ବଲାଙ୍ଗୀର: ବଲାଙ୍ଗୀର ଆମ୍ବ ଚାଷୀଙ୍କ ପାଇଁ ବଜାର ଅଭାବ ଥିବା ବେଳେ ସେମାନେ ନିଜ ଉତ୍ପାଦିତ ଆମ୍ବ ବିକ୍ରି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ । ତେବେ ଏଥର ତାଙ୍କୁ ସାହାଯ୍ୟ କରିବା ପାଇଁ ଓରମାଶ ଆଗକୁ ଆସିଛି । ବଲାଙ୍ଗୀରର ଫାର୍ମିଂ ଓ ନନ୍ ଫର୍ମିଂ କମ୍ପାନୀ ସହଭାଗିତାରେ ଏହାକୁ ବିକ୍ରି କରିବା ଆରମ୍ଭ କରିଛି । ଯାହାଦ୍ବାରା ବର୍ତ୍ତମାନ ଜିଲ୍ଲାର ୪୪୦ ଜଣ ଆମ୍ବ ଚାଷୀ ଉପକୃତ ହେବେ ।
ତେବେ ବଲାଙ୍ଗୀରର ଏହି କମ୍ପାନୀ ଚାଷୀଙ୍କ ଠାରୁ ୫୦ ଟଙ୍କାରେ ଆମ୍ବ କିଣି ଜିଲ୍ଲା ଓ ଜିଲ୍ଲା ବାହାରେ ତାକୁ ବିକ୍ରି କରିବା ଆରମ୍ଭ କରିଛି । ତାହା ପୁଣି ରିହାତି ମୂଲ୍ୟରେ ଆମ୍ବ ଏହି କମ୍ପାନୀ ଲୋକଙ୍କୁ ବିକ୍ରି କରୁଥିବା ବେଳେ ଉଭୟ ଚାଷୀ ଓ ଉପଭୋକ୍ତା ଏହାଦ୍ବାରା ଲାଭବାନ ହେବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।
ସେହିପରି ଆଗକୁ ଦର ବଢ଼ିଲେ ମଧ୍ୟ ତା’ର ସିଧା ଲାଭ ଚାଷୀ ପାଇପାରିବେ ବୋଲି କମ୍ପାନୀ କହିଛି । ତେବେ ବଲାଙ୍ଗୀର ଓରମାସର ଏହି ପ୍ରୟାସ ଯୋଗୁଁ ଏବେ ଚାଷୀ ସିଧା ସଳଖ ନିଜ ବଗିଚାରୁ ଆମ୍ବ ବିକ୍ରି କରିବାର ସୁବିଧା ପାଇଛି ।
ଇଟିଭି ଭାରତ, ବଲାଙ୍ଗୀର