ETV Bharat / state

ବଲାଙ୍ଗୀର ଡବଲ ମର୍ଡର ଘଟଣା, 40 ଘଣ୍ଟା ଭିତରେ ବନ୍ଧା ହେଲେ 4 ଅଭିଯୁକ୍ତ

ବଲାଙ୍ଗୀର ଦେଓଗାଁରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Police arrested 4 accused in Bolangir double murder case
ବଲାଙ୍ଗୀର ଡବଲ ମର୍ଡର ଘଟଣାରେ 4 ଅଭିଯୁକ୍ତ ଗିରଫ
author img

By

Published : Jan 25, 2021, 4:02 PM IST

ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ଜରସିଙ୍ଗା ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ପୋଲିସ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ଡବଲ ମର୍ଡର ଘଟଣାରେ 4 ଅଭିଯୁକ୍ତ ଗିରଫ

ଜିଲ୍ଲା ଜରାସିଂହା ଗାଁରେ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଘଟଣାର ୪୦ ଘଣ୍ଟା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ଏସପି ନୀତିନ କୁସଲକର । ଘଟଣାର ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ନାମ ପ୍ରକାଶ କରି ନାହାନ୍ତି ଏସପି । ଅଜଣା ସ୍ଥାନରେ ଅଭିଯୁକ୍ତଙ୍କୁ ରଖାଯାଇ ପୋଲିସ ଜେରା କରୁଛି ।

ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଛି । ଏଥିସହ ଏହି ଘଟଣାର ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ଏସପି କହିଛନ୍ତି । ଗତ ୨୩ ତାରିଖରେ ଜମିରେ ପାଣି ମଡାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଥିଲେ । ସେପଟେ ଘଟଣାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.