତ୍ବ ବହନ କରିଥାଏ। ସବୁ ପ୍ରକାର ସାମଗ୍ରୀ ମିଳୁଥିବାରୁ ଏହି ହାଟରେ ନାହିଁନଥିବା ଭିଡ ଦେଖିବାକୁ ମିଳିଥାଏ। ଆଦିବାସୀଙ୍କୁ ଆଜି ପଛୁଆ କୁହାଯାଉଥିଲେ ସୁଧା ସେମାନଙ୍କର ଏକତା ଓ ବିଶ୍ବାସ ଏକ ଉଦାହରଣ। ଯାହା ଏହି ଶୁଳିଆ ପର୍ବ ପ୍ରମାଣିତ କରିଛି।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଆଦିବାସି ଅଧ୍ୟୁଷିତ ବଲାଂଗୀର ଜିଲ୍ଲା ରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ସୁଲିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଯେଉଁଥିରେ ସାରା ପଶ୍ଚିମ ଓଡିଶାର ଆଦିବାସୀ ଏକାଠି ହୋଇ ଥାଆନ୍ତି ଏବଂ ରୀତି ନୀତି ପରମ୍ପରା ଅନୁସାରେ ଏହି ପର୍ବ ମିଳିତ ଭାବରେ ପାଳନ କରିଥାନ୍ତି ।

Body:ଆଦିବାସି ଅଧ୍ୟୁଷିତ ବଲାଂଗୀର ଜିଲ୍ଲା ରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ସୁଲିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଯେଉଁଥିରେ ସାରା ପଶ୍ଚିମ ଓଡିଶାର ଆଦିବାସୀ ଏକାଠି ହୋଇ ଥାଆନ୍ତି। ଏବଂ ରୀତି ନୀତି ପରମ୍ପରା ଅନୁସାରେ ଏହି ପର୍ବ ପାଳିଥାନ୍ତି। ତେବେ ଏଥିରେ ବଲାଂଗୀର ଜିଲ୍ଲାର ତୁସୁରା ଥାନା ଅନ୍ତର୍ଗତ କୂଳତାପଡା ଗ୍ରାମର ମୁଖ୍ୟ ସୁଲିଆ ପୀଠ ଖଇର ଗୁରା ଠାରେ ସବୁ ବର୍ଷ ପୌଷ ମାସ ମଙ୍ଗଳ ବାର ଦିନ ଏହି ପର୍ବ ପାଳନ ହୋଇଥାଏ। ଆଦିବାସୀଙ୍କ ପୂର୍ବପୁରୁଷ ସୁଲିଆ ବୁଢା ଙ୍କ ସ୍ମରଣେ ଆଦିବାସୀ ନିଜ ଢଙ୍ଗରେ ପୂଜା ଅର୍ଚନା କରିଥାନ୍ତି । ପ୍ରଥମେ ଗାଁ ମଧ୍ୟରୁ ପୂଜା ସାମଗ୍ରୀ ଭବ୍ୟ ସମାରୋହରେ ବିଭିନ୍ନ ବାଦ୍ୟର ତାଳେ ତାଳେ ମୁଖ୍ୟ ସୁଲିଆ ପିଠାକୁ ନିଆ ଯାଇଥାଏ। ଜାହାପରେ ସେଠି ଥିବା ଆଦିବାସୀ ପୂଜକ ବା ଦେହେରି ପୂଜା ଅର୍ଚନା କରିବା ପରେ ସ୍ୱୟଂ ସୁଲିଆ ବୁଢା ପ୍ରକଟ ହୋଇଥାନ୍ତି। ଏବଂ ତାଙ୍କ ଆଦେଶ ମୁତାବକ ତାଙ୍କୁ ନଡ଼ିଆ ଧୂପ ଓ ପଶୁ ବଳି ଦେଇ ତାଙ୍କ ପୂଜା କରା ଯାଇଥାଏ । ୱେବନ ଏପରି କଲେ ଲୋକଙ୍କ ଆବଂଛିତ ମନସ୍କାମନା ପୁରାଣ ହୋଇଥାଏ ବୋଲି କୁହା ଯାଏ। ଏବଂ ଏଥିପାଇଁ ଜିଲ୍ଲା ରୁ ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ବାଇଟ ଦିଶ୍ରୀ ଖରସେଲ ଶ୍ରଦ୍ଧାଳୁ କନ୍ଧମାଳ
