ETV Bharat / state

ପୋଲିସ ବାବୁଙ୍କ ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର - ବାଇକକୁ ଧକ୍କା ଦେଲା କାର

ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ବେଳେ ଅନ୍ୟ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

road accident
road accident
author img

By ETV Bharat Odisha Team

Published : Nov 7, 2023, 11:37 AM IST

road accident

ବଲାଙ୍ଗୀର: ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଆଇଆଇସି ମନୋଜ ପ୍ରଧାନଙ୍କ କାର ବାଇକରେ ଯାଉଥିବା ଏକ ଦମ୍ପତିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଫଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ପାଲେଶ୍ୱର ଘିବେଲା ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ଏକ କାର ଯୋଗେ ଟିଟିଲାଗଡ ଥାନା ଅଧିକାରୀ ମନୋଜ ପ୍ରଧାନ ବରଗଡ଼ରୁ ବଲାଙ୍ଗୀର ଫେରୁଥିଲେ। ସେହି ସମୟରେ ବଲାଙ୍ଗୀରରୁ ବାଇକ ଯୋଗ ଦୁର୍ଗାପାଲି ଫେରୁଥିବା ପାଲେଶ୍ୱର ଘିବେଲା ଓ ତାଙ୍କ ସ୍ତ୍ରୀ ପିଙ୍କି ଘିବେଲାକୁ ଆଇଆଇସିଙ୍କ ଗାଡି ଧକ୍କା ଦେଇଥିଲା । ଏହାପରେ ନିକଟରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ପାଳେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି ।

ସେହିପରି ଥାନା ଅଧିକାରୀଙ୍କ ଗାଡ଼ି ବାଇକ୍ କୁ ଧକ୍କା ଦେଇ ରାସ୍ତା କଡ କୁ ଗଡି ଯାଇଥିଲା। ଫଳରେ ଆଇଆଇସି ମଧ୍ୟ ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଗୁରୁତର ମହିଳାଙ୍କ ସ୍ଥିତି ସଙ୍ଗୀନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ସଂପୃକ୍ତ କାର ଟି ଭଡାରେ ଅଣା ଯାଇଥିଲା ନା ଆଇଆଇସିଙ୍କ ନିଜ ଗାଡ଼ି ତାହା ଏଯାଏଁ ଜଣା ପଡ଼ିଛି। ସେହିପରି ଗାଡ଼ି ନିଜେ ଥାନା ଅଧିକାରୀ ଚଳାଉ ଥିଲେ ନା ଡ୍ରାଇଭର ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ସେପଟେ ବଲାଙ୍ଗୀର ପୋଲିସ୍ ଏହାର ତଦନ୍ତ କରୁଥିବା ବେଳେ ଏଯାଏଁ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ - ରାସ୍ତା କଡରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ, ପିଟିଦେଲା ବାଇକ

ପ୍ରକାଶ ଥାଉକି, ଗତ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ଗମଲେଇ ଠାରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଇଣ୍ଡିଆ-ସାଉଥ ଆଫ୍ରିକା ବିଶ୍ୱକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବଣାଇ ଅନ୍ତର୍ଗତ ଲହୁଣୀପଡ଼ା ଥାନା ଅଞ୍ଚଳରେ ଗମଲେଇ ଗ୍ରାମର ରାସ୍ତା କଡ଼ରେ ତିନି ଜଣ ଯୁବକ ମୋବାଇଲ ମାଧ୍ୟମରେ ଖେଳ ଦେଖୁଥିଲେ । ରାତି ପ୍ରାୟ ସାଢ଼େ ୮ଟା ସମୟରେ ହଠାତ୍‌ ପଛରୁ ଏକ ବାଇକ୍‌ ଆସି ତିନି ଜଣଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ତିନିଜଣ ଗୁରୁତର ହୋଇ ପଡ଼ିଥିଲେ । ଏନେଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ହସ୍ପିଟାଲ ରେଫର୍‌ କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.