ETV Bharat / state

ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ, ଥମିଯିବ କି ପଶ୍ଚିମ ଓଡିଶା ଆଦିବାସୀ ଆନ୍ଦୋଳନ ! - ନିରଞ୍ଜନ ବିଶି କିଏ

ରାଜ୍ୟସଭା ପ୍ରାର୍ଥୀ ଭାବେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାମ ଘୋଷଣା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରଣ କୌଶଳକୁ ନେଇ ସବୁଠି ଚର୍ଚ୍ଚା । ବିଦ୍ରୋହୀ ବିଶିଙ୍କୁ ଟିକେଟ ମିଳିବା ପରେ ଆଦିବାସୀଙ୍କ ସମସ୍ୟା ଦୂର ହେଉଛି ନା ମୁହଁ ବନ୍ଦ ହୋଇଯାଉଛି ତା' ଉପରେ ନଜର । ଅଧିକ ପଢନ୍ତୁ

ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ: ସରକାରଙ୍କୁ ଘେରୁଥିଲେ, ଏବେ ସରକାର କୋଳେଇ ନେଲେ

author img

By

Published : May 29, 2022, 8:51 PM IST

ବଲାଙ୍ଗୀର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଣ କୌଶଳକୁ ନେଇ ସବୁଠି ଚର୍ଚ୍ଚା । କେବଳ ଯେ, ରାଜ୍ୟର ନେତା ନୁହନ୍ତି ଦେଶର ବିଭିନ୍ନ ନେତାଙ୍କର ମଧ୍ୟ ନବୀନଙ୍କ ପଲିଟିକାଲ ଷ୍ଟ୍ରାଟେଜି ଉପରେ ନଜର । ମହିଳା କାର୍ଡ ଠୁ ନେଇ ସଂଖ୍ୟାଲଘୁ କାର୍ଡ ପୁଣି କେତେବେଳେ ପ୍ରାର୍ଥୀ ଚୟନରେ ସରପ୍ରାଇଜ କାର୍ଡ ଖେଳି ଚର୍ଚ୍ଚାରେ ଥାନ୍ତି ନବୀନ । ବର୍ତ୍ତମାନ ଦଳର ସୁପ୍ରିମୋଙ୍କ ସଦ୍ୟତମ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସମସ୍ତଙ୍କୁ ଚକିତ କରିଛି, ତାଜୁବ ହୋଇ ଯାଇଛନ୍ତି ବିରୋଧୀ । ସବୁବେଳେ ରାଜ୍ୟ ସରକାରଙ୍କୁ ବିରୋଧ କରି ଆସୁଥିବା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ ମିଳିବା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ରଣ କୌଶଳକୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ।

ମେ' 29, ଆଜିର ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି । ଏହି ଅବସରରେ ରାଜ୍ୟରେ ଖାଲି ପଡିଥିବା 4 ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷ, ସମୀକ୍ଷକ, ମହିଳା ଏବଂ ଆଦିବାସୀଙ୍କୁ ଟିକେଟ ଦେଇଛନ୍ତି ଦଳର ସୁପ୍ରିମୋ । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶିଙ୍କୁ ମିଳିଛି ଦେଶର ଉପର ସଦନ(ରାଜ୍ୟସଭା) ଟିକେଟ ।

ସସ୍ମିତ ପାତ୍ର ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଯାଉ ଥିବାବେଳେ ଅନ୍ୟ ତିନି ଜଣ ସମ୍ପୂର୍ଣ୍ଣ ନୂଆ ଚେହେରା । ତେବେ ଏହି ନୂଆ ଚେହେରା ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ନିରଞ୍ଜନ ବିଶି । ରାଜ୍ୟ ସରକାରଙ୍କ ବିରୋଧରେ ଆଦିବାସୀ ମାଟିରୁ ରଣ ହୁଙ୍କାର ଦେଉଥିବା ବିଦ୍ରୋହୀ ନେତା ନିରଞ୍ଜନଙ୍କୁ ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ବିଦ୍ରୋହୀଙ୍କୁ ବିକଳ୍ପ ଭାବେ ଆପଣାଉଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଆଦିବାସୀଙ୍କ ଆନ୍ଦୋଳନାତ୍ମକ ଭାବନାରେ ଜଳ ସିଞ୍ଚନ କରିଛନ୍ତି କି ? 2024 ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ରଣକୌଶଳ କି ? ସରକାର ବିଶିଙ୍କୁ ଟିକେଟ ଦେଇ ଆଦିବାସୀ କାର୍ଡ ଖେଳିଛନ୍ତି କି ? ରାଜ୍ୟ ରାଜନୀତିରେ ଏପରି ଚର୍ଚ୍ଚା ଜୋର ଧରିଛି ।

ତେବେ କାହିଁକି ବିଶିଙ୍କୁ ନେଇ ଏତେ ଚର୍ଚ୍ଚା, କଣ ଥିଲା ଆଦିବାସୀଙ୍କ ଦାବି ଏବଂ କାହିଁକି ଦୀର୍ଘଦିନ ଧରି ପଶ୍ଚିମ ଓଡିଶାରେ ଲାଗି ରହୁଥିଲା ଆଦିବାସୀ ମେଳି ଆସନ୍ତୁ ଜାଣିବା....

