ETV Bharat / state

ବନ୍ୟାରେ ବେହାଲ ବଲାଙ୍ଗୀର, ସ୍କୁଲ-କଲେଜ ବନ୍ଦ

author img

By

Published : Aug 13, 2019, 10:31 AM IST

ଭୀଷଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ରେଳ ଧାରଣାରେ ପାଣି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ।

ଡିଜାଇନ ଫଟୋ

ବଲାଙ୍ଗୀର: ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ସହ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏଥିପାଇଁ ବଲାଙ୍ଗୀର ପଟୁ ସମସ୍ତ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋହିସିଂହା ଓ ଟିଟିଲାଗଡ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି ।

ରେଳ ଧାରଣାରେ ପାଣି ଚାଲୁଥିବାରୁ ଟ୍ରେନ ଚଳାଚଳ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି। ବାଲାଙ୍ଗୀରର ସବୁ ଛୋଟ ବଡ ନଦୀ ସହ ହମ୍ବ, ସୁକତେଲ, ତେଲ , ସ୍ଥାନଗୁଡ ଭଳି ପ୍ରମୁଖ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପୁଜିଛି ।

ତେବେ ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.