ETV Bharat / state

ବଲାଙ୍ଗୀରର ଫରେଷ୍ଟ ମ୍ୟାନ ସହଦେବ, କଲେଣି ୨୦ହଜାରରୁ ଊର୍ଦ୍ଧ୍ବ ବୃଷରୋପଣ

ବଲାଙ୍ଗୀରର ଫରେଷ୍ଟ ମ୍ୟାନ ସହଦେବ ପ୍ରଧାନ । ନିଜ ଉଦ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କରି ଚାଲିଛନ୍ତି ଅବିରତ ପ୍ରୟାସ। ଗୋ ଗ୍ରୀନର ସ୍ଲୋଗାନ ଦେଇ ନଷ୍ଟ ହୋଇଥିବା ଜଙ୍ଗଲରେ ଦୀର୍ଘ ବର୍ଷ ହେବ କରି ଆସୁଛନ୍ତି ବୃକ୍ଷ ରୋପଣ । ଅଧିକ ପଢ଼ନ୍ତୁ

author img

By

Published : Nov 19, 2022, 4:11 PM IST

balangir forest man sahadev pradhan
ବଲାଙ୍ଗୀରର ଫରେଷ୍ଟ ମ୍ୟାନ ସହଦେବ, କଲେଣି 20ହଜାରରୁ ଊର୍ଦ୍ଧ୍ବ ବୃଷରୋପଣ

ବଲାଙ୍ଗୀର: ପରିବେଶ ସୁରକ୍ଷା ଜୀବନ ରକ୍ଷା, ପିଲାବେଳେ ସ୍କୁଲ ବହିରେ ପରିବେଶ ରକ୍ଷା ନେଇ ସଭିଏଁ ପଢିଥିବେ । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କେତେ ଶପଥ ନେଇଥିବେ । ବାସ୍ତବରେ ଏହା କେତେ କାର୍ଯ୍ୟକ୍ଷମ । କେତେଜଣ ସହୃଦୟେ ପ୍ରକୃତି ବଞ୍ଚାଇବାକୁ ପ୍ରୟାସ କରନ୍ତି ? ଏଭଳି ଜଣେ ମଣିଷ ଯିଏ ନିଜ ଜୀବନକୁ ପ୍ରକୃତିକୁ ଉତ୍ସର୍ଗ କରିଛନ୍ତି । ଜଙ୍ଗଲ ବଞ୍ଚାଇବା ପାଇଁ ତାଙ୍କର ଜାରି ରହିଛି ଅବିରତ ପ୍ରୟାସ । ଆମେ କହୁଛୁ ବଲାଙ୍ଗୀର ଜିଲ୍ଲା ସହଦେବ ପ୍ରଧାନଙ୍କ କଥା । ବଲାଙ୍ଗୀର ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବାରେ ସହଦେବଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯାହା ଆଜି ତାଙ୍କୁ ଫରେଷ୍ଟ ମ୍ୟାନର ପରିଚୟ ଦେଇଛି । ବିଭିନ୍ନ ସ୍ଥାନରୁ ଗଛ ସଂଗ୍ରହ କରି ଖାଲି ପଡ଼ିଥିବା ସ୍ଥାନରେ ବୃକ୍ଷରୋପଣ କରି ଚର୍ଚ୍ଚାରେ ସହଦେବ ପ୍ରଧାନ ।

ବଲାଙ୍ଗୀରର ଫରେଷ୍ଟ ମ୍ୟାନ ସହଦେବ

ଆଜି ବିଶ୍ବ ପାଣି ପାଗ ପରିବର୍ତ୍ତନର ମୁଖ୍ୟ ସମସ୍ୟା ଭୋଗୁଛି । ଏହାର ସିଧା ସଳଖ ପ୍ରଭାବ ଧରାପୃଷ୍ଠର ସବୁ ଜୀବନ ଉପରେ ପଡୁଛି । ଏଥିପାଇଁ ଅନେକ କାରଣ ଦାୟୀ । ସେଥିରେ ପ୍ରମୁଖ ରହିଛି ଦ୍ରୃତ ଜଙ୍ଗଲ କାଟ । ପ୍ରକୃତି ସୁରକ୍ଷାର ମୂଳ ଉପାଦାନ ଜଙ୍ଗଲ, ତେଣୁ ଏହାର ନିଃସ୍ବାର୍ଥପର ଭାବେ ସେବା କରିଚାଲୁଛନ୍ତି ବଲାଙ୍ଗୀର ଜିଲ୍ଲାର ସହଦେବ ପ୍ରଧାନ । ପେଶା ତାଙ୍କର ବ୍ୟବସାୟ ହେଲେ ନିଶା ଜଙ୍ଗଲ ସୃଷ୍ଟି କରିବା । ପିଲାଟି ବେଳରୁ ପିତାମାତାଙ୍କ ସହ ମିଶି ବାଡିରେ ଗଛ ଲଗାଉଥିବା ସହଦେବ ଏବେ ଜଙ୍ଗଲ ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି । ପିତାମାତାଙ୍କଠାରୁ ପ୍ରେରିତ ହୋଇ ପରିବେଶ ରକ୍ଷା ପାଇଁ ଆଗେଇ ଆସିଛନ୍ତି ।

