ETV Bharat / state

ବୃଦ୍ଧାଶ୍ରମରେ ସାବିତ୍ରୀ ବ୍ରତ ପାଳିଲେ ବୃଦ୍ଧ ଦମ୍ପତି

author img

By

Published : May 30, 2022, 3:36 PM IST

ବଲାଙ୍ଗୀର ସାଲେପାଳି ଜରା ଶ୍ରମରେ ସତ୍ୟବାନଙ୍କ ପାଇଁ ସାବିତ୍ରୀ ବ୍ରତ କଲେ ବୃଦ୍ଧା । ଅଧିକ ପଢନ୍ତୁ

ବୃଦ୍ଧାଶ୍ରମରେ ସାବିତ୍ରୀ ବ୍ରତ ପାଳିଲେ ବୃଦ୍ଧ ଦମ୍ପତି
ବୃଦ୍ଧାଶ୍ରମରେ ସାବିତ୍ରୀ ବ୍ରତ ପାଳିଲେ ବୃଦ୍ଧ ଦମ୍ପତି

ବଲାଙ୍ଗୀର: ପରିଣତ ବୟସରେ ବୃଦ୍ଧାଶ୍ରମରେ ସତ୍ୟବାନଙ୍କ ପାଇଁ ସାବିତ୍ରୀ ବ୍ରତ କଲେ ବୃଦ୍ଧା । ଜନ୍ମକଲା ପୁଅ ଝିଅ ସିନା ଅଲଗା କରିଦେଲେ ହେଲେ ଆଲଗା ହୋଇନାହାନ୍ତି ବୃଦ୍ଧ ଦମ୍ପତି । ବଲାଙ୍ଗୀର ଲୋଇସିଂହା ବ୍ଲକ ବରପଦର୍ ଗ୍ରାମର ଦେବଧି ସାହୁ ଓ ତାଙ୍କ ପତ୍ନୀ ମିଥିଳା ସାହୁ ପରିବାର ପାଇଁ ଅଲୋଡା ହୋଇ ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି । ଆଜି ସାବିତ୍ରୀ ବ୍ରତ ଥିବାରୁ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଖାଲି ଏହି ଦମ୍ପତି ନୁହଁନ୍ତି ଆଶ୍ରମରେ ରହୁଥିବା 28 ଜଣ ବୃଦ୍ଧା ନିଜର ଦୁଃଖ ଭୁଲି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ବଲାଙ୍ଗୀରର ମା ଶକ୍ତି ସଂଗଠନ ତରଫରୁ ସମସ୍ତଙ୍କୁ ପୂଜା ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଦେବଧି ସାହୁ ଓ ତାଙ୍କ ପତ୍ନୀ ମିଥିଳା ସାହୁ ନିଜ ବୋହୂକୁ ହତ୍ୟା ଅଭିଯୋଗରେ ବୟସର ଅପରାହ୍ନରେ ତାଙ୍କୁ ଜେଲ ହୋଇଥିଲା। ତେବେ ତିନି ବର୍ଷ ପରେ ସେମାନେ ଜାମିନ ପାଇଥିବାବେଳେ ତାଙ୍କର ଜନ୍ମିତ ଚାରି ପୁଅ ଓ ଦୁଇ ଝିଅ କେହି ଆପଣାଇବାକୁ ମନା କରିଥିଲେ। ଏବଂ ଏହି ବୃଦ୍ଧା ଦମ୍ପତି ଅସହାୟ ଅବସ୍ଥାରେ ପରବର୍ତ୍ତୀ ସମୟରେ ମା ଶକ୍ତି ସଂଗଠନର ସହାୟତାରେ ବଲାଙ୍ଗୀର ସାଲେପାଳି ଜରା ଶ୍ରମରେ ରହି ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.