ETV Bharat / state

ଚେକିଂ ନାଁରେ ଯୁବକଙ୍କୁ ଲହୁଲୁହାଣ କଲା ପୋଲିସ !

author img

By

Published : Sep 25, 2019, 11:45 PM IST

ବଲାଙ୍ଗୀର ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ । ଚେକିଂ ଆଳରେ ଜଣେ ଯୁବକକୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଡିଜାଇନ ଫଟୋ

ବଲାଙ୍ଗୀର: ବଲାଙ୍ଗୀର ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ଚେକିଂ ନାମରେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦୀପଙ୍କର ପଣ୍ଡା ନାମକ ଯୁବକ । ପୋଲିସ ତାଙ୍କୁ ଚେକିଂ ଆଳରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଅନୁଯାୟୀ,ପାଟଣାଗଡ଼ରୁ ବଲାଙ୍ଗୀର ରାସ୍ତାରେ ପୋଲିସ ଟ୍ରାଫିକ ଚେକିଂ କରୁଥିଲା । ଏହି ସମୟରେ ପାଟଣାଗଡ଼ରୁ ବଲାଙ୍ଗୀରକୁ ଫେରୁଥିଲେ ଦୀପଙ୍କର । ଚେକିଂ ପାଇଁ ପୋଲିସ ତାଙ୍କୁ ଅଟକାଇ ଥିଲା । ହେଲେ ଚେକିଂ କରିବା ବଦଳରେ ତାଙ୍କୁ ମାଡ ମାରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ମାଡରେ ଆହତ ହୋଇ ସେ ପ୍ରଥମେ ବଲାଙ୍ଗୀର ପରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏନେଇ ଯୁବକଙ୍କ ବାପା ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଜାଣିଶୁଣି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ପୋଲିସ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ପୋଲିସ ଟ୍ରାଫିକ ଚେକିଂ ନାଁରେ ଯୁବକଙ୍କୁ ମାଡ ମାରିଥିବାର ହୋଇଛି ଅଭିଯୋଗ । ଯେଉଁଥିରେ ଯୁବକ ଜଣକ ଗୁରୁତର ଆହତ ହୋଇ ପ୍ରଥମେ ବଲାଂଗୀର ଓ ପରେ ବୁର୍ଲା ଡାକ୍ତର ଖାନାରେ ଚିକିତ୍ସିତ ହୋଇଛନ୍ତି । ତେବେ ତାଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପୋଲିସ ଏ ଅଭିଯୋଗ କୁ ନେଇ କୌଣସି ପ୍ରୀତିକ୍ରିୟା ଦେଇ ନାହିଁ ।

Body:ବଲାଂଗୀର ପୋଲିସ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ପୋଲିସ ଟ୍ରାଫିକ ଚେକିଂ ନାଁରେ ଯୁବକଙ୍କୁ ମାଡ ମାରିଥିବାର ହୋଇଛି ଅଭିଯୋଗ । ପାଟଣା ଗଡ଼ ରୁ ବଲାଂଗୀର ରାସ୍ତାରେ ପୋଲିସ ଟ୍ରାଫିକ ଚେକିଂ କରୁଥିଲା । ଏହି ସମୟରେ ପାଟଣା ଗଡ଼ରୁ ବଲାଂଗୀର ଫେରୁଥିବା ବେଳେ ବଲାଙ୍ଗିରର ଦୀପଙ୍କର ପଣ୍ଡା ଙ୍କୁ ପୋଲିସ ଅଟକାଇ ଥିଲା । ତେବେ ସେ ଅଟକିବା ସମୟରେ ପୋଲିସ ତାକୁ ହେଲମେଟ କିମ୍ବା ଅନ୍ୟ କାଗଜ ପତ୍ର ନ ପଚାରି ମାଡ ମାରିଥିବାର ହୋଇଛି ଅଭିଯୋଗ । ଯେଉଁଥିରେ ଯୁବକ ଜଣକ ଗୁରୁତର ଆହତ ହୋଇ ପ୍ରଥମେ ବଲାଂଗୀର ଓ ପରେ ବୁର୍ଲା ଡାକ୍ତର ଖାନାରେ ଚିକିତ୍ସିତ ହୋଇଛନ୍ତି । ଏହି ଘଟଣାରେ ଯୁବକଙ୍କର ଦାନ୍ତ ଭାଙ୍ଗି ଯାଇଥିବା ବେଳେ ସେ କଥା ମଧ୍ୟ ହୋଇ ପାରୁ ନାହାନ୍ତି । ତେବେ ତାଙ୍କ ପରିବାର ଲୋକେ ପୋଲିସ ବିରୋଧହ୍ବରେ ମାଡ଼ ମାରିଥିବାର ଅଭିଯୋଗ ଆଣିବା ସହ ପାଟଣା ଗଡ଼ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ପୋଲିସ ଜାଣି ଶୁଣି ନିଜ ଦୋଷ ଲୁଛଇବାକୁ ଯାଇ ମାମଲାକୁ ଘଣ୍ଟ ଘୋଡାଉଥିବାର ଏମାନେ ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ପୋଲିସ ଏ ଅଭିଯୋଗ କୁ ନେଇ କୌଣସି ପ୍ରୀତିକ୍ରିୟା ଦେଇ ନାହିଁ । ଏବଂ ଯୁବକ ଜଣକ ଦୁର୍ଘଟଣାରେ ଆହତ ହୋଇଥିବାର ସୂଚନା ଦେଇଛି ।
ବାଇଟ ସତ୍ୟ ବ୍ରତ ପଣ୍ଡା ଆହତ ଯୁବକଙ୍କ ବାପା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.