ETV Bharat / state

ଯୁବତୀଙ୍କୁ ଜାଲ ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଠକେଇ, ବନ୍ଧା ହେଲେ ଶିକ୍ଷକ

author img

By ETV Bharat Odisha Team

Published : Jan 18, 2024, 8:38 PM IST

Job Scam: ବଲାଙ୍ଗୀରରେ ନକଲି ନିଯୁକ୍ତି ପତ୍ର ପ୍ରଦାନ ଅଭିଯୋଗ । ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଧିକ ପଢନ୍ତୁ

ନକଲି ନିଯୁକ୍ତି ପତ୍ର
ନକଲି ନିଯୁକ୍ତି ପତ୍ର
ନକଲି ନିଯୁକ୍ତି ପତ୍ର

ବଲାଙ୍ଗୀର: ନକଲି ସାର୍ଟିଫିକେଟ ପରେ ନକଲି ନିଯୁକ୍ତି ପତ୍ର । ଯୁବତୀଙ୍କୁ ନକଲି ସରକାରୀ ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ରାକେଟ୍ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି । ପୂର୍ବରୁ ନକଲି ସାର୍ଟିଫିକେଟ ଜାଲରେ ବଲାଙ୍ଗୀରର ହଜାର ହଜାର ଯୁବକ ଯୁବତୀ ଛନ୍ଦି ହୋଇଥିଲେ । ଏହି ବଡ ସ୍କାମ ଧରା ପଡିବା ପରେ ସବୁଠି ଚହଳ ପଡିଯାଇଥିଲା । ଏବେ ପୁଣି ଆଉ ଏକ ନକଲି କାରବାରର ଅଭିଯୋଗ ଆସିଛି । ଜଣେ ଯୁବତୀଙ୍କୁ ନକଲି ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ରାୟଗଡ଼ା ଜିଲ୍ଲା ଜଗନ୍ନାଥପୁର ଗ୍ରାମର ଯୁବତୀ ଅନନ୍ୟା ପରିଛା ଏକ ନିଯୁକ୍ତି ପତ୍ର ନେଇ ଆସିଥିଲେ । ତୁସୁରାରେ ଖାଲି ଥିବା ବ୍ଲକ ସମ୍ପ୍ରସାରଣ ଅଧିକାରୀ ବା WE ଓ ନିଯୁକ୍ତି ଦେବାକୁ ଚିଠିରେ ଉଲ୍ଲେଖ ଥିଲା। ଏହି ଚିଠିଟିରେ ରାଜ୍ୟ ଏସସିସ ଏସଟି ବିକାଶ ଓ ଲଘୁ ସମ୍ପ୍ରଦାୟ ବା ପଛୁଆ ବର୍ଗ ମଙ୍ଗଳ ବିଭାଗ କମିଶନ ତଥା ସଚିବ କାର୍ଯ୍ୟାଳୟ ଉଲ୍ଲେଖ ଥିଲା । ସରକାରୀ ଲୋଗୋ ସହ ସିଲ ମୋହର ମଧ୍ୟ ଲାଗିଥିଲା । ଯୁବତୀ ଜଣକ ଏହି ଚିଠି ଆଣି ବଲାଙ୍ଗୀର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦେଇଥିଲେ । ତେବେ ବଲାଙ୍ଗୀର ଜିଲ୍ଲାରେ ତୁସୁରା ବ୍ଲକ ନଥିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ ।

ସେପଟେ ଯୁବତୀଙ୍କୁ ଆଣି ପଚରାଉଚରା ଓ ତଦନ୍ତ ପରେ ଏହା ନକଲି ସରକାରୀ ନିଯୁକ୍ତି ପତ୍ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ସେହିପରି ଏହାକୁ ନେଇ ଗତ 16 ତାରିଖରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଏସଆଇ ମୋହିନୀ ମଲ୍ଲିକ, ଏସଆଇ ସୁଜ୍ଞାନ ବାରିକ ଓ ଏଏସଆଇ ବି ଡି ଦେହେରି ଏଥିରେ ଅଧିକ ତଦନ୍ତ ଆରମ୍ଭ କରିଥିଲେ । ଆଉ ମାମଲାର ମୁଖ୍ୟ ଅଭିଯୁକ୍ତ ରାୟଗଡା ଜିଲ୍ଲା ନିଲମଗୁଡା ଗ୍ରାମର ବୃନ୍ଦାବନ ମିନାକାକୁ ଗିରଫ କରିଥିଲେ।

ଏହା ମଧ୍ୟ ପଢନ୍ତୁ...କ୍ରେଡିଟ କାର୍ଡ ଅପଡେଟ୍ ନାଁରେ ଚଳୁ କରୁଥିଲେ ଟଙ୍କା, 2 ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ

ଏନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, "ଗିରଫ ଅଭିଯୁକ୍ତ ଜଣକ ଶିକ୍ଷକ ଥିବାବେଳେ ସେ ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ମାଗିଥିଲେ । ଏପରିକି ତାଙ୍କଠୁ ଅଗ୍ରୀମ ୫ ଲକ୍ଷ ଟଙ୍କା ନେଇଥିଲେ । କିଛି ଦିନ ପରେ ଭୁବନେଶ୍ୱରରୁ ଏକ ଚିଠି ଯୁବତୀଙ୍କ ପାଖକୁ ଆସିଥିଲା । ଯାହା ଏକ ନକଲି ନିଯୁକ୍ତି ପତ୍ର ହୋଇଥିବାବେଳେ ଏମାନେ ତାକୁ ଅସଲ ଭାବି ସମ୍ପୃକ୍ତ ଶିକ୍ଷକଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ । ପୋଲିସ ଏହାର ତଦନ୍ତ କରୁଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଆହୁରି ଅଭିଯୁକ୍ତ ଗିରଫ ହେବେ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.