ETV Bharat / state

ବଲାଙ୍ଗୀର ଦେଇ ଗଲା ସମ୍ୱଲପୁର ବନାରସ ଟ୍ରେନ, ପୂରଣ ହେଲା ଦୀର୍ଘ ଦିନର ଦାବି - କଣ୍ଟାବାଞ୍ଜିରେ ୱାଗନ ଫ୍ୟାକ୍ଟ୍ରି ସ୍ଥାପନ ଦାବି

ରେଳ କ୍ଷେତ୍ରରେ ବିକାଶ ନେଇ ବଲାଙ୍ଗୀର ବାସିନ୍ଦାଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସ ଖୁବଶୀଘ୍ର ବଲାଙ୍ଗୀର ଦେଇ ଗଡ଼ିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ବଲାଙ୍ଗୀର ଦେଇ ଗଲା ସମ୍ୱଲପୁର ବନାରସ ଟ୍ରେନ, ପୂରଣ ହେଲା ଦୀର୍ଘ ଦିନର ଦାବି

author img

By ETV Bharat Odisha Team

Published : Oct 4, 2023, 11:23 AM IST

ବଲାଙ୍ଗୀର ଦେଇ ଗଲା ସମ୍ୱଲପୁର ବନାରସ ଟ୍ରେନ, ପୂରଣ ହେଲା ଦୀର୍ଘ ଦିନର ଦାବି

ବଲାଙ୍ଗୀର: ରେଳ କ୍ଷେତ୍ରରେ ବିକାଶ ନେଇ ବଲାଙ୍ଗୀର ବାସିନ୍ଦାଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ସମ୍ବଲପୁର ବନାରସ ଟ୍ରେନ୍‌ ବଲାଙ୍ଗୀର ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି । ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଖୁବଶୀଘ୍ର ବଲାଙ୍ଗୀର ଦେଇ ଗଡ଼ିବାର ସମ୍ଭାବନା ରହିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ।

ସମ୍ବଲପୁର ବନାରସ ଟ୍ରେନ ବଲାଙ୍ଗୀର ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି । ଯାହାକୁ ନେଇ ବଲାଙ୍ଗୀରରେ ଖୁସିର ମାହୋଲ ଖେଳି ଯାଇଛି । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ବଲାଙ୍ଗୀରରେ ରେଳର ବିକାଶର ପାଇଁ ରେଳ ମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପିତ କରିଥିଲେ। ତେବେ ଏଥିରେ ସଫଳତା ମିଳିଛି। ଯେଉଁଥିରେ ସମ୍ବଲପୁର ବନାରସକୁ ବଲାଙ୍ଗୀର ଟିଟିଲାଗଡ଼ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଯାହା ଦ୍ୱାରା ଏଠିକାର ଲୋକେ ସିଧା ସଳଖ ବନାରସ ଯାଇ ପାରିବେ । ସେହିପରି ଆଗକୁ ଖୁବ ଶୀଘ୍ର ବଲାଙ୍ଗୀର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ବୋଲି ସାଂସଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ସେ ଆଉ ମଧ୍ଯ କହିଛନ୍ତି ଯେ, ଆଉ କିଛି ଟ୍ରେନ ବଲାଙ୍ଗୀରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚଳାଇବାକୁ ସେ ଦାବି କରାଯାଇଛି। ସେହିପରି ଲୋକଙ୍କ ଦୀର୍ଘ ଦିନର ଦାବି କଣ୍ଟାବାଞ୍ଜିରେ ୱାଗନ ଫ୍ୟାକ୍ଟ୍ରି ସ୍ଥାପନ ଓ ବଲାଙ୍ଗୀର ନୂଆପଡ଼ାକୁ ନୂଆ ଟ୍ରେନ୍‌ ଲାଇନ ଦାବି ରହିଛି । ଏବଂ ଏହି ଦୁଇ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇ କେନ୍ଦ୍ର ସରକାରଙ୍କ ପାଖରେ ଦିଆଯାଇଛି । ଖୁବଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବା ସହ ନିଶ୍ଚିତ ଭାବରେ ଏସବୁ ଦାବି ମଧ୍ୟ ପୂରଣ ହେବ ।

ତେବେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସରକାରଙ୍କ ଆଙ୍କାକ୍ଷା ଜିଲ୍ଲା ତାଲିକାରେ ରହିଛି ଏବଂ କେନ୍ଦ୍ର ସରକାର ଏହାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଅନୁଦାନ ଦେଉଥିବା କଥା ସେ କହିଛନ୍ତି । ବଲାଙ୍ଗୀରରେ ରେଳର ବିକାଶ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଗମନାଗମନର ସୁବିଧା ନଥିବାରୁ ବଲାଙ୍ଗୀରରେ ବିକାଶ କାର୍ଯ୍ୟ ପଛାଉଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା । ତେବେ ସମ୍ୱଲପୁର ବନାରସକୁ ବଲାଙ୍ଗୀର ଦେଇ ରେଳ ସଂଯୋଗୀକରଣ ହେଲେ ସ୍ଥାନୀୟ ଲୋକେ ବହୁ ସୁବିଧା ପାଇପାରିବେ । ସମ୍ପୂର୍ଣ୍ଣ ଯାତାୟାତର ସୁବିଧା ନଥିବାରୁ ଏଠିକାର ବିକାଶରେ ବାଧା ଦେଖାଯାଉଛି । ଅନେକ ସମୟରେ ଘରୋଇ କମ୍ପାନୀ ଏଠି କଳକାରଖାନା ବସାଇବାକୁ ପଛାଉଛନ୍ତି । ତେବେ ରେଳ ସଂଯୋଗୀକରଣ ପରେ ଏଭଳି ଅସୁବିଧା ଦୂର ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି ସ୍ଥାନୀୟ ବୁଦ୍ଧୀଜୀବୀ ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.