ETV Bharat / state

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଫଳ ଚାଷୀ ମମତା - ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପୁନଃବ୍ୟବହାରର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀରର ମମତା ବେହେରା । ନିଜସ୍ବ ଉଦ୍ୟମରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ବ୍ୟବହାର କରି ବିଭିନ୍ନ ଫୁଲ ଓ ପରିବା ଚାଷ କରିଛନ୍ତି ମମତା । ଅଧିକ ପଢ଼ନ୍ତୁ...

roof-top-farming-in-plastic-bags-and-bottles-in-balangir
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଫଳ ଚାଷୀ ମମତା
author img

By

Published : Jul 27, 2020, 3:03 PM IST

Updated : Jul 27, 2020, 5:23 PM IST

ବଲାଙ୍ଗୀର: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଏହାର ବ୍ୟବହାର ବନ୍ଦ କରିବା କିମ୍ବା ପୁନଃ ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି ସରକାର । ଆଉ ସେହି ପ୍ଲାଷ୍ଟିକକୁ କିପରି ଭାବରେ ସୁବିନିଯୋଗ କରାଯାଇ ପାରିବ ତାହା ଦେଖାଇ ଦେଇଛନ୍ତି ବଲାଙ୍ଗୀରର ମମତା ରାଣୀ ବେହେରା । ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଅଖା ଆଉ ପଲିଥିନରେ ଲଗାଇଛନ୍ତି ଅସଂଖ୍ୟ ଫୁଲ ଓ ପରିବା ଗଛ ।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଫଳ ଚାଷୀ ମମତା

ଘର ଛାତ ଉପରେ ପନିପରିବା ଓ ଫୁଲ ଚାଷ କରି ସେ ହୋଇଛନ୍ତି ବେଶ ସ୍ବାବଲମ୍ବୀ ଏବଂ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର ସହ ଚାଷ ପ୍ରଣାଳୀରେ ଏକ ପରିବର୍ତ୍ତନ କରି ଦେଖାଛନ୍ତି ମମତା । ସ୍ବଳ୍ପ ମାଟି ଓ ଜୈବିକ ସାର ବ୍ୟବହାର କରି ସେ ଏହି ସଫଳତା ସହ ଛାତ ଉପରେ ଚାଷ କରି ଦେଖାଇଛନ୍ତି । ଆମେ ପଲିଥିନ, ବୋତଲ ଆଦି ସାଧାରଣ ବର୍ଜ୍ୟବସ୍ତୁକୁ ଫିଙ୍ଗି ଦେଉଥିବା ବେଳେ ସେ ତାକୁ ବ୍ୟବହାର କରି ସଫଳ ଭାବରେ ଚାଷ କରି ଦେଖାଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର କଲେଜ ପାଖରେ ରହୁଥିବା ମମତା ବେହେରା 7-8 ବର୍ଷ ତଳେ ପ୍ରଥମେ ସଉକ ପାଇଁ ନିଜ ଛାତରେ ଫୁଲ ଇତ୍ୟାଦି ଲଗାଇ ଥିଲେ । ଧୀରେ ଧୀରେ ଏହି ସଉକ ତାଙ୍କର ନିଶା ହୋଇଗଲା । ତାପରେ ସେ ରଙ୍ଗ ବେରଙ୍ଗ ଫୁଲ ସହ ବାଇଗଣ, ଭେଣ୍ଡି, ଲଙ୍କା, କଖାରୁ, ତରଭୂଜ ଆଦି ପନିପରିବା ମଧ୍ୟ ଲଗାଇବା ଆରମ୍ଭ କଲେ ।

ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏଥି ପାଇଁ ପରିବେଶ ପ୍ରଦୂଷଣ ମଧ୍ୟ ବଢିଛି ଆଉ ମମତା ବେହେରାଙ୍କ ଏହି ଅଭିନବ ଉପାୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ହୋଇ ଚାଷ କାମରେ ଲାଗୁଛି। ତେବେ ମମତା ଏହି ସବୁକୁ ପ୍ରଥମେ ନିଜ ଛାତ ଉପରେ ପରୀକ୍ଷା ମୂଳକ ଭାବରେ ଆରମ୍ଭ କରିଥିଲେ। ପରେ ପରେ ସେ ଏହାକୁ ବଢ଼ାଇଥିଲେ । ବିନା କାହା ସାହାଯ୍ୟରେ ନିଜସ୍ବ ଉଦ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଚାଷ କାମ କରୁଥିବାରୁ ମମତାଙ୍କୁ ମିଳିଛି ଢେର୍ ପ୍ରଶଂସା । ଏହାସହ ମମତାଙ୍କର ଏହି ଉଦ୍ୟମ ସଭିଙ୍କୁ ଯୋଗାଉଛି ପ୍ରେରଣା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jul 27, 2020, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.