ବଲାଙ୍ଗୀର: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତିପୀଠ ଗୁଡିକରେ ୯ଦିନ ଧରି ୯ଟି ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ପୀଠରେ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ମା'ଙ୍କର ନବମୀ ପୂଜା ହେଉଛି । ଏହାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ବଲାଙ୍ଗୀରରେ ଧୁମଧାମରେ ଦୁର୍ଗାପୂଜା ପାଳନ ହେଉଥିବା ବେଳେ ଶାନ୍ତି ପଡା ସ୍ଥିତ ପୂଜା କମିଟି ଏକ ନିଆରା ତୋରଣ କରି ଚର୍ଚ୍ଚା ପରିସରକୁ ଆସିଛି ।
ଏହା ମଧ୍ୟ ପଢନ୍ତୁ: କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା
ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡିଶାରେ ଆନ୍ଦୋଳନର ନିଆଁ ଲାଗିଥିବା ବେଳେ କୋଶଳ ଆନ୍ଦୋଳନକୁ ସମର୍ଥନ ଦେଇ କୋଶଳ ରାଜ୍ୟ ଗଠନ ଦାବିରେ ନିଜର ପୂଜା ମଣ୍ଡପ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ବଲାଙ୍ଗୀର ସହର ଶାନ୍ତିପଡା ସ୍ଥିତ ପୂଜାକମିଟି ତାର 42 ତମ ଦୁର୍ଗାପୂଜା ଅନୁଷ୍ଠିତ କରୁଛି । ଏମାନେ ଏଥର କୋଶଳ ରାଜ୍ୟର ପରିକଳ୍ପନା କରି ନିଜର ତୋରଣ ତିଆରି କରିଛନ୍ତି । ଯେଉଁଥିରେ କୋଶଳ ମାନଚିତ୍ରକୁ ଏମାନେ ପ୍ରଦର୍ଶିତ କରିବା ସହ କୋଶଳ ଦାବିକୁ ସମର୍ଥନ ଦେଇ ଏହା କରିଥିବାର କହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ କରୁଥିବାର ଏମାନେ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଏହି ମଣ୍ଡପ ତିଆରି କରି ଥିବାର ଏମାନେ କହିଛନ୍ତି ।
ଏନେଇ ଶାନ୍ତିପଡା ପୂଜା କମିଟିର ସଭାପତି କହିଛନ୍ତି ଯେ, "ଆମ କମିଟିର ଏହା 41ତମ ପୂଜା । ଆମେ କୋଶଳ ସେନାକୁ ସମର୍ଥନ କରୁଛୁ । ମା'ଙ୍କ ଆର୍ଶୀବାଦରେ କୋଶଳ ରାଜ୍ୟ ମାନ୍ୟତା ପାଇବ ବୋଲି ଆମେ ମା’ଙ୍କୁ ଗୁହାରି କରୁଛି । ଏଥିପାଇଁ ଆମେ ଏକ ନିଆରା ପ୍ରୟାସ କରିଛୁ ।"
ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନାର ଆହ୍ୱାନ କ୍ରମେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଏହାକୁ ସମର୍ଥନ ଜଣାଇ ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ବଲାଙ୍ଗୀର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ବନ୍ଦ ପାଳନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ କୋଶଳ ମୁକ୍ତି ମୋର୍ଚ୍ଚା ଆହ୍ବାନରେ ରାଜ୍ୟ ଦଳିତ ଅଧିକାର ମଞ୍ଚ ସମର୍ଥନ ଜଣାଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ବନ୍ଦ ପ୍ରଭାବ ଦେଖାଦେଇଥିଲା ।
ଇଟିଭି ଭାରତ, ବଲାଙ୍ଗୀର