ETV Bharat / state

ବେଆଇନ ପଥର ଖନନ ସମୟରେ ଶ୍ରମିକ ମୃତ୍ୟୁ, ମୁଖ୍ୟ ଅଭିଯୁକ୍ତ ଗିରଫ - ବଲାଙ୍ଗୀରରେ ବେଆଇନ ପଥର ଖନନ

ବଲାଙ୍ଗୀରରେ ବେଆଇନ ରତ୍ନ ପଥର ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

ବେଆଇନ ପଥର ଖନନ ସମୟରେ ଦୁଇ ଶ୍ରମିକ ମୃତ, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : May 28, 2022, 2:56 PM IST

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ରତ୍ନ ପଥର ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ ଗିରଫ । ସୂଚନା ଅନୁଯାୟୀ, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲମୀ ଜଙ୍ଗଲରେ ବେଆଇନ ଭାବେ ରତ୍ନ ପଥର ଖନନ ଚାଲିଥିଲା । ଯାହାର ମାଷ୍ଟର ମାଇଣ୍ଡ ଥିଲା ରାଜୁ ସାହୁ । ସେ ଶ୍ରମିକ ମାନଙ୍କୁ ବେଆଇନ ଭାବରେ ନିୟୋଜିତ କରି ରତ୍ନ ପଥର ଖଣି ଖନନ କରି ଆସୁଥିଲା ।

ବେଆଇନ ପଥର ଖନନ ସମୟରେ ଦୁଇ ଶ୍ରମିକ ମୃତ, ମୁଖ୍ୟ ଅଭିଯୁକ୍ତ ଗିରଫ

ଗତ ଏପ୍ରିଲ ୨୨ ତାରିଖରେ ମାଟି ତଳକୁ ୨୦୦ ଫୁଟ ଗାତ କରି ରତ୍ନ ପଥର ଖନନ ଚାଲିଥିବ ବେଳେ ଖଣି ଭିତରେ ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଗୁଲମି ଗ୍ରାମର ଦିନ ଜାନି ଓ ନୂଆପଡ଼ା ଗ୍ରାମର ଉଜ୍ବଳ ଭୋଇଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବେଆଇନ ରତ୍ନ ପଥର ଖନନ ଉପରେ ପ୍ରଶାସନ ଓ ପୋଲିସ୍ ପଦକ୍ଷେପ ନେବା ଆରମ୍ଭ କରିଥିଲା ।

ଏହି ଘଟଣା ପରେ ରାଜୁ ସାହୁ ଫେରାର ହୋଇଯାଇଥିବାବେଳେ ଟିଟିଲାଗଡ ପୋଲିସ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗ୍ରାମରୁ ଗିରଫ କରିଛି । ଆଜି ଅଭିଯୁକ୍ତ ରାଜୁ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.