ETV Bharat / state

ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର

ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ 28ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଆରପିଏଫ ଓ ଜିଆରପି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର
ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର
author img

By

Published : Dec 4, 2022, 4:43 PM IST

ବଲାଙ୍ଗୀର : ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ 28ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଆରପିଏଫ ଓ ଜିଆରପି । ଏମାନଙ୍କ ମଧ୍ୟରୁ 9ଜଣ ପୁରୁଷ ଥିବା ବେଳେ 12ଜଣ ମହିଳାଙ୍କ ସମେତ ୭ଜଣ ଦାଦନ ଶ୍ରମିକ ଥିଲେ । ତେବେ ଉଦ୍ଧାର ହୋଇଥିବା ସମସ୍ତ ଦାଦନ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ।

ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର

ଏମାନେ ବିଜୟୱାଡାକୁ ଦାଦନ ଖଟିବାକୁ ଯାଉଥିବାର ଜଣାପଡ଼ିଛି । ଏହି ସମସ୍ତ ଦାଦନ ତପସ୍ୱିନୀ ଟ୍ରେନରେ ଯାଉଥିବା ବେଳେ ଆରପିଏଫ ଓ ଜିଆରପି ଜାଣି ପାରିଥିଲେ । ପରେ ତପସ୍ୱିନୀ ଟ୍ରେନରେ ଚଢ଼ଉ ସମସ୍ତ ଦାଦନଙ୍କୁ ଉଦ୍ଧାର କରିଥିଲେ । ସୂଚନାନୁସାରେ ବଲାଙ୍ଗୀରରେ ଧାନ ଅମଳ ସରିଥିବା ବେଳେ ଏବେ ଲୋକଙ୍କ ହାତରେ ଆଉ କାମଧନ୍ଦା ନାହିଁ ।ଫଳରେ ପେଟପାଟଣା ପାଇଁ ଲୋକ ଦାଦନ ଖଟିଯିବା ଆରମ୍ଭ କରିଛନ୍ତି । ଯାହାର ଫାଇଦା ନେଇ ସକ୍ରିୟ ହୋଇଛନ୍ତି ଦାଦନ ଦଲାଲ ।

ଏହାମଧ୍ୟ ପଢ଼ନ୍ତୁ. ତେଲେଙ୍ଗାନାକୁ ହେଉଥିଲା ଦାଦନ ଚାଲାଣ, 44 ଜଣକୁ ଉଦ୍ଧାର କରିଲା ପୋଲିସ

ବେଆଇନ ଭାବରେ ଦାଦନ ଚାଲାଣ ଆରମ୍ଭ କରିଛନ୍ତି । ଏହାକୁ ରୋକିବାକୁ ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଉଛନ୍ତି । ତଥାପି ପ୍ରତ୍ୟେକ ଦିନ ଦାଦନଙ୍କୁ ଦଲାଲମାନେ ନିର୍ଭୟରେ ଚାଲାଣ କରୁଛନ୍ତି । ତେବେ ଉଦ୍ଧାର ହୋଇଥିବା ସବୁ ଶ୍ରମିକଙ୍କୁ ତାଙ୍କ ଗାଁକୁ ଛାଡି ଦିଆଯିବ ଓ ଯାହା ସରକାରୀ ବ୍ୟବସ୍ଥା ଅଛି ସେଥିରେ ସେମାନଙ୍କୁ ସାମିଲ କରାଯିବ ବୋଲି ଶ୍ରମ ବିଭାଗ କହିଛି ।

ଜିଲ୍ଲାରେ ବିଗତ ୨ ମାସ ମଧ୍ୟରେ ପୋଲିସ ଦାଦନ ଚାଲାଣ ନେଇ ବିଭିନ୍ନ ଥାନାରେ ମୋଟ 42 ଟି ମାମଲା ରୁଜୁ କରିଛି । ଏଯାଏଁ 707 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ 65ଜଣ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ବଲାଙ୍ଗୀରର ଶ୍ରମ ନିରୀକ୍ଷକ ଏସ୍.ନାଏକ କହିଛନ୍ତି ''ଯେଉଁ ୨ ଗୋଷ୍ଠୀକୁ ଉଦ୍ଧାର କରାଯାଇଛି ସେମାନଙ୍କ ମଧ୍ୟରୁ କେହି ବିଜୟଓ୍ବାଡ଼ା ଓ ଆଉ କେହି ବିଶାଖାପାଟଣା ଯିବେ ବୋଲି କହୁଛନ୍ତି । ଯାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପରିକି ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ସର୍ଦ୍ଦାର କିଏ ତାହା ମଧ୍ୟ ସ୍ପଷ୍ଟ କହୁନାହାଁନ୍ତି । ସେମାନେ ନିଜେ ନିଜେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ବୋଲି କହୁଛନ୍ତି । ଏମାନଙ୍କ ବିଷୟରେ ତଦନ୍ତ କରାଯାଉଛି । ଯଦି ଏମାନେ ସର୍ଦ୍ଦାର ଜରିଆରେ ଯାଉଛନ୍ତି ତେବେ ସମସ୍ତଙ୍କୁ ବରଗଡ଼ ଜିଲ୍ଲାକୁ ପଠାଇବୁ । କାରଣ ଅଧିକାଂଶ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି । ଏପରିକି ଏମାନଙ୍କୁ କିଭଳି ସୁରକ୍ଷିତ ଭାବେ ଘରକୁ ପଠାଯିବ ତାହାର ମଧ୍ୟ ବ୍ୟବସ୍ଥା କରାଯିବ ।''

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.