ETV Bharat / state

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଖୋଳତାଡ ପାଇଁ ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ

author img

By

Published : Jul 25, 2021, 12:06 PM IST

ACF ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଟିମ ବଲାଙ୍ଗୀର ପହଁଚିଲା । ପ୍ରଥମେ ବଲାଙ୍ଗୀର ଟାଉନ ପୋଲିସ ସହ ଆଲୋଚନା ପରେ ଏବେ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଯାଇ ଏହି ଟିମ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ଅଧିକ ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲା ପୋଲିସ ଟିମ୍

ବଲାଙ୍ଗୀର: କେବେ ଉଠିବ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ? ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ ପରେ ବାଟବଣା ହେବନି ତ ତଦନ୍ତ । ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କିମାରୁଛି । ସେପଟେ ବଲାଙ୍ଗୀରରେ ପତ୍ନୀ ବିଦ୍ୟା ଭାରତୀ କରିଥିବା ବ୍ୟାଚଲର ପାର୍ଟିକୁ ନେଇ ଆଜି ତଦନ୍ତ କରିବ ପୋଲିସ । କାହା ସହ ପ୍ରାଣୀ ଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇଥିଲେ ବିଦ୍ୟା ଓ କାହା ସହ ଫେରିଲେ ଏବଂ ବ୍ୟାଚଲର ପାର୍ଟିରେ କଣ ହୋଇଥିଲା ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଖୋଳତାଡ ପାଇଁ ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ

ଏନେଇ ଅଧିକ ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସ ଟିମ୍ ଆଜି ବଲାଙ୍ଗୀରରେ ପହଞ୍ଚିଛି । ପ୍ରଥମେ ବଲାଙ୍ଗୀର ଟାଉନ ପୋଲିସ ସହ ଆଲୋଚନା ପରେ ଏବେ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଯାଇ ଏହି ଟିମ ତଦନ୍ତ ଆରମ୍ଭ କରିଛି । ପାରଳାଖେମୁଣ୍ଡିର ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷୟତାରେ ୫ ଜଣିଆ ଟିମ ଏହି ତଦନ୍ତ କରୁଛନ୍ତି ।

ତେବେ ସୂଚନା ଅନୁସାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ବଲାଙ୍ଗୀର ଏଲ ଆଇ କେନ୍ଦ୍ରରେ 2021 ଶିକ୍ଷା ବର୍ଷରେ ପାଠ ପଢୁଛନ୍ତି । ଏବଂ ବିବାହ ପରେ ସେ ଏଠାକୁ ଦୁଇଥର ଆସିଥିବା ବେଳେ ଏଠି ସାଙ୍ଗ ମାନଙ୍କୁ ବ୍ୟାଚଲର ପାର୍ଟି ଦେଇଥିଲେ । ସେହିପରି ସେ କାହା ସହ ଏଠାକୁ ଆସିଥିଲେ ଓ ଏଠାରେ କଣ ହୋଇଥିଲା ଏସବୁର ପୋଲିସ ତଦନ୍ତ କରିବା ବୋଲି କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.