ବାଇଟ ବିପିନ ମାଝି ଶ୍ରଦ୍ଧାଳୁ ବାଲିଗୁଡା
ଆବହମାନ କାଳରୁ ଆଦିବାସୀ ଏହି ସୁଲିଆ ଯାତ୍ରା ଧୁମ ଧାମରେ ପାଳନ କରି ଆସୁଛନ୍ତି । ତେବେ ବଲାଂଗୀର ଜିଲାରେ ମୋଟ ପାଞ୍ଚ ଟି ସ୍ଥାନରେ ଏହି ସୁଲିଆ ପର୍ବ ଆଦିବାସୀ ପାଳନ କରୁଥିବା ବେଳେ ମୁଖ୍ୟତଃ ଖଇର ଗୁଡା ରେ ବେଶ ଭିଡ଼ ଜମିଥାଏ । ଏବଂ ଏହି ପୀଠରେ ଭକ୍ତ ନିଜ ମନସ୍କାମନା ପୁଅରଣ ହେତୁ ନଡ଼ିଆ ଧୂପ ଓ ପଶୁ ବଳି ସମର୍ପଣ କରିଥାନ୍ତି । ତେବେ ଆଧୁନିକ ଯୁଗରେ ମଧ୍ୟ ଆଦିବାସୀ ନିଜ ରୀତି ନୀତି ପରମ୍ପରାକୁ ଭୁଲି ନାହାନ୍ତି । ଏବଂ ସବୁ ବର୍ଷ ଅଧିକରୁ ଅଧିକ ଭକ୍ତଙ୍କ ଭିଡ଼ ଏଠି ଜମିବାର ଦେଖିବାକୁ ମିଳିଥାଏ । ସେହିପରି ଆଦିବାସୀ କନ୍ଧ ସମାଜର 18 ଟି ପ୍ରଗଣା ର ସବୁ ସଦସ୍ୟ ମଧ୍ୟ ଏହି ଦିନ ଏକାଠି ହୋଇଥାନ୍ତି। ଏବଂ ସମସ୍ତେ ମିଳି ମିଶି ଏହି ଯାତ୍ରା କୁ ପାଳନ କରିଥାନ୍ତି । ତେବେ ଏହି ଦିନ ସାରା ପଶ୍ଚିମ ଓଡ଼ିଶାର ଆଦିବାସୀ ଏଠି ଏକାଠି ହଉଥିବ ବେଳେ ବଡ ହାଟ ମଧ୍ୟ ଏହି ପର୍ବକୁ ଆହୁରି ଗୁରୁତ୍ୱପୂର୍ଣ କରିଥାଏ। ଯେଉଁଠି ଆଦିବାସୀଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀ କିଣା ବିକା ହୋଇ ଥାଏ । ଛୋଟ ଶିଶୁ ଠୁଁ ନେଇ ବଡ଼ ମାନଙ୍କ ପାଇଁ ସବୁ ପ୍ରକାରର ସାମଗ୍ରୀ ଏଠି ବିକ୍ରି ହୋଇଥାଏ । ଯାହାକୁ କିଣିବା ପାଇଁ ଗ୍ରାହକ ଙ୍କ ମଧ୍ୟ ଏହିଦିନ ଅଭାବ ନଥାଏ । ତେବେ ଏତେ ବଡ଼ ପର୍ବ ବା ଯାତ୍ରାକୁ ସଫଳ କରିବାକୁ ସୁଲିଆ ପୂଜା କମିଟି ଦୀର୍ଘ ମାସ ମାସ ଧରି ପ୍ରସ୍ତୁତି କରିଥାଏ ଏବଂ ପୋଲିସ ପ୍ରଶାସନ ମଧ୍ୟ ଏମାନଙ୍କୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେଇଥାନ୍ତି। ଏବଂ ଆଦିବାସୀ ଏକାଠି ହୋଇ ନିଜ ପୂର୍ବ ପୁରୁଷକୁ ଏହି ଭଳି ଅରାଧାନ କରିଥାନ୍ତି ।
ବାଇଟ ଖଗେଶ୍ୱର ଦାସ ପୂଜକ ସୁଲିଆ ପୀଠ
ବାଇଟ ମୟ ପ୍ରଧାନୀ ସଦସ୍ୟ ସୁଲିଆ ପୂଜା କମିଟି

Conclusion:ଆଦିବାସୀଙ୍କୁ ଆଜି ପଛୁଆ କୁହା ଯାଉଥିଲେ ସୁଧା ସେମାନଙ୍କର ଏକତା ଓ ବିଶ୍ୱାସ ଏକ ଉଦାହରଣ ଅଟେ। ଏବଂ ଏହି ସୁଲିଆ ପର୍ବ ରେ ଏହାର ବେଶ ନିଦର୍ଶନ ଦେଖିବାକୁ ମିଳିଥାଏ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.