ETV Bharat / state

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା

ବଲାଙ୍ଗିର ଜିଲ୍ଲାରେ ଅବ୍ୟବସ୍ଥା ଭିତରେ ଚାଲିଛି ସ୍ବାସ୍ଥ୍ୟ ସେବା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
author img

By

Published : Jul 8, 2019, 7:58 PM IST

ବଲାଙ୍ଗିର: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ଥାସ୍ଥ୍ୟ ସେବା । ଅବ୍ୟବସ୍ଥା ଭିତରେ ଚାଲିଛି ସମସ୍ତ ଡାକ୍ତରଖାନା । ଜିଲ୍ଲାରେ ଉପଯୁକ୍ତ ମାତ୍ରାରେ ଡାକ୍ତରଖାନା ଥିଲେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି । ସେହିପରି ଡାକ୍ତର ଖାନା ଗୁଡିକରେ ନର୍ସ,ଲ୍ୟାବ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ଫଳରେ ଲୋକେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଯେଉଁଥିପାଇଁ ବାଧ୍ୟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିପରି ବଲାଙ୍ଗୀରରେ ମେଡିକାଲ କଲେଜ ମଧ୍ୟ କାମ କରୁଛି ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ତେବେ ବଲାଙ୍ଗୀରରେ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁଇଟି ସବ ଡିଭିଜନସ୍ଥରୀୟ ଡାକ୍ତରଖାନା, 42 ଗୋଟି ସିଏଚସି ତଥା ପିଏଚସି ଓ ଦୁଇଟି ଅନୁଦାନ ପ୍ରାପ୍ତ ଡାକ୍ତରଖାନା ରହିଛି । ତେବେ ଏସବୁ ଡାକ୍ତରଖାନା ପାଇଁ ମୋଟ 261 ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର 160 ଜଣ ଡାକ୍ତର । ସେହିପରି ଲ୍ୟାବ କର୍ମଚାରୀ 42 ଦରକାର ଥିବା ବେଳେ ଅଛନ୍ତି 26 ଜଣ, ଷ୍ଟାପ ନର୍ସ ମୋଟ 80 ଦରକାର ଥିବା ବେଳେ ଅଛନ୍ତି 71 ଜଣ । ସମାନ ଭାବରେ ସ୍ବାସ୍ଥ୍ୟକର୍ମୀ ମୋଟ 437 ଦରକାର ଥିବା ବେଳେ ଅଛନ୍ତି 364 ଜଣ ।

ନିକଟରେ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବଲାଙ୍ଗିର ଗସ୍ତ କରି ଏସବୁର ଅନୁଧ୍ୟାନ କରିଛନ୍ତି । ଏବଂ ଦୁଇ ବର୍ଷ ମଧ୍ୟରେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro: ବଲାଂଗୀର ଜିଲ୍ଲା ପଛୁଆ ଜିଲ୍ଲା ଭାବରେ ଜଣାଶୁଣା ଥିବା ବେଳେ ଏଠି ଅନେକ ଯୋଜନା ମଧ୍ୟ ଲୋକଙ୍କ ପାଖକୁ ପହଂଚି ନଥାଏ । ଏହିଭଳି ଜିଲ୍ଲାର ସ୍ବାସ୍ତ୍ୟ ଅବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇ ପଡି ରହିଛି । ତେବେ ଉପଯୁକ୍ତ ମାତ୍ରାରେ ଡାକ୍ତର ଖାନା ଥିଲେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି । ଅନ୍ୟ ପଟେ ଡାକ୍ତର ଖାନା ଅଛି ହେଲେ ଡାକ୍ତର ନାହାନ୍ତି । ସେହିପରି ଡାକ୍ତର ଖାନା ଗୁଡିକରେ ନର୍ସ,ଲେବ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ଫଳରେ ଲୋକେ ସ୍ବାସ୍ତ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏବଂ ବାଧ୍ୟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାର କୁ ଯାଇ ଖର୍ଚନ୍ତା ହେଉଛନ୍ତି । ସେପଟେ ସରକାର ଆଗାମୀ ଦୁଇ ବର୍ଷ ମଧ୍ୟରେ ସବୁ ଠିକ ହେବ ବୋଲି କହିଛନ୍ତି ।

