ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି କଲା ଜନ ସ୍ୱାସ୍ଥ୍ୟ କର୍ମଚାରୀ ସଂଘ - ରାଜ୍ୟ ଜନ ସ୍ୱାସ୍ଥ୍ୟ କର୍ମଚାରୀ

ସ୍ଥାୟୀ ନିଯୁକ୍ତି ଦାବି ନେଇ ବଲାଙ୍ଗୀରରେ ରାଜ୍ୟ ଜନ ସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ବୈଠକ । ଅଧିକ ପଢନ୍ତୁ

ସ୍ଥାୟୀ ନିଯୁକ୍ତି ଦାବିରେ ଜନ ସ୍ୱାସ୍ଥ୍ୟ କର୍ମଚାରୀ ସଂଘର ବୈଠକ

author img

By

Published : Nov 2, 2022, 10:34 AM IST

ବଲାଙ୍ଗୀର: ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଗତ ଅକ୍ଟୋବର 15 ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । 57 ହଜାର କର୍ମଚାରୀଙ୍କୁ ସ୍ଥାୟୀ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଘୋଷଣା ପରେ ରାଜ୍ୟର ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । କିନ୍ତୁ ଏଥିରେ ଓଡ଼ିଶାର ଜରୁରୀ ସେବାରେ ନିୟୋଜିତ ଜନ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ।

ସ୍ଥାୟୀ ନିଯୁକ୍ତି ଦାବିରେ ଜନ ସ୍ୱାସ୍ଥ୍ୟ କର୍ମଚାରୀ ସଂଘର ବୈଠକ

ଏନେଇ ଜିଲ୍ଲାରେ ସଂଘ ତରଫରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ପରେ ସ୍ଥାୟୀ ନିଯୁକ୍ତି ନେଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲା ସଂଘ । ଦୀର୍ଘ 20 ବର୍ଷ ହେବ ପଶ୍ଚିମ ଓଡିଶାରେ 6 ହଜାର ଯାନ୍ତ୍ରିକ କର୍ମଚାରୀ ଜନ ସ୍ଵାସ୍ଥ୍ୟ ବିଭାଗରେ ଆଠ ହଜାର ଟଙ୍କା ପାଉଣାରେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଏପରିକି କୋରୋନା ସମୟରେ ମଧ୍ୟ ଏମାନେ ଲୋକଙ୍କୁ ବହୁ ସାହାଯ୍ୟ କରିଥିଲେ । ହେଲେ ସରକାର ଏମାନଙ୍କୁ ସେତେବେଳେ ଆଗ ଧାଡ଼ିର ଯୋଦ୍ଧା ଭାବେ ଗଣନା କରିନଥିଲେ । ସେହିପରି ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପରେ ମଧ୍ୟ ଏହି କର୍ମଚାରୀଙ୍କୁ ସରକାର ଭୁଲି ଯାଇଥିବା କହିଛନ୍ତି ସଂଘର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ-ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, BMCର ବଢିଲା ଅଳିଆ ଚିନ୍ତା

ଆଗାମୀ 15 ଦିନ ମଧ୍ୟରେ ସରକାର ତାଙ୍କୁ ସ୍ଥାୟୀ ନିଯୁକ୍ତି ନଦେଲେ ଏମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଆନ୍ଦୋଳନ ତଥା ବୈଠକରେ ପଶ୍ଚିମ ଓଡିଶାର ଶତାଧିକ ପି ଏଚ ଡି କର୍ମଚାରୀଙ୍କ ସହିତ ରାଜ୍ୟ ଜନ ସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଜୋନାଲ ସମ୍ପାଦକ ସଦାଶିବ ବିଶୋଇ, ମନବୋଧ ସାହୁ ଶାଖା ସମ୍ପଦକ, ବନମାଳୀ ମିଶ୍ର ସହ ଶାଖା ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.