ETV Bharat / state

ଏକତାର ପର୍ବ ନୂଆଖାଇ ଜୁହାର ଭେଟ, ନବାନ୍ନ ଖାଇଲେ ବିଧାୟକଙ୍କ ପରିବାରର ଶତାଧିକ ସଦସ୍ୟ - ପାଟଣାଗଡ ବିଧାୟକ ସରୋଜ ମେହେର

ସଦଦ୍ଭାବନା ଓ ଭାତୃଭାବ ଜାତ କରେ ନୂଆଖାଇ ଜୁହାର ଭେଟ । ଶତ୍ରୁ ବି ମିତ୍ର ହୁଏ । ପରିବାର ମଧ୍ୟରେ ଏକତା ବଢ଼େ । ଅଧିକ ପଢ଼ନ୍ତୁ

ଏକତାର ପର୍ବ ନୂଆଖାଇ ଜୁହାର ଭେଟ
ଏକତାର ପର୍ବ ନୂଆଖାଇ ଜୁହାର ଭେଟ
author img

By ETV Bharat Odisha Team

Published : Sep 24, 2023, 8:06 AM IST

Updated : Sep 24, 2023, 1:46 PM IST

ଏକତାର ପର୍ବ ନୂଆଖାଇ ଜୁହାର ଭେଟ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ନୂଆ ଅନ୍ନକୁ ଆହରଣ କରିବାର ପର୍ବ । ଏଥିସହ ଏକତା ଓ ସଦଭାବନାର ମଧ୍ୟ ଏହା ଏକ ବଡ ପର୍ବ ଅଟେ । ବିଶେଷକରି ଏଥିରେ ଥିବା ନୂଆଖାଇ ଜୁହାର ଭେଟ ପରମ୍ପରା ମଣିଷ ଭିତରେ ସଦଭାବନା ଓ ଭାତୃଭାବ ଜାତ କରିଥାଏ । ଜୁହାର ଭେଟ ପରମ୍ପରା ଶତ୍ରୁକୁ ବି ମିତ୍ର କରିଥାଏ । ପରମ୍ପରା ଅନୁସାରେ, ସମସ୍ତେ ମିଳି ମିଶି ନୂଆ ଖାଇବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ଛୋଟମାନେ ଗୁରୁଜନଙ୍କୁ ନତମସ୍ତକ ହୋଇ ହାତ ଯୋଡ଼ି ପ୍ରଣାମ ବା ନୂଆଖାଇ ଜୁହାର ଭେଟ କରିଥାଆନ୍ତି । ସେହିପରି ବଡ଼ମାନେ ମଧ୍ୟ ସ୍ନେହ ଓ ଆଶୀର୍ବାଦ ତାଙ୍କ ଉପରେ ଢାଳି ଦେଇଥାଆନ୍ତି ।

ନୂଆଖାଇ ଦୂର ହୋଇ ଯାଇଥିବା ପରିବାରକୁ ମଧ୍ୟ ଏକାଠି କରିଥାଏ । ଯାହାର ଉଦାହରଣ ଖୋଦ୍ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପରିବାର ଅଟେ । ତାଙ୍କ ପରିବାରରେ ପ୍ରାୟ ଶତାଧିକ ସଦସ୍ୟ ଅଛନ୍ତି । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସମସ୍ତେ ଏକାଠି ହୋଇପାରନ୍ତି ନାହିଁ । ହେଲେ ନୂଆଖାଇ ଆସିଲେ ପରସ୍ପର ମଧ୍ୟରେ ଥିବା ସବୁ ମାନମାଳିନ୍ୟ ଦୂର କରି ଶହେରୁ ଅଧିକ ପରିବାର ସଦସ୍ୟ ଏକଜୁଟ ହୋଇ ନୂଆ ଖାଇଥାନ୍ତି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ନବାନ୍ନର ପର୍ବ ନୂଆଖାଇ ହିଁ ପୁରା ପରିବାରକୁ ଏକାଠି କରିଥାଏ । ଯିଏ ଯେଉଁଠି ଥିଲେ ବି ଘରକୁ ଫେରି ମିଳିମିଶି ନୂଆ ଖାଇ ଥାଆନ୍ତି । ଏଥିରେ ବିଧାୟକଙ୍କ ୫ଟି ପିଢ଼ିର ସଦସ୍ୟ ଏକାଠି ହୋଇଥାନ୍ତି ।

