ETV Bharat / state

ମହଙ୍ଗା ପଡିଲା ମଟନ ନିଶା, ମାଂସ ଖାଇ ନିଲମ୍ବିତ ହେଲେ ASI - ମଟନ ଖାଇ ନିଲମ୍ବିତ ଏଏସଆଇ

ଛେଳି ଚୋରି କରି ମାଂସ ଖାଇବା ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ ସିନ୍ଧେକେଲା ଥାନାର କାର୍ଯ୍ୟରତ ASI ସୁମନ ମଲ୍ଲିକ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ମଟନ ନିଶା, ମାଂସ ଖାଇ କାର୍ଯ୍ୟରୁ ନିଲମ୍ବିତ ହେଲେ ASIମହଙ୍ଗା ପଡିଲା ମଟନ ନିଶା, ମାଂସ ଖାଇ କାର୍ଯ୍ୟରୁ ନିଲମ୍ବିତ ହେଲେ ASI
ମହଙ୍ଗା ପଡିଲା ମଟନ ନିଶା, ମାଂସ ଖାଇ କାର୍ଯ୍ୟରୁ ନିଲମ୍ବିତ ହେଲେ ASI
author img

By

Published : Jan 1, 2022, 2:25 PM IST

Updated : Jan 2, 2022, 6:47 AM IST

ବଲାଙ୍ଗୀର: ମହଙ୍ଗା ପଡିଲା ମଟନ ନିଶା । ଛେଳି ଚୋରି କରି ମାଂସ ଖାଇବା ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ ପୋଲିସ ବାବୁ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ସିନ୍ଧେକେଲା ଥାନାରେ । ପୋଲିସ ବାବୁ ଜଣଙ୍କ ହେଉଛନ୍ତି ସିନ୍ଧେକେଲା ଥାନାର କାର୍ଯ୍ୟରତ ASI ସୁମନ ମଲ୍ଲିକ । ଛେଳି ଚୋରି କରିଥିବା ଅଭିଯୋଗ ଆସିବା ପରେ ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି ।

ମହଙ୍ଗା ପଡିଲା ମଟନ ନିଶା, ମାଂସ ଖାଇ ନିଲମ୍ବିତ ହେଲେ ASI

ସୂଚନାଅନୁଯାୟୀ ଗ୍ରାମର ସଙ୍କୀର୍ତ୍ତନ ଗୁରୁଙ୍କ ଦୁଇଟି ଛେଳି ଭୁଲ ବଶତଃ ସିନ୍ଧେକେଲା ଥାନା ପରିସରକୁ ଚାଲି ଆସିଥିବା ବେଳେ ଥାନାରେ ଥିବା ଅଧିକାରୀ ଛେଳିଟିକୁ ମାରି ଭୋଜି କରିଥିଲେ। କିଛି ଲୋକ ଏହା ଦେଖିବାପରେ ଛେଳି ମାଲିକଙ୍କୁ ଖବର ଦେଇଥିଲେ।

ଏହାପରେ ଏହି ଘଟଣାକୁ ନେଇ ଥାନା ପରିସରରେ ଗ୍ରାମବାସୀ ହଙ୍ଗାମା କରି ଅଭିଯୋଗ କରିବାରୁ ବଲାଙ୍ଗୀର SP ନୀତିନ କୁଶଳ କର ସିନ୍ଧେକେଲା ଥାନାର ଏ ଏସ ଆଇ ସୁମନ ମଲ୍ଲିକ ଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ତେବେ ଛେଳି ମାଂସ ଖାଇ ସଂପୃକ୍ତ ପୋଲିସ୍ ବାବୁଙ୍କ ନିଲମ୍ବନ ହେବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ

Last Updated : Jan 2, 2022, 6:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.