ବଲାଙ୍ଗୀର: ଶନିବାର ବଲାଙ୍ଗୀରକୁ ପୁଣି ଏକ ସ୍ବତନ୍ତ୍ର ଟ୍ରେନ ଆସିଛି । ଏଥିରେ 10ଟି ଜିଲ୍ଲାର ଶ୍ରମିକ ଆସି ପହଞ୍ଚିଛନ୍ତି । ଏହି ଟ୍ରେନଟି ତାମିଲନାଡୁର କୋଏମ୍ବାଟୁରରୁ ବାଲେଶ୍ବର ପର୍ଯ୍ୟନ୍ତ ବାହାରିଥିଲା ।
ତେବେ ବଲାଙ୍ଗୀରରେ ଏହା ରହଣି କରିଥିଲା । ଯେଉଁଥିରେ ବଲାଙ୍ଗୀର, ସୁନ୍ଦରଗଡ, ବରଗଡ, ନୂଆପଡା, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୟାଗଡ, ସମ୍ବଲପୁର ଜିଲ୍ଲାର ଶ୍ରମିକମାନେ ଆସିଥିଲେ । ଏମାନେ ସମସ୍ତେ ଏଠାରେ ଓହ୍ଲାଇଥିଲେ । ତେବେ ସମସ୍ତଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି ।
ସେହିପରି ଟ୍ରେନ ଆସିବାର ଥିବାରୁ ବଲାଙ୍ଗୀରର କିଛି ଅଞ୍ଚଳରେ ଶନିବାର କର୍ଫ୍ୟୁ ଲଗାଯାଇଥିଲା । ସେପଟେ ବିଳମ୍ବିତ ରାତିରେ ପୁଣି ଏକ ସ୍ବତନ୍ତ୍ର ଟ୍ରେନ ବଲାଙ୍ଗୀର ଆସି ପହଞ୍ଚିବାର ଅଛି । ଏନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି କରି ସାରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