ETV Bharat / state

ମହୁଲପାଟି ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ, ଗୁଣି ଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

author img

By

Published : Apr 20, 2022, 7:39 AM IST

ବଲାଙ୍ଗୀର ଜଙ୍ଗଲରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣାର ହେଲା ପର୍ଦ୍ଦାଫାସ । ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ କରାଯାଇଥିଲା ହତ୍ୟା । ଅଧିକ ପଢ଼ନ୍ତୁ

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ବଲାଙ୍ଗୀର: ଗୁଣିଗାରେଡ଼ି ମାଧ୍ୟମରେ ଜୀବନ ନେଇଗଲେ ଜଣେ ବୃଦ୍ଧଙ୍କର । ପରେ ହତ୍ୟାକରି ଜଙ୍ଗଲରେ କ୍ଷତବିକ୍ଷତ ଶରୀରକୁ ଫିଙ୍ଗିଦେଇଥିଲେ । ଆଉ ପରେ ପୋଲିସ ବଲାଙ୍ଗୀର ତୁରେକେଲା ଜଙ୍ଗଲରୁ କ୍ଷତବିକ୍ଷତ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ମଙ୍ଗଳବାର ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ । ଏହି ହତ୍ୟା ଘଟଣାରେ ଦୁଇ ଜଣ ହତ୍ୟାକାରୀକୁ ଗିରଫ କରିଛି ପୋଲିସ ।

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ସୂଚନାନୁସାରେ ଚଳିତ ମାସ ୧୫ ତାରିଖ ତୁରେକେଲା ଥାନା ମହୁଲପାଟି ଗାଁ ପାଖ ଜଙ୍ଗଲରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ତୁରେକେଲା ପୋଲିସ । ପ୍ରାଥମିକ ତଦନ୍ତରୁ ଏବଂ ସାଇଣ୍ଟିଫିକର ତଦନ୍ତ ପରେ ଏହା ସୁକଳ୍ପିତ ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ପ୍ରଥମେ ମୃତକ ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତକଙ୍କ ପରିଚୟ ଖୋଜିଥିଲା । ତେବେ ମୃତକଙ୍କ ପରିଚୟ ମିଳିବା ସହ ତାକୁ ହତ୍ୟା କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ତୁରେକେଲା ପୋଲିସ ।

ମୃତ ବୃଦ୍ଧ ଜଣକ ହେଲେ ବେଳପଡା ଥାନା ଶୁନାମୁଦି ଗାଁର ଶିଶୁ ସୁନାନୀ । ବୃଦ୍ଧ ନିଜ ଶଶୁର ଘର ଲାଠୋର ଥାନା ବୁଢାଛପର ଗାଁରେ ଦୀର୍ଘ ବର୍ଷରୁ ରହୁଥିଲେ । ତେବେ ସେହି ବୁଢାଛପର ଗାଁର ଲଳିତ ହଂସ ଏବଂ ପାଖ ଗାଁର ମଦନ ବାଗ ଘରେ ଏକ କାମ ଅଛି କହି ବୃଦ୍ଧ ଶିଶୁ ସୁନାନୀଙ୍କୁ ଏକ ମୋଟର ସାଇକେଲରେ ନେଇ ଯାଇଥିଲେ । ପରେ ସେମାନେ ମଦ ପିଇ ହତ୍ୟା କରିଥିବା ଆତ୍ମହତ୍ୟା ରୂପ ଦେଇଥିବା ପୋଲିସ ଏସଡିପିଓ ଡଃ ହୃଷିକେଶ ମେହେର ସୂଚନା ଦେଇଛନ୍ତି । ଗୁଣି ଗାରେଡ଼ି ଓ ପୂର୍ବ ଶତ୍ରୁତା ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ତେବେ ତୁରେକେଲା ପୋଲିସ ଗିରଫ ଦୁଇ ଜଣଙ୍କୁ ଘଟଣାସ୍ଥଳ ନେଇ କ୍ରାଇମ ରିକ୍ରିଏସନ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.