ETV Bharat / state

RTI ତଥ୍ୟରୁ ବଡ ଖୁଲାସା: ଜାଣନ୍ତୁ କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?

author img

By

Published : Jan 3, 2022, 8:01 PM IST

ସାତ ସପନ ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏହି ରେଳପଥର ରହିଛି ଗୁରୁତ୍ବପୂର୍ଣ୍ଣ ଭୁମିକା । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ନୀତି ଯୋଗୁଁ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଏହି ପ୍ରକଳ୍ପ ଶେଷ ହେବା ବଦଳରେ ବିଳମ୍ବ ହେଉଛି । ଅଧିକ ପଢ଼ନ୍ତୁ

due to negligence of state and central govt khordha and balangir railway project failed to complete in assured time
ପୂରଣ ହେଉନି ଦଶନ୍ଧିର ସ୍ବପ୍ନ, ବାଧାବିଘ୍ନରେ ପରିପୂର୍ଣ୍ଣ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ

ବଲାଙ୍ଗୀର: ରାଜନୀତି ଜାଲରେ ଛନ୍ଦି ହୋଇଯାଇଛି କି ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ? ଦୁଇ ଦଶନ୍ଧୀ ହେଲା ଶେଷ ହୋଇ ପାରୁନାହିଁ ପ୍ରକଳ୍ପ କାମ । ପୂର୍ବରୁ ୨୦୨୧ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି । ୨୭ ବର୍ଷ ମଧ୍ୟର ମାତ୍ର ୩୦୬ କିମି ବିଶିଷ୍ଟ ଏହି ପ୍ରକଳ୍ପରୁ ମାତ୍ର ୧୦୭ କିମି କାର୍ଯ୍ୟ ଶେଷ ହୋଇଛି । ଫଳରେ ଯୋଡ଼ି ହୋଇ ପାରୁନାହିଁ ପୂର୍ବ ଓ ପଶ୍ଚିମ ଓଡ଼ିଶାର ସମ୍ପର୍କର ପଥ ।

୨୦୧୯ ଜାନୁଆରୀ ୧୫ ତାରିଖରେ ଏହି ପ୍ରକଳ୍ପରେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବା ସହ ୨୦୨୧ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ଲକ୍ଷ୍ୟ ପୂରଣ କରିବାରେ ଫେଲ୍‌ ମାରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

୧୯୯୪ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୧୦୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପ ଶେଷ କରିବା ଲକ୍ଷ୍ୟ ରହିଥିଲା । ୧ ହଜାରରୁ ବର୍ତ୍ତମାନ ୩ ହଜାର ୭ସହ ୯୧ କୋଟି ବ୍ୟୟ ଅଟକଳ ହେଲାଣି । ତଥାପି ପ୍ରକଳ୍ପ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ସମ୍ଭାବନା ନଜର ଆସୁନାହିଁ । ସେପଟେ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଛ ଓ ଗୋଡ ଟଣାଟଣିକୁ ପଦାରେ ପକାଇ ଦେଇଛି । ଦିନ ପରେ ବର୍ଷ ଗଡ଼ିବାରେ ଲାଗିଥିବା ବେଳେ ଏହି ପ୍ରକଳ୍ପର ଭାଗ୍ୟ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି।

୨୦୧୫ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ ବୁଝମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଚୁକ୍ତିନାମା ଅନୁଯାୟୀ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅର୍ଥ ଦେବାସହ ମାଗଣାରେ ଜମି ଦେବେ ବୋଲି କହିଥିଲେ । ୨୦୨୧ ମଧ୍ୟରେ ପ୍ରକଳ୍ପ ଶେଷ ହେବାକୁ ଥିଲା । ଚୁକ୍ତି ସମୟ ଶେଷ ହୋଇଥିବା ବେଳେ ଏବେ କେନ୍ଦ୍ର ସରକାର ୨୦୨୪ ଡିସେମ୍ବର ମଧ୍ୟ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ମଧ୍ୟ ପୂରଣ ହେବାର କୌଣସି ସମ୍ଭାବନା ପରିଲକ୍ଷିତ ହେଉନାହିଁ । ଏଥିପାଇଁ ଅନେକ କାରଣ ବା ବାଧାବିଘ୍ନ ରହିଛି ।

ରେଳପଥ ପାଇଁ ବୌଦ୍ଧ ଜିଲ୍ଲା ତେଲ ନଦୀ ଉପରେ ଏଯାଏଁ ବ୍ରିଜ ତିଆରି ହୋଇ ପାରିନାହିଁ । ସୋନପୁର ଜିଲ୍ଲାରୁ ଦଶପଲ୍ଲା ମଧ୍ୟରେ ୭ଟି ଟନେଲର ନିର୍ମାଣ ହେବାକୁ ଅଛି । ସେହି କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନାହିଁ । ସୋନପୁରରୁ ଦଶପଲ୍ଲା ମଧ୍ୟରେ ମଧ୍ୟରେ ଅଧିଗ୍ରହଣ ହେବାକୁ ଥିବା ଜଙ୍ଗଲ ଜମି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁମତି ପାଇ ପାରିନାହାନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ସବୁ ଦିଗକୁ ଅନୁଧ୍ୟାନ କଲେ କେବଳ ସରକାରୀ ଫାଇଲ୍‌ରେ ପ୍ରକଳ୍ପ କାର୍ଯ୍ୟ ଆଗଉଥିବା ମନେ ହେଉଛି ।

ପୂର୍ବ ଓ ପଶ୍ଚିମ ଓଡ଼ିଶାର ଏହି ସଂଯୋଗର ରେଳପଥ ପ୍ରକଳ୍ପ ଖୋର୍ଦ୍ଧ ପଟୁ ମାତ୍ର ୯୨ କିମି ସମ୍ପୂର୍ଣ ହୋଇଥିବା ବେଳେ ବଲାଙ୍ଗୀର ପଟୁ କେବଳ ୧୫ କିମି ଝାରତରଭା ପର୍ଯ୍ୟନ୍ତ ଶେଷ ହୋଇଛି । ଏହାରି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଥା ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଓଡ଼ିଶାର ପଛୁଆ ପଶ୍ଚିମ ଓଡ଼ିଶାକୁ ପୂର୍ବ ସହିତ ଯୋଡ଼ିବା ଯୋଜନା ପଦ୍ମ ଘୁଞ୍ଚିଗଲା ପରି ଘୁଞ୍ଚି ଘୁଞ୍ଚି ଯାଉଛି ।

ରାଜ୍ୟ ଓ କେନ୍ଦ୍ରର ଆନ୍ତରିକତାର ଅଭାବ ଯୋଗୁଁ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଆଜି ଅତି ମନ୍ଥର ଗତିରେ ଚାଲିଛି । ଏହାକୁ ସମ୍ପୂର୍ଣ ହେବାକୁ ଆଉ କେତେ ଦଶନ୍ଧି ଲାଗିବ କି ? ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.