ବଲାଙ୍ଗୀର : ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଏଠି କୋରୋନା ସଂକ୍ରମଣ ଦ୍ଵିତୀୟ ଲହର ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସରକାର ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ ନେଉଥିବାବେଳେ ବଲାଙ୍ଗୀରରେ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି । ହେଲେ ଏସବୁ ସଚେତନ ସତ୍ତ୍ୱେ କିଛି ଅମାନିଆ ଏସବୁ ମାନୁ ନାହାଁନ୍ତି ଏବଂ ମାସ୍କ, ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ।
ତେବେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ କଠୋର ପଦକ୍ଷେପ ନେଇଛି ଏବଂ ନିଜେ ଏସପି ଏହାର ତଦାରଖ କରୁଥିବାବେଳେ ପୋଲିସ ଦଳ ପୂର୍ବକ ଜିଲ୍ଲାର ବିଭିନ୍ନ ସପିଂ ମଲ, ବଜାର ଓ ଦୋକାନର ନିରୀକ୍ଷଣ କରିଛନ୍ତି । ଏହିଭଳି ଅମାନିଆଙ୍କ ଠାରୁ ଏଯାଏଁ 85 ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ । ତେବେ ଆଗକୁ ମଧ୍ୟ କୋଭିଡ ନିୟମକୁ କଡାକଡି କରାଯିବ ଓ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଏସପି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