ETV Bharat / state

ମେଡିକାଲକୁ ଯିବା ବାଟରେ ମାଡିଗଲା ଟ୍ରକ; ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

author img

By

Published : Jul 26, 2020, 6:25 AM IST

ଚିକିତ୍ସା ପାଇଁ ମୋପେଡରେ ଯାଉଥିବାବେଳେ ବାଟରେ ହୋଇଗଲା ମୃତ୍ୟୁ । ବଲାଙ୍ଗୀର ସହରରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ଏକ ଟ୍ରକ ମାଡ଼ି ଯିବାରୁ ମୋପେଡ ରେ ଚିକିତ୍ସା ପାଇଁ ଯାଉଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।

Road accident in Balangir, wife dead, Husband injured
ମେଡିକାଲକୁ ଯିବା ବାଟରେ ମାଡିଗଲା ଟ୍ରକ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବଲାଙ୍ଗୀର: ଚିକିତ୍ସା ପାଇଁ ମୋପେଡରେ ଯାଉଥିବାବେଳେ ବାଟରେ ମୃତ୍ୟୁ । ବଲାଙ୍ଗୀର ସହରରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା ।

ଏକ ଟ୍ରକ ମାଡ଼ି ଯିବାରୁ ମୋପେଡରେ ଚିକିତ୍ସା ପାଇଁ ଯାଉଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଚନ୍ଦନ ବାଟି ଗ୍ରାମର ସୌଖି ସାହୁ ଓ ତାଙ୍କ ସ୍ତ୍ରୀ ରଜନୀ ଭୋଇ ଆଜି ଚିକିତ୍ସା ପାଇଁ ବଲାଙ୍ଗୀର ମେଡ଼ିକାଲ କଲେଜକୁ ଯାଉଥିଲେ। ତେବେ ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରେ ଜଗି ରହିଥିଲା ମୃତ୍ୟୁ । ସ୍ଥାନୀୟ କଚେରୀ ଛକ ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ମୋପେଡକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପତ୍ନୀ ରଜନୀ ଭୋଇଙ୍କ ମୃତ୍ୟୁ ହୋଇଥିଲା ।

ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲା। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ପୋଲିସର ଅଜବ ଯୁକ୍ତିକୁ ନେଇ ଲୋକ ଏଠି ପ୍ରଶ୍ନ କରିଛନ୍ତି। ସଟଡାଉନରେ ଲୋକ ବାହାରକୁ ବାହାରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ପୋଲିସର ଏହି ବୟାନକୁ ଲୋକେ ନାପସନ୍ଦ କରିଥିଲେ । ଏଥିସହିତ ସହର ମଧ୍ୟରେ ଟ୍ରକ ଦ୍ରୁତ ଗତିରେ ଚଳାଚଳକୁ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.