ETV Bharat / state

ବାହାର ରାଜ୍ୟକୁ ବେଆଇନ ଚାଲାଣ ବେଳେ 28 ଦାଦନ ଶ୍ରମିକ ଉଦ୍ଧାର

author img

By

Published : Oct 23, 2022, 9:51 PM IST

ବଲାଙ୍ଗୀରରେ ବେଧଡକ ଚାଲିଛି ବେଆଇନ ଦାଦନ ଚାଲାଣ । ଚାଲାଣ ବେଳେ ଆଜି ପୁଣି ବଲାଙ୍ଗୀରରୁ 28 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ସଇଁତଳା ପୋଲିସ । ଅଧିକ ପଢନ୍ତୁ

ବାହାର ରାଜ୍ୟକୁ ବେଆଇନ ଚାଲାଣ ବେଳେ 28 ଦାଦନ ଶ୍ରମିକ ଉଦ୍ଧାର
ବାହାର ରାଜ୍ୟକୁ ବେଆଇନ ଚାଲାଣ ବେଳେ 28 ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଚାଲାଣ ବନ୍ଦ ହେବାର ନାଁ ଧରୁନି । ଆଜି ପୁଣି ବଲାଙ୍ଗୀରରୁ 28 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି । ଶ୍ରମିକମାନଙ୍କୁ ଉଦ୍ଧାର କରି ସଇଁତଳା ପୋଲିସ ଘରେ ଛାଡିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରେ ଜଳସେଚନର ଅଭାବ ତଥା କାମ ଧନ୍ଦା ମିଳୁନଥିବାରୁ ଗରିବ ଲୋକେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାଆନ୍ତି। ତେବେ ଚଳିତ ବର୍ଷ ଏହି ମାନବ ଚାଲାଣ ବା ଦାଦନ ଶ୍ରମିକ ବେଆଇନ ଚାଲାଣ ଆରମ୍ଭ ହୋଇ ଯାଇଥିବା ବେଳେ ପୋଲିସର କଡା ବ୍ୟବସ୍ଥାରେ ଏଯାଏଁ ଦୁଇ ଶହରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ ବେଆଇନ ଚାଲାଣ ବେଳେ ଉଦ୍ଧାର ହୋଇ ସାରିଲେଣି । ଆଜି ମଧ୍ୟ ବାହାର ରାଜ୍ୟକୁ 10ଟି ପରିବାରର 28 ଜଣ ଦାଦନ ଶ୍ରମିକ ଚାଲାଣ ବେଳେ ବଲାଙ୍ଗୀର ସଇଁତଳା ପୋଲିସ୍ ସେମାନଙ୍କୁ ଉଦ୍ଧାର କରିଛି।

ଏହା ମଧ୍ୟ ପଢନ୍ତୁ: Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା

ତେବେ ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଥାନା କୁମ୍ଭାରୀ ପଞ୍ଚାୟତ କୁମ୍ଭଖେଳା ଗ୍ରାମର ୧୦ଟି ପରିବାରର ୮ଜଣ ମହିଳା, ୧୦ ଜଣ ପୁରୁଷ ଓ ୧୦ ଜଣ ଶିଶୁଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କଣ୍ଟାବାଞ୍ଜି ଓ ପରେ ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଚାଲାଣ ବେଳେ ସଇଁତଳା ପୋଲିସ୍ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନେ କେଉଁ ରାଜ୍ୟକୁ ଯାଉଥିଲେ ତାହା ମଧ୍ୟ ସେମାନେ ଜାଣି ନଥିବା କଥା କହିଛନ୍ତି । ସେପଟେ ଦାଦନ ସର୍ଦ୍ଦାର ବଳଦେବ ଏମାନଙ୍କୁ ବାହାର ରାଜ୍ୟର କୌଣସି ଇଟା ଭାଟିରେ କାମ କରାଇବାକୁ ନେଇଥିବା କଥା କହିଛନ୍ତି । ତେବେ ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ତାଙ୍କ ଘରେ ନେଇ ଛାଡିଥିବା ସୂଚନା ମିଳିଛି ।

ଏନେଇ ଜଣେ ଦାଦନ ଶ୍ରମିକ କହିଛନ୍ତି, "କେଉଁ ରାଜ୍ୟକୁ ଯାଉଥିଲୁ ଆମକୁ ମଧ୍ୟ ଜଣାନାହିଁ । ଦାଦନ ସର୍ଦ୍ଦାର ବଳଦେବ ଇଟା ଭାଟିରେ କାମ କରାଇବାକୁ ନେଉଥିଲା । ଆମେ ପ୍ରାୟ 28 ଜଣ ଯାଉଥିଲୁ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.