ବଲାଙ୍ଗୀର: ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଜେଲରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ପୁଞ୍ଜିଲାଲଙ୍କ ଓକିଲ ତୀର୍ଥ ସାହୁ । ଏହା ସହ ତାଙ୍କର ଚିକିତ୍ସା କରାଇବା ପାଇଁ ପାଟଣାଗଡ଼ ଏସଡିଜେମ କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି । ତାଙ୍କୁ ଜେଲ ମଧ୍ୟରେ କିଛି ଅନ୍ତେବାସୀ ମାଡ ମାରିଥିବା ତାଙ୍କ ଓକିଲ କହିଛନ୍ତି ।
ତେବେ ଗତ 2018 ଫେବୃଆରୀ 23 ତାରଖରେ ଏହି ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୋମେନ୍ଦ୍ର ସାହୁ ଓ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ଏହି ଘଟଣାର ତିନିମାସ ତଦନ୍ତ କରି ଓଡିଶା କ୍ରାଇମବ୍ରାଞ୍ଚ ଅଧ୍ୟାପକ ପୁଞ୍ଜି ଲାଲ ମେହେର ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା ।
ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପୁଞ୍ଜିଲାଲକୁ ମେହେର ପ୍ରଥମେ ବିଚାରଧୀନ କଏଦୀ ଭାବରେ ପାଟଣାଗଡ଼ ଉପ କାରଗାରରେ ଥିବା ବେଳେ ସେଠି ଅନ୍ୟ ମାନଙ୍କ ମିଶି ଆନ୍ଦୋଳନ କରିବା ଓ ପରେ ଜେଲରୁ ପଳାଇବାର ଉଦ୍ୟମ କରିଥିଲା କହିଥିଲା ପୋଲିସ । ପରେ ତାକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କରାଗାରକୁ ସସ୍ଥାନ୍ତରିତ କରାଯାଇଛି । ଏବେ ତାଙ୍କୁ ସେଠାରେ ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଓକିଲ ।
ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