ବଲାଙ୍ଗୀର: ବକେୟା ବୀମା ଟଙ୍କା ପ୍ରଦାନ ଦାବି କରି ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଦୀର୍ଘ ସମୟ ଧରି 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଦାବି ପୁରାଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀର ଦେଓଗାଁ ଠାରେ ବକେୟା ବୀମା ଟଙ୍କା ପ୍ରଦାନ ଦାବିରେ ଶତାଧିକ ଚାଷୀ ଦୀର୍ଘ ସମୟ ଧରି ବରଗଡ଼-ବୋରିଗୁମ୍ମା 26ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଗତ 2017 ଓ 2018 ବକେୟା ବୀମା ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି ।
ଦୀର୍ଘ ସମୟ ଧରି ଆନ୍ଦୋଳନରେ ବସିବା ପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଦାବି ଆଗକୁ ପୂରଣ ନହେଲେ ପୁଣି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