ନିରଞ୍ଜନ ବିଶି କିଏ, କଣ ଥିଲା ତାଙ୍କ ମୁଦ୍ଦା... ?

ବଲାଙ୍ଗୀର ଜିଲ୍ଲା ଘଷିଏନ ପଞ୍ଚାୟତ କୁର୍ତ୍ତୁଲା ଗ୍ରାମରେ ନିରଞ୍ଜନ ବିଶିଙ୍କ ଜନ୍ମ । LLB ରେ ମାଷ୍ଟର ଡିଗ୍ରୀ କରିବା ପରେ ଚାକିରି ନ କରି ଶୋଷିତ ଆଦିବାସୀଙ୍କ ହକ୍ ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ନେଇଥିଲେ ନିରଞ୍ଜନ । 2006 ରୁ ସେ ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଙ୍ଘ ଗଠନ କରି ପ୍ରଥମ ଲଢେଇ ଆରମ୍ଭ କରିଥିଲେ, ଯେଉଁଥିରେ ନକଲି ଆଦିବାସୀ ଚିହ୍ମଟ ଏବଂ ତାଙ୍କୁ ହଟାଇବାକୁ ମୁଖ୍ୟ ମୁଦ୍ଦା କରିଥିଲେ ବିଶି । ହଜାର ହଜାର ଆଦିବାସୀ ବିଶିଙ୍କ ଆହ୍ବାନରେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ।

ଜିଲ୍ଲାରେ ଆଦିବାସୀଙ୍କୁ ଏକଜୁଟ କରିବାରେ ସଫଳ ହେବା ପରେ ପଶ୍ଚିମ ଓଡିଶାର ଆଦିବାସୀଙ୍କୁ ଏକଜୁଟ କରିବା ପାଇଁ ରଣନୀତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଆଦିବାସୀ କଲ୍ୟାଣ ସଙ୍ଘ ମଧ୍ୟ ଗଠନ କରିଥିଲେ ବିଶି । ବର୍ତ୍ତମାନ ସେ ପଶ୍ଚିମ ଓଡିଶା ଆଦିବାସୀ ମହାମଞ୍ଚର ସାଧାରଣ ସମ୍ପାଦକ ଅଛନ୍ତି । ପ୍ରତିଟି ଆଦିବାସୀ ହକ୍ ପାଇଁ ବିଶିଙ୍କ ତତ୍ତ୍ବାବଧାନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ କରୁଥିଲେ । ସେ ରାଜ୍ୟ ସରକାରଙ୍କୁ ଆଦିବାସୀ ବିରୋଧୀ ସରକାର ବୋଲି କହି ଆସୁଥିଲେ ।

ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଶିଙ୍କ ତତ୍ତ୍ବାବଧାନରେ ଆଦିବାସୀଙ୍କୁ ଅଣଦେଖା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ଆଦିବାସୀ, ଯାହା ସରକାରଙ୍କୁ ବେଶ୍ ମହଙ୍ଗା ପଡିଥିଲା । ଏପରିକି ସରକାର ମଧ୍ୟ ସବୁବେଳେ ଆଦିବାସୀଙ୍କ ଆନ୍ଦୋଳନରେ ମୁଣ୍ଡ ନୁଆଁଇ ଆସୁଥିଲେ । ମାତ୍ର ଏସବୁ ମଧ୍ୟରେ କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ନିରଞ୍ଜନ ବିଶି । ଆଜି ହଠାତ୍ ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ପରେ ଚର୍ଚ୍ଚା ଜୋର ଧରିଛି ।

ଆଦିବାସୀ ସଂଗଠନ କର୍ମକର୍ତ୍ତା ଏହାକୁ ସହଜରେ ଗ୍ରହଣ କରିପାରୁ ନ ଥିବାବେଳେ ବିଶି ରାଜ୍ୟସଭା ସଦସ୍ୟ ହେବା ପରେ ଆଦିବାସୀଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା ପୋଷଣ କରିଛନ୍ତି । ତେବେ ନିରଞ୍ଜନ ବିଶିଙ୍କୁ ବିଜେଡି ଟିକେଟ ଦେବାପରେ ଆଦିବାସୀଙ୍କ ଦାବି ପୂରଣ ହେଉଛି ନା ଆଦିବାସୀଙ୍କ ମୁହଁ ବନ୍ଦ ହୋଇଯାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.