ETV Bharat / state

Covid Fear: ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ କୋରୋନା

ବଲାଙ୍ଗୀର ଜିଲ୍ଲାରେ କୋରୋନା ଉପର ମୁହାଁ ହୋଇଥିବା ବେଳେ ଆଜି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ବିଶ୍ବବିଦ୍ୟାଳୟରେ ଦୁଇ ଦିନ ସବୁ କ୍ଲାସ ବାତିଲ ହୋଇଛି । ଅଧିକ ପଢନ୍ତୁ

Corona Update: ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ କୋରୋନା

author img

By

Published : Jan 7, 2022, 4:38 PM IST

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ କୋରୋନା । ବଲାଙ୍ଗୀର ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ଆଜି(ଶୁକ୍ରବାର) ଜିଲ୍ଲାରେ ଏହାର ସଂଖ୍ୟା 54 ରହିଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ଵବିଦ୍ୟାୟର ଜଣେ ଛାତ୍ର କୋରୋନା ପଜିଟିଭ ଥିବାର ଜଣାପଡ଼ିଛି । ତେବେ ସମ୍ପୃକ୍ତ ଛାତ୍ର ଜଣକ ଭବାନୀପାଟଣାର ହୋଇଥିବା ବେଳେ ସେ ଏଠି ହଷ୍ଟେଲରେ ରହି ଯୁକ୍ତ ତିନି ପାଠ ପଢୁଥିଲେ ଏବଂ ନିକଟରେ ସେ ଘରୁ ଫେରି ଏଠି ଥିବାବେଳେ ତାଙ୍କୁ ଜ୍ଵର ହୋଇଥିଲା।

Corona Update: ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ କୋରୋନା

ଅଧିକ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ଯାହା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ସବୁ କ୍ଲାସ ବାତିଲ କରିଛନ୍ତି । ସମ୍ପୃକ୍ତ ହଷ୍ଟେଲରେ ସାନିଟାଇଜ କରାଯାଇଛି । ସମାନ ଭାବରେ ହଷ୍ଟେଲରେ ଥିବା ଅନ୍ୟ ମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ତେବେ କରୋନା ସଂକ୍ରମିତ ସମ୍ପୃକ୍ତ ଛାତ୍ରକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବାର ଜଣାପଡ଼ିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.