ETV Bharat / state

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ଅଣ୍ଡା ବିକାଳିରୁ ହେଲେ ବିଶ୍ୱବିଦ୍ୟାଳୟ ଟପ୍ପର

author img

By

Published : Jul 15, 2023, 9:06 PM IST

ସଫଳତା ଆଗରେ ହାର ମାନେ ଆର୍ଥିକ ଅନଟନ । ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ଏକମାତ୍ର ଉପାୟ । ଅଣ୍ଡା ବିକାଳିରୁ ବିଶ୍ବବିଦ୍ୟାଳୟ ଟପ୍ପର ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲାର ଛାତ୍ର ଶିବରାମ ବେହେରା । ଅଧିକ ପଢ଼ନ୍ତୁ

student who sells eggs become university topper
ଅଣ୍ଡା ବିକାଳିରୁ ହେଲେ ବିଶ୍ବବିଦ୍ୟାଳୟ ଟପ୍ପର
ଅଣ୍ଡା ବିକାଳିରୁ ହେଲେ ବିଶ୍ବବିଦ୍ୟାଳୟ ଟପ୍ପର

ବଲାଙ୍ଗୀର: ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ବାଧା ବିଘ୍ନ ହାର ମାନିଥାଏ । ଆଉ ସଫଳତା ନିଶ୍ଚୟ ପାଦ ଚୁମି ଥାଏ । ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଗରିବ ଛାତ୍ର । ଆର୍ଥିକ ଅନାଟନ ମଧ୍ୟ ସଫଳତା ପାଇଛନ୍ତି ବଲାଙ୍ଗୀର ଜିଲ୍ଲାର ଛାତ୍ର ଶିବରାମ ବେହେରା । ଅଣ୍ଡା ବିକାଳିରୁ ସେ ହୋଇଛନ୍ତି ବିଶ୍ବବିଦ୍ୟାଳୟ ଟପ୍ପର । ରାସ୍ତା କଡରେ ଅଣ୍ଡା ବିକ୍ରି କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ଟପ୍ପର ହୋଇଛନ୍ତି ଶିବରାମ ।

ବଲାଙ୍ଗୀର ଶାନ୍ତିପଡ଼ା ନିବାସୀ ମୋହନ କୁମାର ବେହେରାଙ୍କ ପୁଅ ଶିବରାମ ବେହେରା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର । ଶିବରାମ ଶାନ୍ତିପଡା ସ୍କୁଲରେ ପାଠ ପଢି ସାରିବା ପରେ ବଲାଙ୍ଗୀର ପତିତପାବନ ଏକାଡେମୀରୁ ଦଶମ ଶ୍ରେଣୀ ପାସ କରିଥିଲେ । ପରେ ରାଜେନ୍ଦ୍ର କଲେଜରେ ନାମ ଲେଖାଇଥିଲେ। ତେବେ ସେ ଯୁକ୍ତଦୁଇରେ 74 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ପଢୁଥିଲେ । ହିନ୍ଦୀ ସ୍ନାତକରେ ସେ ୮୦ ପ୍ରତିଶତ ମାର୍କ ଆଣି ବିଭାଗ ଟପ୍ପର ହୋଇଛନ୍ତି ।

ତେବେ ଶିବରାମଙ୍କ ଏହି ଯାତ୍ରା ଏତେ ସହଜ ନଥିଲା । ଶିବରାମ ଛୋଟ ଥିବା ବେଳୁ ବାପା ମୋହନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଅଣ୍ଡା ବିକ୍ରି କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ତେଣୁ ଶିବରାମ ବାପାଙ୍କ କାମରେ ସାହାଯ୍ୟ କରୁଥିଲେ । ହେଲେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଶିବରାମ ସେହି ଅଣ୍ଡା ଠେଲା ଚଲାଇ ଆସୁଥିଲେ । ସେଥିରୁ ଯାହା ଟଙ୍କା ମିଳୁଥିଲା, ଘର ଚଳାଇ ନିଜ ପଢ଼ା ଖର୍ଚ୍ଚ ଉଠାଉଥିଲେ । ଏହାରି ଭିତରେ ସମୟ କାଢ଼ି ସେ ପାଠ ପଢି ଏହି ସଫଳତା ପାଇଛନ୍ତି । ଆଗକୁ ଜଣେ ଶିକ୍ଷକ କିମ୍ବା ଅଧ୍ୟାପକ ହେବେ ବୋଲି ଶିବରାମ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବାପା ମେକାନିକ, ପୁଅ ମାଟ୍ରିକ ପରୀକ୍ଷାରେ ଆଣିଲେ ୯୯ ପ୍ରତିଶତ ମାର୍କ

ପୁଅର ସଫଳତା ନେଇ ବାପା ମୋହନ କୁମାର ବେହେରା କହିଛନ୍ତି, "ଶିବରାମ ପାଠ ପଢ଼ାରେ ସବୁବେଳେ ଆଗୁଆ। ସବୁ ପରୀକ୍ଷାରେ ସେ ପ୍ରଥମ ହୋଇ ଆସିଛି । ହେଲେ ମୋ ଦେହ ଖରାପ ହେବା ପରେ ଘର ଚଳାଇବା ସହ ସମୟ କାଢି଼ ପାଠ ପଢୁଛି । କୌଣସି ଟିୟୁସନ କିମ୍ବା ବିନା କୋଚିଂରେ ସେ ନିଜେ ଅକ୍ଲାନ୍ତ ପରିଶ୍ରମ କରି ଏହି ସଫଳତା ପାଇଛି । ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ଓ ସେ ଆଗକୁ ଆହୁରି ସଫଳ ହେଉ ।"

ଅନ୍ୟପଟେ ଶିବରାମର ସଫଳତା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଖୁସି ପ୍ରକଟ କରୁଛନ୍ତି । କଠିନ ପରିଶ୍ରମ ଓ ଦୃଢଇଚ୍ଛା ଶକ୍ତି ଆଗରେ ବାଧାବିଘ୍ନ କିପରି ହାର ମାନେ, ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଶିବରାମ । ତାଙ୍କର ଏହି ସଂଘର୍ଷ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.