ETV Bharat / state

ବଲାଙ୍ଗୀର ପୋଲିସ ଦ୍ବାରା ୬ ହାଇୱେ ଲୁଟେରା ଗିରଫ, ମାରଣାସ୍ତ୍ର ଓ ପିସ୍ତଲ ଜବତ

author img

By

Published : Jul 26, 2021, 11:08 PM IST

ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ପିସ୍ତଲ ଜବତ କରିବା ସହ ୬ ହାଇୱେ ଲୁଟେରାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବଲାଙ୍ଗିର ପୋଲିସ ଦ୍ବାରା ୬ ହାଇୱେ ଲୁଟେରା ଗିରଫ, ମାରଣାସ୍ତ୍ର ଓ ପିସ୍ତଲ ଜବତ

ବଲାଙ୍ଗୀର: ଜିଲ୍ଲା ପୋଲିସ ଦ୍ବାରା ୬ ହାଇୱେ ଲୁଟେରା ଗିରଫ। ସେମାନଙ୍କୁ ଠାରୁ ମାରଣାସ୍ତ୍ର ଓ ପିସ୍ତଲ ଜବତ ହୋଇଛି । ବଲାଙ୍ଗୀର ଜିଲ୍ଲା ଦେଇ ଦୁଇଟି ରାଜପଥ ବରଗଡ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଓ 57 ନମ୍ବର ବଲାଙ୍ଗୀର ଖୋର୍ଦ୍ଧା ଜାତୀୟ ରାଜପଥ ଯାଇଛି । ଏବେ ଏହି ଦୁଇ ରାଜପଥରୁ ସବୁ ସମୟରେ ଡକାୟତି ହୋଇ ଆସୁଥିବା ନେଇ ଅଭିଯୋଗ ହୋଇଛି।

ଯାହାକୁ ନେଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତେବେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗଙ୍କ ନେତୃତ୍ବରେ ଏହି ଟିମ୍ ଦିନ ରାତି ଏକ କରି ଏକ ବଡ଼ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି।

ଯେଉଁଥିରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିବାବେଳେ ତାଙ୍କ ଠାରୁ ଗୋଟିଏ ଖଣ୍ଡା ଓ ଏକ ଅଟୋମେଟିକ୍ ପିସ୍ତଲ ପୋଲିସ ଜବତ କରିଛି। ସେହିପରି ଏହି ଗ୍ୟାଙ୍ଗରେ ଆହୁରି ୪ ଜଣ ଫେରାର ଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ତେବେ ଆଜି(ସୋମବାର) ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.