ସହଦେବ ଘରକୁ ଘର ବୁଲି ଗଛ ସଂଗ୍ରହ କରି ଜଙ୍ଗଲରେ ସେଗୁଡ଼ିକୁ ଲଗାଉଛନ୍ତି । ଜଙ୍ଗଲ ସଂରକ୍ଷଣ କରିବା ସହ ନିଜ ଉଦ୍ୟମରେ ଜଙ୍ଗଲ ତିଆରି କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ସହରୀ ବିକାଶକରଣ ହେଉ କିମ୍ବା ମଣିଷ ଯୋଗୁଁ ନଷ୍ଟ ହୋଇଥିବା ଜଙ୍ଗଲକୁ ସେ ପୁନଃ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦୀର୍ଘ ବର୍ଷ ହେବ ସେ ଏଥି ପାଇଁ ବିଭିନ୍ନ ସ୍ଥାନରୁ ଗଛ ସଂଗ୍ରହ କରି ନଷ୍ଟ ହୋଇଥିବା ତଥା ପଦା ପଡିଥିବା ଅଞ୍ଚଳରେ ଲଗାଇ ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବାପାଙ୍କ ମତ୍ୟୁ ପରେ ଶଯ୍ୟାଶାୟୀ ମାଆ, ପରିବାରର ବୋଝ ସମ୍ଭାଳୁଛି 13 ବର୍ଷର ପୁଅ

ଜଙ୍ଗଲ ତିଆରି ପାଇଁ ପ୍ରାକୃତିକ ଉପାୟ ଅବଲମ୍ବନ କରି ନିଜେ ବିଭିନ୍ନ ପ୍ରଜାତିର ମଞ୍ଜି ସଂଗ୍ରହ କରି ତାକୁ ମାଟି ଗୋଳାରେ ସାଇତି ଖାଲି ସ୍ଥାନରେ ଫିଙ୍ଗୁଛନ୍ତି । ସମାନ ଭାବରେ ଅପହଞ୍ଚ ତଥା ପାହାଡ଼ିଆ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ମଞ୍ଜି ବିଞ୍ଚୁଛନ୍ତି । ତାଙ୍କରି ଉଦ୍ୟମରେ ବଲାଙ୍ଗୀର ନିକଟବର୍ତ୍ତୀ ମଠଖାଇ ପାହାଡ଼, ଖୁଜେନ ପାଳି ପାହାଡ ଓ ଗନ୍ଧରେଳ ପାହାଡ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଊର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଛନ୍ତି । ଏହା କାର୍ଯ୍ୟରେ ତାଙ୍କ ବନ୍ଧୁ ଏବଂ ପରିବାର ଲୋକ ସାହାଯ୍ୟ କରୁଥିବା ସହଦେବ କହିଛନ୍ତି । କେବଳ ବୃକ୍ଷରୋପଣ ନୁହେଁ, ପରିବେଶ ସଂରକ୍ଷଣ ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।

ସହଦେବଙ୍କ କହିବା ଅନୁସାରେ, "ସମୟ ଥାଉ ଥାଉ ଆମକୁ ପରିବେଶ ଓ ଜଙ୍ଗଲ ବଞ୍ଚାଇବାକୁ ହେବ । ନହେଲେ ସମସ୍ତେ ବିପଦ ମୁହଁକୁ ଠେଲି ହୋଇଯିବା । ସମାନ ଭାବରେ ପୂର୍ବରୁ ଯେମିତି ଆମେ ପାଣି ପର୍ଯ୍ୟାପ୍ତ ପାଉଥିଲେ ଏବଂ ଏବେ ଆମକୁ ପାଣି କିଣିବାକୁ ପଡୁଛି ସେହିପରି ଆଗାମୀ ଦିନରେ ଆମକୁ ଶୁଦ୍ଧ ପବନ ବା ଅମ୍ଳଜାନ ମଧ୍ୟ କିଣିବାକୁ ପଡିବ ।" ସମାଜରେ ଅନେକ ଲୋକ ଜଙ୍ଗଲ ତିଆରି ତଥା ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି । ସେପଟେ ବଲାଙ୍ଗୀର ବନ ବିଭାଗ ସହଦେବଙ୍କ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଛି । ସେ ଦୀର୍ଘ ବର୍ଷ ହେବ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ଜଙ୍ଗଲ ସଂରକ୍ଷଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ।

ପୃଥିବୀରେ ସବୁ ଜୀବ ଜଗତ ଏକ ଡୋରୀରେ ବନ୍ଧା ହୋଇଛନ୍ତି । ଏହାକୁ ସାଇତି ରଖିବାରେ ଜଙ୍ଗଲର ହିଁ ମୁଖ୍ୟ ଭୂମିକା ରହିଛି । ଯାହାକୁ ହତାଦର କରି ଆମେ ଏବେ ପାଣିପାଗ ପରିବର୍ତ୍ତନର ସମସ୍ୟାରେ ପ୍ରଭାବିତ ହେଉଛୁ । ତେବେ ଅଳ୍ପ ହେଲେ ମଧ୍ୟ ବଲାଙ୍ଗୀରର ଏହି ଫରେଷ୍ଟ ମ୍ୟାନ ସହଦେବଙ୍କ ପ୍ରଚେଷ୍ଟା ନିହାତି ଭାବରେ ପ୍ରଶଂସନୀୟ ଅଟେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.