ETV Bharat / state

ସରିଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଅନସିପ, ଶୃତିଙ୍କୁ ଦ୍ବିମୁକୁଟ - ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ବଲାଙ୍ଗୀରରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ପାରସ ଆଚାର୍ଯ୍ୟ ପୁରୁଷ ଏକକ ଚମ୍ପିଆନ ହୋଇଛନ୍ତି । ଅଧିକ ପଢନ୍ତୁ

stata senior badminton championship
ସରିଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଅନସିପ
author img

By

Published : Jan 18, 2023, 5:01 PM IST

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଅନସିପ

ବଲାଙ୍ଗୀର: ଜିଲ୍ଲାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମରେ ଚାଲିଥିବା ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ୍‌ ଶେଷ ହୋଇଛି । ପ୍ରତିଯୋଗିତାରେ ପାରସ ମାଥୁର ପୁରୁଷ ଏକକ ଚମ୍ପିଆନ ହୋଇଥିବା ବେଳେ ଶୃତି ସ୍ବାଇଁ ଉଭୟ ଏକକ ଓ ଯୁଗଳ ଫାଇନାଲ ଜିତି ଦ୍ବିମୁକୁଟ ହାସଲ କରିଛନ୍ତି । 13 ତାରିଖରୁ ଆରମ୍ଭ ହୋଇଥିବା ଏହି ଚମ୍ପିଆନସିପ୍‌ ଗତ ମଙ୍ଗଳବାର ଶେଷ ହାଇଛି ।

ସେହିପରି ହର୍ଷିତା-ଶୃତି ମହିଳା ଯୁଗଳ ବର୍ଗ, ହର୍ଷିତା-ଅଭିଜିତ ମିଶ୍ରିତ ଯୁଗଳ ବର୍ଗ ଓ ଅମ୍ଲାନ-ତନ୍ମୟ ପୁରୁଷ ଯୁଗଳ ବର୍ଗରେ ଫାଇନାଲ ଜିତି ଟାଇଟଲ କବଜା କରିଛନ୍ତି । ମଙ୍ଗଳବାର ଦିନ ସମସ୍ତ ବର୍ଗର ସେମି ଫାଇନାଲ ଓ ଫାଇନାଲକୁ ନେଇ ସମୁଦାୟ ୧୩ ଗୋଟି ମ୍ୟାଚ ଖେଳା ଯାଇଥିଲା ଯାହା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ପୁରୁଷ ଏକକ ବିଭାଗରେ ଫାଇନାଲରେ ପାରସ ଆଚାର୍ଯ୍ୟ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସୁମନ୍ତଙ୍କୁ ହରାଇ ପୁରୁଷ ଏକକ ଚମ୍ପିଆନ ଅଖ୍ୟା ଅର୍ଜନ କରିଥିଲେ । ପୁରୁଷ ଯୁଗଳ ବିଭାଗରେ ଅମ୍ଳାନ-ତନ୍ମୟ ଓ ଅଭିଜିତ-ଅମ୍ରିତଙ୍କ ଯୋଡି ମଧ୍ୟରେ ଶେଷ ମ୍ୟାଚ ଖେଳା ଯାଇଥିଲା । ରୋମାଞ୍ଚକର ଫାଇନାଲରେ ଅମ୍ଳାନ-ତନ୍ମୟ ଜୋଡି ଫାଇନାଲରେ ବାଜିମାତ କରିଥିଲେ । ମହିଳା ଏକକ ବର୍ଗର ସେମିଫାଇନାଲରେ ହର୍ଷିତା, ଗୀତାଶ୍ରୀଙ୍କୁ ଓ ଶୃତି, ସ୍ବାଗତିକାଙ୍କୁ ହରାଇ ଫାଇନାଲରେ ପଦାର୍ପଣ କରିଥିଲେ । ରୋଚକ ଫାଇନାଲ ମ୍ୟାଚରେ ଶୃତି, ହର୍ଷିତାଙ୍କ ହରାଇ ବିଜୟ ଲାଭ କରିଥିଲେ ।

ଏହା ବି ପଢନ୍ତୁ...ଦୁର୍ନୀତି ଉପରେ ମହାଦୁର୍ନୀତି, ବଳି ପଡିଛନ୍ତି ମହେନ୍ଦ୍ର ରୋହିଦାସ

ସେହିପରି ମହିଳା ଯୁଗଳ ବିଭାଗର ଫାଇନାଲରେ ମ୍ୟାଚ୍‌ରେ ଅନୁଜା-ପୁର୍ବା ଓ ହର୍ଷିତା-ଶୃତିଙ୍କ ଯୋଡି ପରସ୍ପରକୁ ଭେଟିଥିଲେ । ହର୍ଷିତା-ଶୃତିଙ୍କ ଜୋଡି ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ ମୁକୁଟ ପିନ୍ଧିଥିଲେ । ସେହିପରି ମିଶ୍ରିତ ଯୁଗଳ ବର୍ଗର ଫାଇନାଲ ମ୍ୟାଚରେ ଅବିନାଶ-ଅନୁଜାଙ୍କ ଯୋଡିଙ୍କୁ ଅଭିଜିତ-ହର୍ଷିତାଙ୍କ ଯୋଡି ମାତ ଦେଇ ଫାଇନାଲ ଜିତି ଥିଲେ । ସାଂଗଠନିକ ସମ୍ପାଦକ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ଜଙ୍ଗଲ ଅଧିକାରୀ ନିତିଶ କୁମାର ଓ ଶିକ୍ଷାବିତ୍‌ ଧର୍ମେନ୍ଦ୍ର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଅୟୋଜକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା, ଏକମୋଡେସନ ଇନଚାର୍ଜ ମାନସ ମହାନ୍ତି, ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧିର ପଣ୍ଡା , କବିଚନ୍ଦ୍ର ଠାକୁର, ଗୌରାଙ୍ଗ ରାଉତ, ଲୋପନ ମିଶ୍ର, ଜୋନାଲ କୋଡିନେଟର ଦେବାଶିଷ ମିଶ୍ର ମ୍ୟାଚ ପରିଚାଳନା କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.