ETV Bharat / state

ସଫଳତାର ଶିଡ଼ି ଚଢୁଛନ୍ତି ପାୟଲ; ପାଟିରେ ଚମତ୍କାର ଚିତ୍ର ଆଙ୍କିଥିଲେ, ଏବେ ପାରା ଅଲମ୍ପିକ୍ସ ପାଇଁ ନେଉଛନ୍ତି ସ୍ବତନ୍ତ୍ର ଟ୍ରେନିଂ

ବଲାଙ୍ଗୀରର ଚର୍ଚ୍ଚିତ ନାବାଳିକା ପାୟଲ ନାଗ । ହାତ ନାହିଁ, ଗୋଡ଼ ନାହିଁ । ହେଲେ କାହାରିଠୁ କମ ନୁହେଁ । ପୂର୍ବରୁ ପାଟିରେ ଚମତ୍କାର ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିବା ପରେ ଏବେ ଆଉ ପାଦେ ଆଗକୁ ବଢିଛନ୍ତି ପାୟଲ । ଧନୁ ତୀରରେ ନିଜକୁ ପାରଙ୍ଗମ କରିବା ପାଇଁ ନେଉଛନ୍ତି ପ୍ରଶିକ୍ଷଣ । ଅଧିକ ପଢ଼ନ୍ତୁ

talented girl payal nag
ବଲାଙ୍ଗୀରର ଚର୍ଚ୍ଚିତ ନାବାଳିକା ପାୟଲ ନାଗ
author img

By ETV Bharat Odisha Team

Published : Sep 9, 2023, 7:57 PM IST

ବଲାଙ୍ଗୀରର ଚର୍ଚ୍ଚିତ ନାବାଳିକା ପାୟଲ ନାଗ

ବଲାଙ୍ଗୀର: ହାତ ନାହିଁ, ଗୋଡ଼ ନାହିଁ । ହେଲେ କାହାରିଠୁ କମ ନୁହେଁ । ସଂଘର୍ଷମୟ ଜୀବନରେ ସେ ଆଜି ଜିତି ଯାଇଛନ୍ତି । ପୂର୍ବରୁ ପାଟି ସାହାଯ୍ୟରେ ଚମତ୍କାର ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିବା ପରେ ଏବେ ଆଉ ପାଦେ ଆଗକୁ ବଢିଛନ୍ତି ବଲାଙ୍ଗୀର ଜିଲ୍ଲାର ଚର୍ଚ୍ଚିତ ନାବାଳିକା ପାୟଲ ନାଗ । ନିଜ ଦୃଢ଼ ଇଚ୍ଛା ବଳରେ ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଅନେକ ସମୟରେ ନିଜ ପ୍ରତିଭା ପାଇଁ ସେ ଚର୍ଚ୍ଚାରେ ଆସିଥିବା ବେଳେ ଏବେ ଧନୁ ତୀରରେ ନିଜର ପ୍ରତିଭା ଦେଖାଇବାକୁ ଯାଉଛନ୍ତି । ନିଜକୁ ଏଥିରେ ପାରଙ୍ଗମ କରିବା ପାଇଁ ନେଉଛନ୍ତି ପ୍ରଶିକ୍ଷଣ ।

ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପାୟଲ ନାଗ । 8 ବର୍ଷ ତଳେ ଜମୁନାବାହାଲ ଗାଁରୁ କାମ ପାଇଁ ବାପାମାଆଙ୍କ ସହ ରାୟପୁର ଯାଇଥିଲେ ।ସେଠାରେ କାମ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତଗୋଡ଼ ହରାଇଲେ ପାୟଲ । ଝିଅ ଦିବ୍ୟାଙ୍କ ପାଲଟିଯିବା ପରେ ବାପା ମାଆ ତାଙ୍କୁ ଘରେ ଛାଡ଼ି ପୁଣି କାମକୁ ଚାଲିଯାଇଥିଲେ । ଘରେ ବୃଦ୍ଧା ଆଈ ତାଙ୍କର ରକ୍ଷଣା ବେକ୍ଷଣ କରି ଆସୁଥିଲେ । ଆଈଙ୍କ ମୃତ୍ୟୁ ପରେ ସେ ଏକା ଘରେ ପଡ଼ି ରହିଥିଲେ । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପାୟଲଙ୍କୁ ଉଦ୍ଧାର କରି ବଲାଙ୍ଗୀର ସ୍ଥିତ ପାର୍ବତୀ ଗିରି ଆଶ୍ରମରେ ରଖିଛନ୍ତି । ଏବେ ସେ ବଡ଼ ହୋଇଗଲେଣି ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି । ଗୀତ ଗାଉଛନ୍ତି, ସାଙ୍ଗସାଥୀଙ୍କ ସହ ମିଶି ନାଚୁଛନ୍ତି । ଆଉ ନିଜ ଉଜ୍ଜଳ ଭବିଷ୍ୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପାଟି ସାହାଯ୍ୟରେ ଚମତ୍କାର ଚିତ୍ର ଆଙ୍କି ସେ ପୂର୍ବରୁ ସେ ସାରା ଜିଲ୍ଲାରେ ଚର୍ଚ୍ଚାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ପ୍ରତିଭାକୁ ବେଶ ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭାର ତେଜରେ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି । ଏବେ ସେ ପୁଣି ନିଜକୁ ପ୍ରମାଣିତ କରିବା ପାଇଁ ଧନୁ ତୀରରେ କମାଲ ଦେଖାଇବାକୁ ଯାଉଛନ୍ତି । ଏଥିପାଇଁ ଜମ୍ମୁରେ ନେଉଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷଣ । ପାରା ଅଲମ୍ପିକ୍ସ କିମ୍ବା ଅନ୍ୟ କ୍ରୀଡା ପ୍ରତିଯୋଗିତାରେ ସଫଳ ହେବାପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ଗତ ଜୁନ ମାସରୁ ସେ ଏହି ପ୍ରଶିକ୍ଷଣ ନେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ କହିଛନ୍ତି , "ପାୟଲ ନାଗ ଭିନ୍ନକ୍ଷମ ହୋଇ ମଧ୍ୟ ବେଶ ସକ୍ଷମ ଅଟନ୍ତି । ପିଲା ବେଳରୁ ତାଙ୍କ ପ୍ରତିଭା ଦେଖି ପ୍ରଶାସନ ପକ୍ଷରୁ ତାଙ୍କର ବିକାଶ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥିଲା । ପାୟଲଙ୍କୁ କୃତ୍ରିମ ଗୋଡ଼ ମଧ୍ୟ ଲଗାଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ ଚେଷ୍ଟା କ୍ରମେ ତାଙ୍କୁ ଧନୁ ତୀର ପ୍ରଶିକ୍ଷଣ ଦିଆଯାଉଛି । ଏନେଇ ପାୟଲଙ୍କୁ ଅନେକ ଭିଡିଓ ମଧ୍ୟ ଦେଖିବାକୁ ଦିଆ ଯାଇଥିଲା । ସେଥି ପ୍ରତି ଇଚ୍ଛା ପ୍ରକାଶ କରିବା ପରେ ପ୍ରଶିକ୍ଷଣ ପାଇଁ ପଠା ଯାଇଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ତେବେ ଖୁସିର ବିଷୟ ଯେ ପାୟଲ ନାଗ ଆଶା ଠାରୁ ଢେର ଅଧିକ ସଫଲ ହେବାରେ ଲାଗିଛନ୍ତି ।" ପାୟଲଙ୍କ ସାହସ ଓ ପ୍ରତିଭାକୁ ନେଇ ସେ ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଗାମୀ ଦିନରେ ନିଜ ପ୍ରତିଭାକୁ ନେଇ ସେ ସାରା ଦେଶରେ ନାଁ କରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.