ETV Bharat / state

ଏଯାଏଁ ମିଳିନି ଫସଲ ବୀମା ଟଙ୍କା, ଆନ୍ଦୋଳନ ପାଇଁ ବଲାଙ୍ଗୀର ଚାଷୀଙ୍କ ସଜବାଜ - ସରକାରଙ୍କ ଉଦାସୀନତାକୁ ନେଇ ବିର୍ଷିଲେ ଚାଷୀନେତା

ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ୟା ସମାଧାନ ନେହେଲେ ଆଗକୁ ବଡ ଧରଣର ଆନ୍ଦୋଳନ କରିବାକୁ ଚାଷୀ ସଂଗଠନ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

preparation meeting by district farmer union in balangir
ଚାଷୀଙ୍କ ସମସ୍ୟା ନେଇ ପ୍ରସ୍ତୁତି ବୈଠକ, ଆନ୍ଦୋଳନ ପାଇଁ ସଜବାଜ
author img

By

Published : Sep 16, 2022, 12:01 PM IST

ବଲାଙ୍ଗୀର: ବିଭିନ୍ନ ସମସ୍ୟା ନେଇ ଚାଷୀଙ୍କ ବିରାଟ ମେଳି । ବଲାଙ୍ଗୀରରେ ଚାଷୀଙ୍କ ଲାଗି ରହିଥିବା ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ବିର୍ଷିଲେ ଚାଷୀନେତା । ତୁରନ୍ତ ସମସ୍ୟା ସମାଧାନ ନହେଲେ ଆଗକୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । କୃଷି ବୀମା ଓ ଜିଲ୍ଲାରେ ଚାଷୀଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲଢେଇ ପାଇଁ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚାଷୀଙ୍କ ସମସ୍ୟା ନେଇ ପ୍ରସ୍ତୁତି ବୈଠକ

ଏହି ପରିପ୍ରେକ୍ଷୀରେ ସହସହ ଚାଷୀ ଯୋଗ ଦେଇଥିଲେ । ଜିଲ୍ଲାର ୩୧୭ଟି ପଞ୍ଚାୟତର ଚାଷୀ ଗତ ୨ ବର୍ଷ ହେବ ଫସଲ ବୀମା ଟଙ୍କା ପାଇ ନାହାନ୍ତି । ଯାଦାଦ୍ବାରା ସେମାନେ ଜିଲ୍ଲା ତମାମ ଆନ୍ଦୋଳନ କରୁଛନ୍ତି । ହେଲେ ସରକାର ଏମାନଙ୍କ ଦାବି ଶୁଣୁନଥିବା ଚାଷୀନେତାମାନେ ଅଭିଯୋଗ କରିଛନ୍ତି । ସମାନ ଭାବରେ ଜଳସେଚନ ସୁବିଧା ନଥିବା, ସାର କଳାବଜାରୀ ଓ ଧାନ କିଣାରେ ବ୍ୟାପକ ଦୁର୍ନୀତିରେ ଚାଷୀ ପେଶି ହେଉଥିବା ବେଳେ ଆଗକୁ ଏମାନେ ବିରାଟ ଚାଷୀ ଆନ୍ଦୋଳନ କରିବା ପାଇଁ ବଲାଙ୍ଗୀରରେ ଏକତ୍ରିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି, ଧାରଣାରେ ସୂଚନା ଅଧିକାର କର୍ମୀ

ଏନେଇ ଚାଷୀ ନେତା କହିଛନ୍ତି, "୨୦୨୧ରେ ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ଦେଖାଦେଇଥିଲା । ଚାଷୀମାନେ ଫସଲ ବୀମା କରିଥିଲେ । ୨୦୨୨ ଖରିଫ ଚାଷ ସରି ନୂଆ ଧାନ ଆସିଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ଟଙ୍କା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ୮୫ଟି ପଞ୍ଚାୟତର ଚାଷୀମାନେ ବୀମାଟଙ୍କା ପାଇ ନାହାନ୍ତି । ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଛନ୍ତି ।"

ପୂର୍ବରୁ ନାନା ପ୍ରକାରେ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ସମସ୍ୟା ସମାଧାନ ନହେବା ଯୋଗୁଁ ପୁନଃ ଜିଲ୍ଲାର ସବୁ ଅଞ୍ଚଳରୁ ହଜାର ହଜାର ଚାଷୀ ଓ ଚାଷୀ ସଂଗଠନ ଏକାଠି ହୋଇ ଆଗକୁ ବଡ ଧରଣର ଆନ୍ଦୋଳନ ସହ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ବୈଠକ କରାଯାଇଥିବା ମିଳିତ ଚାଷୀ ସଂଗଠନ ସାମୁଖ୍ୟ ନେତା ଜତି ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.