ETV Bharat / state

ମହଙ୍ଗା ପଡିଲା ନାଗରାଜଙ୍କ ଦାନ୍ତ କାଟିବା, ସାପ ଧରାଳି ଗିରଫ - ବଲାଙ୍ଗୀର ନ୍ୟୁଜ

ନାଗରାଜର ଦାନ୍ତ କାଟିବା ମହଙ୍ଗା ପଡିଲା । ନେଲ କଟରରେ ନାଗ ସାପର ଦାନ୍ତ କାଟି ଗିରଫ ହେଲେ ସାପ ଧରାଳି । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ନଗରାଜଙ୍କ ଦାନ୍ତ କାଟିବା  , ଗିରଫ ହେଲେ ସାପ ଧରାଳି

author img

By

Published : Nov 13, 2022, 6:31 PM IST

ବଲାଙ୍ଗୀର: ମହଙ୍ଗା ପଡିଲା ନାଗରାଜଙ୍କ ଦାନ୍ତ କାଟିବା । ନେଲ କଟରରେ ନାଗ ସାପର ଦାନ୍ତ କାଟି ଗିରଫ ହେଲା ସାପ ଧରାଳି । ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍ ବିଲାଇସର୍ଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ସାପ ଧରାଳିକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗାଁର ବୀର ବିଶ୍ଵାଳ ବୋଲି ଜଣାପଡିଛି ।

ମହଙ୍ଗା ପଡିଲା ନଗରାଜଙ୍କ ଦାନ୍ତ କାଟିବା , ଗିରଫ ହେଲେ ସାପ ଧରାଳି

ଅନ୍ୟପଟେ ନିଶାସକ୍ତ ଅବସ୍ଥାରେ ନାଗ ସାପର ଦାନ୍ତ କାଟି ଥିବା ସ୍ବୀକାର କରିଛି ଅଭିଯୁକ୍ତ । ୱାଇଲ ଲାଇଫ ଏକ୍ଟର ଉଲ୍ଲଙ୍ଘନ ଅଭିଯୋଗରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବଲାଙ୍ଗୀର ରେଞ୍ଜର କେଶବ ନାଏକ । ୫୧ ଏ ଓ ୫୧, ୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ- ମାନବର ଅମାନବୀୟ କାଣ୍ଡ, କଟରରେ ନାଗ ସାପର ଦାନ୍ତ କାଟିଲା ସାପ ଧରାଳି

ତେବେ ବନ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବିକାଇସର୍ଡା ଗାଁର ସାପ ଧରାଳି ବୀର ବିଶ୍ଵାଳ ଏକ ବିଷଧର ସାପ ଧରିଥିଲା । ପରେ ସାପକୁ ଗାଁକୁ ଆଣି ଲୋକଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବା ସହ ନେଲ କଟରରେ ସାପର ଦାନ୍ତ କାଟି ଥିବା ଦୃଶ୍ୟ ଭାଇରାଲ ହୋଇଥିଲା । ହେଲେ ଘଟଣାକୁ ବନ ବିଭାଗ ଗୁରୁତର ଭାବେ ନେଇ ତଦନ୍ତ ଚଳାଇଥିଲା । ଏନେଇ ଗତକାଲି ଉକ୍ତ ଗାଁକୁ ଯାଇ ବନ ବିଭାଗ ଛାନଭିନ କରିଥିଲେ ବି ଅଭିଯୁକ୍ତ ଫେରାର ମାରି ଥିବାରୁ ଧରିବାରେ ସଫଳ ହୋଇ ନଥିଲେ । ହେଲେ ରାତିରେ ଅଭିଯୁକ୍ତ ବୀର ବିଶ୍ଵାଳକୁ ବିଲାଇସର୍ଡା ଗାଁରୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ । ନାଗ ସାପର ଗରଳ ସଂଗ୍ରହ ଘଟଣାରେ ଅଭିଯୁକ୍ତର ସମ୍ପର୍କ ନ ଥିବା ବେଳେ ଯଦି ସେମିତି ଲିଙ୍କ ଆସେ ତାହେଲେ ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ରେଞ୍ଜର । ଅନ୍ୟପଟେ ଘଟଣାରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ରେଞ୍ଜର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.