ETV Bharat / state

ଟିଟିଲାଗଡରେ ଚୁନରୀ ଉତ୍ସବ, ସହର ସାରା 151 ଫୁଟ ଓଢଣୀର ପରିକ୍ରମା

author img

By ETV Bharat Odisha Team

Published : Dec 16, 2023, 8:20 AM IST

Updated : Dec 16, 2023, 9:05 AM IST

Chunari festival in Balangir: ଟିଟିଲାଗଡରେ ପାଳିତ ହୋଇ ଯାଇଛି ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ। 151 ଫୁଟ ଚୁନରୀ( ଓଢଣୀ) କୁ ନେଇ ମହିଳାମାନେ ସହର ସାରା ପରିକ୍ରମା କରିବା ପରେ ମାଆଙ୍କ ଠାରେ ଲାଗି କରାଯାଇଛି ।

ଟିଟିଲାଗଡରେ ଚୁନରୀ ମହୋତ୍ସବ ପାଳିତ
chunri mahotsav
ଟିଟିଲାଗଡରେ ଚୁନରୀ ଉତ୍ସବ, ସହର ସାରା 151 ଫୁଟ ଓଢଣୀର ପରିକ୍ରମା

ବଲାଙ୍ଗୀର: ଜିଲ୍ଲାର ଟିଟିଲାଗଡରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ ହୋଇଛି ରାଣୀ ସତୀ ଦେବୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । 10 ଦିନ ଧରି ଚାଲିଥିବା ଏହି ଉତ୍ସବରେ 151 ଫୁଟ ଲମ୍ବର ଚୁନରୀ (ଓଢଣୀ) ଶୋଭାଯାତ୍ରା କରାଯିବା ପରେ ମାଆଙ୍କ ପାଖରେ ଲାଗି ହୋଇଛି । ବିଶ୍ବ ଶାନ୍ତି ପାଇଁ ଦାଦି ମାଆଙ୍କ ପାଖରେ ମହିଳାମାନେ ପୂଜାର୍ଚ୍ଚନା କରିଛନ୍ତି । ବଲାଙ୍ଗୀର ଟିଟିଲାଗଡରେ ମାରୱାଡ଼ି ସମ୍ପ୍ରଦାୟ ମହିଳା ମାନେ ଅତି ଶ୍ରଦ୍ଧା ଓ ଭକ୍ତିର ସହ ଏହାକୁ ପାଳନ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ.. ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ

ଏହି ଉତ୍ସବରେ ନାରୀ ଶକ୍ତି ତଥା ମାଆ ଦୁର୍ଗାଙ୍କ ସ୍ୱରୂପ ରାଣୀ ସତୀ ଦେବୀ ଦାଦି ମାଆଙ୍କ ଏହି ବିଶେଷ ପୂଜା ହୋଇଥାଏ । ଯେଉଁଥିରେ ବିଶେଷ କରି ମହିଳା ମାନେ ସବୁ ପୂଜା କାର୍ଯ୍ୟ କରିବା ସହ ଭଜନ କୀର୍ତ୍ତନରେ ମଜ୍ଜି ଯାଇଥାନ୍ତି । ତେବେ ପରମ୍ପରା ଅନୁସାରେ ଦାଦି ମାଆଙ୍କ ଏହି ସ୍ବତନ୍ତ୍ର ପୂଜା ଏଠି 10 ଦିନ ଧରି ଚାଲିଥାଏ । ଯେଉଁଥିରେ ମାଙ୍କୁ 'ସୁହାଗନ୍' ଟୋକେଇ ଲାଗି କରିବା ସହ ପୂଜାର୍ଚ୍ଚନା କରଯାଇଥାଏ । ସେହିପରି ମାନ୍ୟତା ଅଛି ଯେ ଏହି ଟୋକେଇ ଧରି ଆସୁଥିବା ମହିଳାଙ୍କ ପରିବାରରେ ସୁଖ ଶାନ୍ତି ଆସିଥାଏ । ଏବଂ ତାଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ସେହିପରି ପୂଜାର୍ଚ୍ଚନା କରାଯାଇ ମାଆଙ୍କ ଠାରେ ଚୁନରି (ଓଢଣୀ) ଲାଗି ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଉଦଘାଟିତ ହେଲା ଗଡ଼ଜାତ ଲୋକ ମହୋତ୍ସବ

ଚଳିତ ବର୍ଷ 151 ଫୁଟର ଚୁନରି (ଓଢଣୀ) ଦାଦି ମାଆଙ୍କ ଠାରେ ଲାଗି ହୋଇଥିଲା । ଯେଉଁଥିରେ 151 ଜଣ ମହିଳା ଏହି ଚୁନରୀ (ଓଢଣୀ)କୁ ମୁଣ୍ଡ ଉପରେ ନେଇ ସହର ପରିକ୍ରମା କରିଥିଲେ । ଏବଂ ପୁଣି ମନ୍ଦିରକୁ ଫେରି ମାଆଙ୍କ ଠାରେ ଲାଗି କରିଥିଲେ । ସେହିପରି ଏହି ଅବସରରେ ପ୍ରତିଦିନ ରାଣୀ ସତୀ ଶକ୍ତି ପୀଠ ମହିଳା ମଣ୍ଡଳ ଦ୍ଵାରା ଛପନ ଭୋଗ ପ୍ରସ୍ତୁତ କରାଯାଇ ମାଆଙ୍କ ଠାରେ ଲାଗି ହୋଇଥିଲା ।ଏଥିସହ ଏହି 10 ଦିନ ମହିଳାମାନଙ୍କ ଦ୍ବାରା ଭଜନ କୀର୍ତ୍ତନର ମଧ୍ୟ ଆୟୋଜନ ହୋଇଥିଲା । ତେବେ ଏହି ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭଗବତୀ ଚାରିଟେବଲ୍ ଟ୍ରଷ୍ଟ ପ୍ରବକ୍ତା ସନ୍ତୋଷ କୁମାର କେଜ୍ରିୱାଲ, ରାଣୀ ସତୀ ମନ୍ଦିର କମିଟି ଅଧ୍ୟକ୍ଷ ସୁରଜ ମଲ୍ ସୋନି ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 16, 2023, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.