ETV Bharat / state

ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ - ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର

ବଲାଙ୍ଗୀରରେ ସରପଞ୍ଚଙ୍କ ଆନ୍ଦୋଳନ । ୧୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

author img

By

Published : Aug 22, 2023, 3:33 PM IST

ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

ବଲାଙ୍ଗୀର: ୧୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ । ଆଜି(ମଙ୍ଗଳବାର) ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ପକ୍ଷରୁ ବଲାଙ୍ଗୀର ଠାରେ ୧୨ ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଭଳି ବିଭିନ୍ନ ଜିଲ୍ଲାର ଶତାଧିକ ସରପଞ୍ଚ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀମାନେ ପ୍ରଥମେ ସହରରେ ଏକ ଶୋଭାଯାତ୍ରା କରିଥିଲେ । ଏହାପରେ ବଲାଙ୍ଗୀର ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ସରପଞ୍ଚମାନଙ୍କୁ ସମ୍ବିଧାନରେ ଦିଆଯାଇଥିବା ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ଆଣି ସେମାନେ ଏହି ଆନ୍ଦୋଳନ କରିଛନ୍ତି । ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ସଭାପତି ବୀରବର ସାହୁ କହିଛନ୍ତି ଯେ, ୧୨ ଦଫା ଦାବି ପୂରଣ ନେଇ ଆଜି ଆନ୍ଦୋଳନ ହେଉଛି । ଏଥିରେ ସାରା ପଶ୍ଚିମ ଓଡିଶାର ସବୁ ସରପଞ୍ଚ ସାମିଲ ହୋଇଛନ୍ତି । ସମ୍ବିଧାନ ସରପଞ୍ଚମାନଙ୍କୁ ଦେଉଥିବା କ୍ଷମତା କ୍ଷୁର୍ଣ୍ଣ ହେଉଛି । ଗ୍ରାମସଭା କିମ୍ବା ପଲ୍ଲୀ ସଭା କିଛି ମହତ୍ତ୍ବ ରଖୁ ନାହିଁ । ଏପରିକି ସରକାର ଓ ପ୍ରଶାସନ ନିଜେ ନିଷ୍ପତ୍ତି ନେଇ ସାରିବା ପରେ ପଲ୍ଲୀ ସଭାରେ ତାକୁ ଜୋର ଜବରଦସ୍ତ ଗୃହୀତ କରିବାକୁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

କୋରୋନା ସମୟ ହେଉ କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ, ସରପଞ୍ଚମାନେ ଦିନ ରାତି ଲୋକଙ୍କ ସେବା କରିଛନ୍ତି । ହେଲେ ସେମାନଙ୍କ ପାଇଁ କୌଣସି ପ୍ରକାର ସରକାରୀ ବ୍ୟବସ୍ଥା ନାହିଁ । ସେମାନଙ୍କୁ ମାସିକ ମାତ୍ର ୨୩୫୦ ଟଙ୍କା ଦିଆଯାଉଛି । ଯାହା ବର୍ତ୍ତମାନ ସମୟରେ ଖୁବ୍ କମ୍ ପାରିଶ୍ରମିକ ବୋଲି ସେ କହିଛନ୍ତି । ନିକଟରେ ବେଳପଡା ଯୁବ ସରପଞ୍ଚଙ୍କ ଅକାଳ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କ ପରିବାରକୁ କୌଣସି ପ୍ରକାର ସହାୟତା ଦିଆଯାଇ ନାହିଁ । ଏହାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହିତ ସରପଞ୍ଚଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ସହାୟତା ପାଇଁ ଦାବି କରିଛନ୍ତି । ଏହାସହିତ ସମ୍ବିଧାନ ପ୍ରଦତ୍ତ ସବୁ କ୍ଷମତା ତାଙ୍କୁ ଦିଆଯାଉ ବୋଲି ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ସଭାପତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.