Body: ବଲାଂଗୀର ଜିଲ୍ଲା ପଛୁଆ ଜିଲ୍ଲା ଭାବରେ ଜଣାଶୁଣା ଥିବା ବେଳେ ଏଠି ଅନେକ ଯୋଜନା ମଧ୍ୟ ଲୋକଙ୍କ ପାଖକୁ ପହଂଚି ନଥାଏ । ଏହିଭଳି ଜିଲ୍ଲାର ସ୍ବାସ୍ତ୍ୟ ଅବସ୍ଥା ମଧ୍ୟ ଏବେ ବିପର୍ଯ୍ୟସ୍ତ ହୋଇ ପଡି ରହିଛି । ସହର ହେଉ ବା ଗ୍ରାମାଞ୍ଚଳ ସବୁଠି ଉପଯୁକ୍ତ ମାତ୍ରାରେ ଡାକ୍ତର ଖାନା ଥିଲେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି । ଅନ୍ୟ ପଟେ ଡାକ୍ତର ଖାନା ଅଛି ହେଲେ ଡାକ୍ତର ନାହାନ୍ତି । ସେହିପରି ଡାକ୍ତର ଖାନା ଗୁଡିକରେ ନର୍ସ,ଲେବ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ଫଳରେ ଲୋକେ ସ୍ବାସ୍ତ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏବଂ ବାଧ୍ୟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାର କୁ ଯାଇ ଖର୍ଚନ୍ତା ହେଉଛନ୍ତି। ସେହିପରି ନିକଟ ରେ ବଲାଙ୍ଗୀରରେ ମେଡିକାଲ କଲେଜ ମଧ୍ୟ କାମ କରୁଛି ହେଲେ ଅବସ୍ଥା ଯାହା ପୂର୍ବରୁ ଥିଲା ଏବେ ମଧ୍ୟ ତାହା ରହିଛି ।
ବାଇଟ ଗୋପାଲଜି ପାଣି ଗ୍ରାହୀ ବଲାଂଗୀର ବାସିନ୍ଦା
ବାଇଟ ଲଳିତ ନାୟକ ସମାଜ ସେବୀ
ବଲାଂଗୀର ଜିଲ୍ଲାରେ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଦୁଇଟି ସବ ଡିବିଜନ ସ୍ଥାରୀୟ ଡାକ୍ତରଖାନା, 42 ଗୋଟି ସି ଏଚ ସି ତଥା ପିଏଚ ସି ଓ ଦୁଇଟି ଅନୁଦାନ ପ୍ରାପ୍ତ ଡାକ୍ତର ଖାନା ରହିଛି। ତେବେ ଏସବୁ ଡାକ୍ତର ଖାନା ପାଇଁ ମୋଟ 261 ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର 160 ଜଣ ଡାକ୍ତର । ସେହିପରି ଲେବ କର୍ମଚାରୀ 42 ଦରକାର ଥିବା ବେଳେ ଅଛନ୍ତି 26 ଜଣ, ଷ୍ଟାଫ ନର୍ସ ମୋଟ 80 ଦରକାର ଥିବା ବେଳେ ଅଛନ୍ତି 71 ଜଣ। ସମାନ ଭାବରେ ସ୍ବାସ୍ତ୍ୟ କର୍ମୀ ମୋଟ 437 ଦରକାର ଥିବା ବେଳେ ଅଛନ୍ତି 364 ଜଣ । ତେବେ ନାହିଁ ନାହିଁ ରେ ଓ ଘୋର ଅଭାବରେ ଏଠିକାର ସ୍ବାସ୍ତ୍ୟ ଅବସ୍ଥା ରହିଛି । ସେପଟେ ନିକଟରେ ନିଜେ ସ୍ବାସ୍ତ୍ୟ ମନ୍ତ୍ରୀ ବଲାଂଗୀର ଗସ୍ତ କରି ଏସବୁର ଅନୁଧ୍ୟାନ କରିଛନ୍ତି । ଏବଂ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସବୁ ଠିକ କରିବେ ବୋଲି କହିଛନ୍ତି
ବାଇଟ ନବ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡିଶା

Conclusion:ବଲାଂଗୀର ଡାକ୍ତର ଖାନା ଅଛି ହେଲେ ଡାକ୍ତର ବିନା ଏସବୁ ଅଦରକାରୀ ହୋଇ ପଡି ରହିଛି । ଏବଂ ଲୋକ ସ୍ବାସ୍ତ୍ୟ ସେବା ପାଇଁ ଘରୋଇ ତଥା ରାଜ୍ୟ ବାହାର ଡାକ୍ତର ଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଉଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.