ETV Bharat / state

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମିଳିଲା ନିଜସ୍ବ ପଟ୍ଟା, ଅନ୍ୟ ସମସ୍ୟାର ହେବ ସମାଧାନ ! - ବଲାଙ୍ଗୀରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ

ବଲାଙ୍ଗୀର ଗସ୍ତକରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ବିଶ୍ବବିଦ୍ୟାଳୟର ନିଜସ୍ବ ପଟ୍ଟା ପ୍ରଦାନ କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ । ଖାଲି ଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ମଧ୍ୟ ଖୁବଶୀଘ୍ର ପୂରଣ ହେବା ନେଇ କହିଛନ୍ତି । ଅଧିକ ପଢ଼ନ୍ତୁ

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମିଳିଲା ନିଜସ୍ବ ପଟ୍ଟା, ଅନ୍ୟ ସମସ୍ୟାର ହେବ ସମାଧାନ !

author img

By

Published : Oct 16, 2022, 10:08 AM IST

ବଲାଙ୍ଗୀର: ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର କଲେଜ, ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାର ଦୁଇ ବର୍ଷ ବିତିଥିଲେ ସୁଦ୍ଧା ଏଠାରେ ଅନେକ ସମସ୍ୟା ଲାଗି ରହିଛି । ତେବେ ଶନିବାର ବଲାଙ୍ଗୀର ଗସ୍ତରେ ଆସି କୁଳପତିଙ୍କୁ ବିଶ୍ବବିଦ୍ୟାଳୟର ନିଜସ୍ବ ପଟ୍ଟା ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ସେହିଭଳି ଖାଲି ଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ମଧ୍ୟ ଖୁବଶୀଘ୍ର ପୂରଣ ହେବା ନେଇ କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର କଲେଜ ୧୯୪୪ରେ ସ୍ଥାପିତ ହୋଇଥିବା ବେଳେ ୨୦୨୦ରେ ଏହା ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିଲା । ତେବେ ଏହି ବିଶ୍ବବିଦ୍ୟାଳୟ ସାରା ପଶ୍ଚିମ ଓଡିଶା ପାଇଁ ମହତ୍ତ୍ବ ରଖି ଆସିଛି । ହେଲେ ସ୍ବାଧୀନତା ପୂର୍ବରୁ ସ୍ଥାପିତ ଏହି ବିଶ୍ବବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଥିଲା । ଯେପରିକି କଲେଜ ନାଁରେ ନିଜସ୍ବ ଜମି ପଟ୍ଟା ନଥିବା ବେଳେ କେନ୍ଦ୍ର ୟୁଜିସି ଏନେଇ ଆପତ୍ତି ଉଠାଇଥିଲା । ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟ ମଧ୍ୟ ଏହାପାଇଁ ଅଟକି ରହିଥିଲା ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମିଳିଲା ନିଜସ୍ବ ପଟ୍ଟା, ଅନ୍ୟ ସମସ୍ୟାର ହେବ ସମାଧାନ !

ତେବେ ରାଜ୍ୟ ସରକାର ୧୬୦ କୋଟି ଟଙ୍କାର ୫୦ ଏକର ଜମି ବିଶ୍ବବିଦ୍ୟାଳୟକୁ ପ୍ରଦାନ କରିଛନ୍ତି । ଶନିବାର ବଲାଙ୍ଗୀର ଗସ୍ତରେ ଆସିଥିବା ଓଡିଶା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଶ୍ବବିଦ୍ୟାଳୟର ପଟ୍ଟା ଏଠିକାର କୁଳପତିଙ୍କୁ ହସ୍ତାନ୍ତର କରିଛନ୍ତି । ସେହିପରି ସେ ଏଠି ଥିବା ଅଧ୍ୟାପକ ସମସ୍ୟାକୁ ମଧ୍ୟ ଗୁରୁତର ସହ ବିଚାର କରାଯିବ ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏହା ପାଇଁ ପଦକ୍ଷେପ ନେଇ ଅଧ୍ୟାପକ ନିଯୁକ୍ତି ଦେଇଥିବା ବେଳେ ମାମଲା କୋର୍ଟକୁ ଯାଇଥିବାରୁ ତାହା ସ୍ଥଗିତ ରହିଥିବା ସେ କହିଛନ୍ତି । ଏବଂ ଏହି ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ମଧ୍ୟ ଆଶ୍ବସନା ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସାହାଯ୍ୟ ଓ ସହଯୋଗ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଲାଙ୍ଗୀରର ଏହି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାର ଦୁଇ ବର୍ଷ ବିତି ଥିଲେ ସୁଦ୍ଧା ମୁଖ୍ୟତଃ ଅଧ୍ୟାପକ ସମସ୍ୟା ଜଟିଳ ଅବସ୍ଥାରେ ରହିଛି । ଏଠି ମୋଟ ୧୨୮ ଅଧ୍ୟାପକ ଆବଶ୍ୟକ ଥିବା ବେଳେ ମାତ୍ର ୨୧ ଜଣ ଅଧ୍ୟାପକ ଅଛନ୍ତି । ସେହିପରି ୮୦ ଜଣ ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀ ଆବଶ୍ୟକ ଥିବା ବେଲେ ଅଛନ୍ତି ୮ ଜଣ । ତେବେ ଆଗକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି କେତେ ସତ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.