ETV Bharat / state

ଦୁର୍ଦ୍ଦିନରେ ମାଟି କାରିଗର: କୋରୋନା ପାଇଁ ଆସୁନାହାଁନ୍ତି ଗ୍ରାହକ

author img

By

Published : Aug 11, 2020, 10:59 PM IST

କୋରୋନା ସମସ୍ତ ବ୍ୟବସାୟକୁ ପ୍ରଭାବିତ କରିଛି । ଛୋଟ ବଡ କାରିଗରଙ୍କ ଧନ୍ଦା ତଥା ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ।

potters bussiness are in danger due to corona
ଦୁର୍ଦ୍ଦିନରେ ମାଟି କାରିଗର: କୋରୋନା ଯୋଗୁଁ ଆସୁନାହାଁନ୍ତି ଗ୍ରାହକ

ବଲାଙ୍ଗୀର: କୋରୋନା ସମସ୍ତ ବ୍ୟବସାୟକୁ ପ୍ରଭାବିତ କରିଛି । ଛୋଟ ବଡ କାରିଗରଙ୍କ ଧନ୍ଦା ତଥା ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି । ବଲାଙ୍ଗୀରର କୁମ୍ଭାର ସମ୍ପ୍ରଦାୟ ମାଟି କାମ କରି ଚଳୁଥିବା ବେଳେ କୋରୋନା ସମୟରେ ସେମାନେ ମଧ୍ୟ ବର୍ତ୍ତମାନ ରୋଜଗାର ହରାଇଛନ୍ତି ।

କୋରୋନା ସାରା ପୃଥିବୀରେ କାୟା ମେଲାଇ ସବୁ ବ୍ୟବସାୟ ଉପରେ ପ୍ରଭାବ ପକାଇଛି । ପୂର୍ବ ପୁରୁଷ କାଳରୁ ଏଠାକାର କୁମ୍ଭାର ମାନେ ମାଟି ତିଆରି ସାମଗ୍ରୀ ବିକ୍ରି କରି ନିଜ ପରିବାର ପୋଷଣ କରିଥାନ୍ତି । ପ୍ରତିଦିନ ଏମାନେ ମାଟି ପାତ୍ର ଇତ୍ୟାଦି ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ପର୍ବ ପର୍ବାଣୀ ରେ ଭଲ ଦୁଇ ପଇସା ରୋଜଗାର କରି ବର୍ଷ ତମାମ ଚାଲିଥାନ୍ତି । ତେବେ ଗଣେଶ ପୂଜା ସହ ପାର୍ବଣ ଋତୁ ଆରମ୍ଭ ହେଲେ କୁମ୍ଭାର ମାନେ ଏହି ଋତୁ ପାଇଁ ମାଟି ମୂର୍ତ୍ତୀ ତିଆରି କରି ଭଲ ଦୁଇ ପଇସା ରୋଜଗାର କରି ଆସୁଥିବା ବେଳେ ଏଥର କିନ୍ତୁ ଏପରି କିଛି ହେବ ନାହିଁ ।

ବିକ୍ରି ଆଶାରେ ମୂର୍ତ୍ତୀ ତିଆରି କରି ଏମାନେ ଗ୍ରାହକ ଅପେକ୍ଷର ଅଛନ୍ତି ହେଲେ ଗ୍ରାହକ ନାହାଁନ୍ତି । ଜିଲ୍ଲାରେ 50 ହଜାର ରୁ ଉର୍ଦ୍ଧ୍ବ କୁମ୍ଭାର ସମ୍ପ୍ରଦାୟ ଥିବା ବେଳେ ଏମାନେ କେବଳ ମାଟି କାମ କରି ହିଁ ନିଜର ପରିବାର ପୋଷଣ କରି ଆସୁଛନ୍ତି । ହେଲେ ଏଥର ବିଶେଷ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ଏମାନଙ୍କର ବେଉସା ପ୍ରତି କୋରୋନା ବିପଦ କଠୋର ଭାବରେ ଛିଡା ହୋଇଛି । ତେବେ ଏହି ସମୟରେ ଏମାନେ ସଂଘର୍ଷ କରୁଥିବା ବେଳେ ଆଗକୁ ସବୁ ପାର୍ବଣରେ ମଧ୍ୟ କୁମ୍ଭାରଙ୍କ ବ୍ୟବସାୟ ଚାଲିବାର କ୍ଷୀଣ ସମ୍ଭାବନା ଜଣା ପଡୁଛି ।

ତେବେ ଏଭଳି ସ୍ଥିତିରେ ସରକାର ଏମାନଙ୍କ ପ୍ରତି ଧ୍ୟାନ ନ ଦେଲେ ପରିବାର ପ୍ରତିପୋଷଣ କଷ୍ଟକର ହେବ । ନିଜ ପୂର୍ବ ପୁରୁଷରୁ ମାଟି କାମ କୁ ନିଜର ବେଉସା କରିଥିବା ଏମାନେ ଏବେ ଦୁରଦିନରେ ଅଛନ୍ତି । ଓ ଏଭଳି ସ୍ଥଳେ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.