ଏହାମଧ୍ୟ ପଢନ୍ତୁ: ଏକାଠି କରିଛି ନୂଆଖାଇ, ନବାନ୍ନ ଖାଇଲେ ଗୋଟିଏ ପରିବାର ଶତାଧିକ ସଦସ୍ୟ

ନୂଆଖାଇ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ । ଯେଉଁଥିରେ ଚାଷୀ ତାର ବର୍ଷ ତମାମର ପରିଶ୍ରମର ଫଳକୁ ଭକ୍ଷଣ କରିବାର ପ୍ରଥମ ଦିନକୁ ନୂଆଖାଇ ଭାବରେ ପାଳନ କରାଯାଏ । କେବଳ ଚାଷୀ ନୁହେଁ ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇଥାନ୍ତି । ଏହା ଏକ ଗଣ ପର୍ବ ଭାବରେ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଥାଏ । ସମସ୍ତେ ମିଳିମିଶି ନାଚି ଗାଇ ମହାଆଡ଼ମ୍ବରରେ ନୂଆଖାଇ ପାଳନ କରନ୍ତି । ନୂଆଖାଇର ଏକ ପରମ୍ପରା ଜୁହାର ଭେଟ ହୋଇଥାଏ । ଜୁହାର ଭେଟ କେବଳ ଜଣକୁ ପ୍ରଣାମ କିମ୍ବା ଆଶୀର୍ବାଦରେ ସୀମିତ ନଥାଏ, ଏହା ସାମାଜିକ ସହାବସ୍ଥାନ ସଦଭାବନା ଆଣିଥାଏ । ଯେଉଁଥିରେ ଜାତି, ଧର୍ମ ଓ ବର୍ଗରୁ ଊର୍ଦ୍ଧ୍ବରେ ସବୁ ଲୋକେ ଏକାଠି ହୋଇଥାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି ।

ସେହିପରି ସନ୍ଥ ମହାରାଜ ଶ୍ରୀସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ କହିଛନ୍ତି, ସନାତନ ଧର୍ମରେ କୌଣସି ଶୁଭାରମ୍ଭ କଲେ ଆମେ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥାଉ । ନୂଆଖାଇ ନୂଆ ଅନ୍ନ ଭକ୍ଷଣର ଗଣପର୍ବ ଅଟେ । ନୂଆଖାଇ ଜୁହାର ଭେଟ ପରମ୍ପରାରେ ଛୋଟମାନେ ବଡମାନଙ୍କ ଆଶୀର୍ବାଦ ନେବା ଓ ବଡମାନେ ସେମାନଙ୍କୁ ସ୍ନେହ ଦେବା ପରମ୍ପରା ରହିଛି । ଯାହାଦ୍ୱାରା ଆମ ମଧ୍ୟରେ ସଦଭାବନା ପ୍ରେମ ଓ ଏକତା ସୃଷ୍ଟି ହୁଏ । ଏକ ବିକାଶଶୀଳ ସମାଜ ପାଇଁ ଏହି ସଦଭାବନା ଓ ପ୍ରେମର ସମ୍ପର୍କ ନିହାତି ଆବଶ୍ୟକ ଏବଂ ଏବଂ ସମାଜ ସୁଦୃଢ଼ ହେଲେ ଜାତି ଦେଶ ମଧ୍ୟ ସୁଦୃଢ଼ ହୁଏ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 24, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.