ETV Bharat / state

ଟ୍ରାକ୍ଟରରେ ଆବର୍ଜନା ବୋହିଲେ ତହସିଲଦାର, ସାଉଁଟିଲେ ପ୍ରଶଂସା

author img

By

Published : May 9, 2023, 11:10 AM IST

ମନ୍ଦିର ପରିସରରୁ ଟ୍ରାକ୍ଟରରେ ଆବର୍ଜନା ବୋହିଲେ ପାଟଣାଗଡ଼ ତହସିଲଦାର । ଭୁରି ଭୁରି ପ୍ରଶଂସା କଲେ ଲୋକେ । ଅଧିକ ପଢନ୍ତୁ

ଟ୍ରାକ୍ଟରରେ ଆବର୍ଜନା ବୋହିଲେ ତହସିଲଦାର
ଟ୍ରାକ୍ଟରରେ ଆବର୍ଜନା ବୋହିଲେ ତହସିଲଦାର
ଟ୍ରାକ୍ଟରରେ ଆବର୍ଜନା ବୋହିଲେ ତହସିଲଦାର

ବଲାଙ୍ଗୀର: ଚର୍ଚ୍ଚାରେ ବଲାଙ୍ଗୀର ପାଟଣାଗଡ଼ ତହସିଲଦାର । ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଟ୍ରାକ୍ଟରରେ ବୋହିଲେ ଆବର୍ଜନା । ସାଧାରଣତଃ ବଡ଼ବଡ଼ିଆ ବାବୁମାନେ ଅଫିସରେ ଆରାମରେ ବସି କାମ କରୁଥିବା ବେଳେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ କିନ୍ତୁ ସାଧାରଣ ଲୋକଟିଏ ପରି ମନ୍ଦିରରେ ପରିସରରେ ପଡିଥିବା ଆବର୍ଜନା ସଫା କରୁଥିବାର ଦେଖାଯାଇଛି । ନିଜର ଏପରି କାର୍ଯ୍ୟରେ କୌଣସି କାମ ଛୋଟ ନୁହେଁ ବୋଲି ସେ ପ୍ରମାଣିତ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।

ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠରେ ପାଞ୍ଚ ଦିନ ଧରି ନୃସିଂହ ଚତୁର୍ଦ୍ଦଶୀ ମେଳା ଆୟୋଜିତ ହୋଇଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏହି ମେଳା ଦେଖିବାକୁ ଆସିଥିଲେ । ତେବେ ମେଳା ସରିବା ପରେ ମନ୍ଦିର ପରିସରରେ କୁଢ଼ କୁଢ଼ ମଇଳା ଆବର୍ଜନା ଜମା ହୋଇ ରହିଥିଲା । ଏହାର ସଫେଇ ପାଇଁ ସ୍ଥାନୀୟ ସଫେଇ କର୍ମଚାରୀ ସହ ତିନୋଟି ତହସିଲର କର୍ମଚାରୀ ଓ କିଛି ସଂଗଠନ ଆଗେଇ ଆସିଥିଲେ । ଏହି ସଫେଇ କାର୍ଯ୍ୟରେ ପାଟଣାଗଡ଼ ତହସିଲଦାର ମଧ୍ୟ ସାମିଲ ହୋଇଥିଲେ । ଆବର୍ଜନାଗୁଡିକୁ ଟ୍ରାକ୍ଟର ଟ୍ରଲିରେ ରଖାଯାଇଥିଲାଏବଂ ଗୋଟିଏ ଟ୍ରାକ୍ଟର ନିୟୋଜିତ ଥିବାରୁ ବାରମ୍ବାର ମଇଳା ଅନ୍ୟତ୍ର ଫିଙ୍ଗିବାକୁ ପଡୁଥିଲା ।

ଏହି ସମୟରେ ଟ୍ରାକ୍ଟର ଡ୍ରାଇଭର କୌଣସି କାରଣରୁ ଅନୁପସ୍ଥିତ ରହିଥିଲେ । ଏହାଦେଖି ନିଜେ ତହସିଲଦାର ଟ୍ରାକ୍ଟର ଷ୍ଟିୟରିଂ ଧରି ମଇଳା ଆବର୍ଜନା ବୋହି ନେଇ ଅନ୍ୟତ୍ର ଫିଙ୍ଗିଥିଲେ । ତେବେ ଥରେ କି ଦୁଇ ଥର ନୁହେଁ ଯେତେ ଥର ଆବଶ୍ୟକ ହେଲା ସେତେ ଥର ସେ ଟ୍ରାକ୍ଟର ଚଳାଇ ଅଳିଆ ସଫା କରିଥିଲେ । ଯାହାକୁ ନେଇ ତାଙ୍କ ସାଙ୍ଗରେ ସଫେଇ କରୁଥିବା ଅନ୍ୟ କର୍ମଚାରୀ ଓ ସଂଗଠନମାନେ ମଧ୍ୟ ଉତ୍ସାହିତ ହୋଇଥିଲେ ଏବଂ ଖୁବ୍ ପ୍ରଶଂସା କରିଥିଲେ ।

ତହସିଲଦାର ଲକ୍ଷ୍ମଣ ମାଝୀ କହିଛନ୍ତି ଯେ, ହରିଶଙ୍କରଠାରେ ଅନୁଷ୍ଠିତ ଚତୁର୍ଦ୍ଦଶୀ ମେଳା ପାଇଁ ଏଠିକାର ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ସେ ସତ୍ୟ ସାଇ ସଂଗଠନ ଓ ପ୍ରଶାସନିକ କର୍ମଚାରୀମାନଙ୍କ ସହ ମିଳିତ ଭାବେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ସମସ୍ତେ ସଫେଇ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଅନୁପସ୍ଥିତି ଯୋଗୁଁ ସେ ଟ୍ରାକ୍ଟର ଚଳାଇଥିଲେ ବୋଲି କହିଛନ୍ତି । ଏପରିକି ତାଙ୍କର ଗାଡି ଚଳାଇବାରେ ଅଭିଜ୍ଞତା ଅଛି ଓ ଲାଇସେନ୍ସ ମଧ୍ୟ ଥିବାର ତହସିଲଦାର କହିଛନ୍ତି । ତେବେ ତାଙ୍କର ଏହି ସମର୍ପିତ ସେବା ଓ କାର୍ଯ୍ୟ ପାଇଁ ଏବେ ସେ ସବୁଠି ପ୍ରଶଂସିତ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.